ପ୍ରଥମ ଫିଲ୍ମରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲେ ଏହି ଭାରତୀୟ ନିର୍ଦ୍ଦେଶକ

ଆଜି ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟଙ୍କ ୧୦୧ତମ ଜନ୍ମ ବାର୍ଷିକୀ। ଭାରତୀୟ ସିନେମାର ମହାନ ବ୍ୟକ୍ତିତ୍ୱ ସତ୍ୟଜିତ୍‌ ଏକାଧାରାରେ ଜଣେ ଲେଖକ, କଳାକାର, ଚିତ୍ରକାର, ଚଳଚ୍ଚିତ୍ର ନିର୍ମାତା, ଗୀତିକାର, କଷ୍ଟ୍ୟୁମ୍‌ ଡିଜାଇନର୍‌ ଥିଲେ। କଳା ଏବଂ ସାହିତ୍ୟ ସହିତ ଜଡିତ ଏକ ସୃଜନଶୀଳ ପରିବାରରେ ଜନ୍ମଗ୍ରହଣ କରିଥିବା ସତ୍ୟଜିତ୍‌ ଏକ ବିଜ୍ଞାପନ ଏଜେନ୍ସିରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ‘ପାଥର ପଞ୍ଚଲି’ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଏହି ଫିଲ୍ମ ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ପରିଚିତ କରିଥିଲା।
୧୯୨୧ ମସିହା ମେ ୨ରେ ଜନ୍ମଗ୍ରହଣ କରିଥିବା ସତ୍ୟଜିତ୍‌ ରାୟଙ୍କ ନାମ ଦେଶର ମହାନ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ସାମିଲ ଅଛି। ସେ ଦର୍ଶକଙ୍କୁ ‘ପାଥର ପଞ୍ଚଲି’, ‘ଅପରାଜିତୋ’, ‘ଅପୁରସଂସାର’ ଏବଂ ‘ଚାରୁଲତା ଭଳି ଅନେକ ସ୍ମରଣୀୟ ଫିଲ୍ମ ଭେଟି ଦେଇଛନ୍ତି। ସେ ତାଙ୍କ ଜୀବନରେ ମୋଟ ୩୭ଟି ଫିଲ୍ମ ନିର୍ମାଣ କରି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିଲେ।
ଥରେ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ସେ ଫିଲ୍ମ ପ୍ରତି ଆକର୍ଷିତ ହୋଇଥିଲେ। ୧୯୫୦, ଏପ୍ରିଲରେ, ରାୟ ତାଙ୍କ ସ୍ତ୍ରୀଙ୍କ ସହ ଇଂଲଣ୍ଡ ଯାତ୍ରା କରିଥିଲେ। ସେହି ସମୟରେ ସେ ଏକ ବିଦେଶୀ ବିଜ୍ଞାପନ କମ୍ପାନୀରେ କାମ କରୁଥିଲେ। କାର୍ଯ୍ୟ ଭଲଭାବେ ଶିଖିବା ପାଇଁ କମ୍ପାନୀ ତାଙ୍କୁ ୬ ମାସ ପାଇଁ ଲଣ୍ଡନ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇଲା।
ଲଣ୍ଡନରେ ସେ ବାଇସାଇକେଲ୍‌ ଥିବ୍ସ ଫିଲ୍ମ ଦେଖିଥିଲେ। ଏହା ପରେ ସେ ଫିଲ୍ମରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ନିର୍ଦ୍ଦେଶକ ହେବାକୁ ମନ ବଳାଇଥିଲେ। ଲଣ୍ଡନରେ ଥିବାବେଳେ ସେ ପ୍ରାୟ ୧୦୦ଟି ଫିଲ୍ମ ଦେଖିଥିଲେ। ଏହା ପରେ ସେ ତାଙ୍କର ପ୍ରଥମ ଫିଲ୍ମ ‘ପାଥର ପଞ୍ଚଲି’ ତିଆରି କରିଥିଲେ। ଏହି ଫିଲ୍ମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା। ସତ୍ୟଜିତ୍ ରୟ ଅଧିକାଂଶ ଫିଲ୍ମ ବଙ୍ଗାଳୀ ଭାଷାରେ କରିଥିଲେ।
ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ସତ୍ୟଜିତ୍‌ ରାୟଙ୍କୁ ଭାରତ ସରକାର ୩୨ଟି ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। କେବଳ ଏତିକି ନୁହେଁ, ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏକ ସ୍ବତନ୍ତ୍ର ଓସ୍କାର ଦିଆଯାଇଥିଲା। ସେହି ସମୟରେ କମିଟିର ସଭାପତି ନିଜେ ଭାରତକୁ ଆସିଥିଲେ ଏବଂ ଅସୁସ୍ଥତା ହେତୁ ଯାତ୍ରା କରିପାରି ନ ଥିବା ରାୟଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri