Posted inଫୁରସତ

ନୃତ୍ୟଶିଳ୍ପୀରୁ ଡାକ୍ତର ହେବା ଲକ୍ଷ୍ୟ

ପିଲାଟି ଦିନରୁ ନୃତ୍ୟ ପ୍ରତି ଥିବା ରୁଚି ଆଜି ତାଙ୍କୁ ଦେଇଛି ରାଜ୍ୟରୁ ଆରମ୍ଭ କରି ଜାତୀୟ ସ୍ତରୀୟ ନୃତ୍ୟଶିଳ୍ପୀର ପରିଚୟ। ସେ ହେଉଛନ୍ତି ବ୍ରହ୍ମପୁର ସହରସ୍ଥ ଶରଧାବାଲି ଅଞ୍ଚଳର ମା’ ସ୍ବାଗତିକା ଦାସ ଏବଂ ବାପା ହିମାଂଶୁ ଶେଖର ମହାନ୍ତିଙ୍କ ଝିଅ ଦେବାଂଶୀ।
ଚାଲିବା ଆରମ୍ଭ କରିବା ଦିନଠୁ ଗୀତ ଶୁଣିବାମାତ୍ରେ ସେ ନାଚିବା ଆରମ୍ଭ କରି ଦେଉଥିଲେ। ଏହା ଦେଖି ମା’ ନୃତ୍ୟ ଶିକ୍ଷା ପାଇଁ ପ୍ରୋତ୍ସାହନ ଦେଇଥିଲେ ଏବଂ ଗୁରୁ ଶିବରାମ ବାରିକଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରାଇଥିଲେ। ୨୦୧୪ ମସିହାରେ ସୋନାଲୀ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ। ଏହାପରେ ସେ ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢ଼ି ଚାଲିଥିଲେ। ସେ ଚଳିତ ବର୍ଷ ମେ ୯ ତାରିଖରେ ମୁମ୍ବାଇ ଗ୍ଲୋବାଲ ଦ୍ୱାରା ପ୍ରେଜେଣ୍ଟ ମିସ୍‌ ହିନ୍ଦୁସ୍ତାନୀ ୨୦୨୨ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଏଥିରେ ସେ ମିସ୍‌ ଟ୍ୟାଲେଣ୍ଟେଡ ଆୱାର୍ଡ ମଧ୍ୟ ପାଇଛନ୍ତି। ଏଥିପୂର୍ବରୁ ୨୦୧୮ରେ ବେଷ୍ଟ ଅଫ୍‌ ବ୍ରହ୍ମପୁର ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ୨୦୨୧ରେ ବ୍ରହ୍ମପୁରଠାରେ ମିସ୍‌ ଓଡ଼ିଶା ପ୍ରତିଯୋଗିତାରେ ବ୍ରହ୍ମପୁର ସ୍ପେକ୍ଟାକୁଲାର ଆୟି ଆୱାର୍ଡ ପାଇଥିଲେ। ଦେବାଂଶୀଙ୍କୁ ବାପା ଓ ପରିବାରର ସମସ୍ତ ସଦସ୍ୟଙ୍କ ସହଯାଗ ରହିଛି। ଏପରିକି ଦେବାଂଶୀ ଓଡ଼ିଶୀ ବିଶାରଦ କରିଥିବା ବେଳେ ହିନ୍ଦୁସ୍ତାନୀ ଭୋକାଲରେ ଡିପ୍ଲୋମା କରିଛନ୍ତି। ଏଥିସହିତ ସେ ୨୦୧୬ରେ ବ୍ରହ୍ମପୁରରେ ଶିଶୁ କୃତିି ଆୱାର୍ଡ, ୨୦୧୫ରେ ନବୀନ କଳାକାର ଓ ଘୁମୁସର ମହୋତ୍ସବ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ୨୦୧୬ରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଓ ଚେନ୍ନାଇଠାରେ ଉତ୍କଳ ସମାଜ ସମାରୋହରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କଠାରୁ ବେଶ୍‌ ପ୍ରଶଂସିତ ହୋଇଛନ୍ତି। ୨୦୧୯ରେ ମୁମ୍ବାଇଠାରେ ନୃତ୍ୟ କଳା ଆୱାର୍ଡ, ଜିଲାସ୍ତରୀୟ ଯୁବ ମହୋତ୍ସବରେ ରନର୍ସ ଅପ୍‌ ହେବା ସହ ଗୋପାଳପୁର ବେଳାଭୂମି ମହୋତ୍ସବ, ଟାଟା ଷ୍ଟିଲ, କଳିଙ୍ଗ ହରବାଲ ମେଳା ଓ ଘୁମୁସର ମହୋତ୍ସବରେ ଭାଗ ନେଇ ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ଦେବାଂଶୀ ଡ୍ୟାନ୍ସ କ୍ୟୁପିଡ ନାମରେ ଏକ ୟୁଟ୍ୟୁବ ଚାନେଲ ଖୋଲିବା ସହ ନିଜ ଘରେ ଡ୍ୟାନ୍ସ ୱିଥ୍‌ ଦେବାଂଶୀ ନାମକ ଏକ ଇନ୍‌ଷ୍ଟିଚ୍ୟୁଟ ଆରମ୍ଭ କରିଛନ୍ତି। ସେ ନିଜ ସଫଳତାର ଶ୍ରେୟ ଗୁରୁ ଏବଂ ଅଭିଭାବକଙ୍କୁ ଦିଅନ୍ତି। ବର୍ତ୍ତମାନ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢୁଥିବା ଦେବାଂଶୀ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା ସାଙ୍ଗକୁ ମଡେଲିଂ ଓ ନୃତ୍ୟ ମଧ୍ୟ ଜାରି ରଖିବେ ବୋଲି ଆଶା ରଖିଛନ୍ତି।
-ସ୍ମୃତିରଞ୍ଜନ ମହାଲିକ୍‌


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri