ଶନିବାରଠାରୁ ପହିଲି ଭୋଗ ନୀତି: ରାତି ୨ରେ ଖୋଲିବ ଶ୍ରୀମନ୍ଦିର

ପୁରୀ, ୧୫ା୧୨(ଅଜିତ୍‌ ମହାନ୍ତି): ଶନିବାର ଧନୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହେବ। ଏହି ନୀତି ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ୧ମାସ ଧରି ଚାଲିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ପହିଲି ଭୋଗରେ ବିଭିନ୍ନ ବ୍ୟଞ୍ଜନ, ବଡ଼ଝିଲି, ଝିଲି, ବଡ଼ବଡା, କାକେରା, ଅମାଲୁ, ଏଣ୍ଡୁରି, ଲଡୁ, ବଡ଼ି ଓ ଖଇର ଚୁଳ ପ୍ରଭୃତି ଲାଗି କରାଯିବ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଭିତରଶୋଧ, ମହାପ୍ରଭୁଙ୍କ ମଙ୍ଗଳ ଆଳତି, ତଡପଲାଗି, ଅବକାଶ କରାଯାଇ ବେଶ ଶେଷ ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ। ଚଳିତ ମାସ ୧୬ ତାରିଖରୁ ଆସନ୍ତା ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ସେଥିପାଇଁ ପ୍ରତିଦିନ ରାତ୍ର ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଭିତରଶୋଧ କରାଯିବ। ମଙ୍ଗଳଆଳତି ୨ଟା ୪୫, ରୋଷହୋମ ୨ଟା ୪୫, ମଇଲମ ଓ ତଡ଼ପ ଲାଗି ୩ଟା ୧୫, ଅବକାଶ ୪ଟା, ସୂର୍ଯ୍ୟ ପୂଜା ୪ଟା ୪୫, ଦ୍ୱାରପାଳ ପୂଜା ୫ଟା, ବେଶ ଶେଷ ୫ଟା, ପହିଲି ଭୋଗ ଓ ଗୋପାଳ ବଲ୍ଲଭ ୫ଟା ୨୦ରୁ ୬ଟା, ସକାଳ ଧୂପ (କେବଳ କୋଠଭୋଗ) ୬ଟା ୩୦ରୁ ୮ଟା, ମଇଲମ ଓ ବେଶ ୮ଟା ୨୦ରୁ ୯ଟା, ଭୋଗମଣ୍ଡପ ୮ଟା ୨୦ରୁ ୧ଟା, ମଧ୍ୟାହ୍ଣ ଧୂପ (କେବଳ କୋଠଭୋଗ) ୧୦.୩୦ରୁ ମଧ୍ୟାହ୍ନ ୧୨ଟା, ଦ୍ୱିତୀୟ ଭୋଗମଣ୍ଡପ ୧୧ଟା ୪୫ରୁ ୧ଟା, ଦକ୍ଷିଣୀଘର ଭୋଗ ଶେଷ ୧ଟା, ମଇଲମ- ବେଶ ୧ଟା ୧୫ରୁ ୨ଟା, ଦିବା ପହୁଡ ୨ଟା ୩୦, ଦ୍ୱାରଫିଟା ୪ଟା ୩୦, ସନ୍ଧ୍ୟା ଆଳତି ୫ଟା, ମଇଲମ – ବେଶ ସନ୍ଧ୍ୟା ୫ଟାରୁ ୬ଟା, ସନ୍ଧ୍ୟା ଧୂପ ୬ଟା ୩୦ରୁ ୮ଟା, ମଇଲମ ୮ଟା ୩୦, ଚନ୍ଦନ ଲାଗି ୯ଟା, ବଡ଼ସିଂହାର ବେଶ ୧୦ଟା, ଭୋଗ ୧୦ଟା ୩୦, ଟୋପରଲାଗି ୧୦ଟା ୪୫ ଏବଂ ରାତ୍ର ପହୁଡ଼ ରାତ୍ର ୧୧ଟାରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ସହ ପୁରୀରେ ଥିବା ଦେବଦେବୀ ଏବଂ ଯାଗା ଆଖଡ଼ା ପରିସରରେ ମଧ୍ୟ ପହିଲି ଭୋଗ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?