ମାର୍ଚ୍ଚରୁ ମେ’ କରିବ କଲବଲ

ଭୁବନେଶ୍ୱର,୨ା୩(ବ୍ୟୁରୋ):ମାଡ଼ିଆସୁଛି ପ୍ରଚଣ୍ଡ ତାତି। ମାର୍ଚ୍ଚରୁ ମେ ଯାଏ ଓଡ଼ିଶାକୁ ଗ୍ରୀଷ୍ମ କଲବଲ କରିବ। ରାଜ୍ୟରେ ଦିନର ତାପମାତ୍ରା ୪୦ରୁ ୪୪ ଡିଗ୍ରୀକୁ ଚାଲିଯିବ। କେତେକ ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିଯିବା ସମ୍ଭାବନା ରହିଛି। ସ୍ବାଭାବିକଠାରୁ ତାପମାତ୍ରା ପ୍ରାୟ ୧ ଡିଗ୍ରୀ ସେଲ୍‌ସିୟସ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ଓ ଛତିଶଡ଼ରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ। ଏହି ଦୁଇ ରାଜ୍ୟକୁ ପାଣିପାଗ ବିଭାଗ ରେଡ୍‌ ଜୋନ୍‌ ଘୋଷଣା କରିଛି। ଦେଶର ଅନ୍ୟାନ୍ୟ ଭାଗଠାରୁ ଏହି ଦୁଇ ରାଜ୍ୟରେ ଗ୍ରୀଷ୍ମର ଅଧିକ ପ୍ରଭାବ ଦେଖିବାକୁ ମିଳିବ।
ରାଜ୍ୟରେ ଚଳିତବର୍ଷ ଫେବୃୟାରୀରୁ ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି। ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହର ରେକର୍ଡ କରିଛି। ଏଠାରେ ଫେବୃୟାରୀରେ ସ୍ବାଭାବିକ ଭାବେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ସେଲ୍‌ସିୟସ ରହୁଥିବା ବେଳେ ୪୦ ଡିଗ୍ରୀ ଛୁଇଁଛି। ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମ୍‌ ରହିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ି ଚାଲିଛି। ଚଳିତ ମାସରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ମଧ୍ୟରେ ରହିବ। ତେବେ ଏପ୍ରିଲ ଓ ମେ’ରେ ଏହା ୪୫ ଡିଗ୍ରୀକୁ ବି ଛୁଇଁପାରେ ବୋଲି ଅନୁମାନ କରାଯାଉଛି।
ରାଜ୍ୟରେ ହଠାତ୍‌ ଗ୍ରୀଷ୍ମପ୍ରବାହ ବଢ଼ିବା ପଛରେ ଉତ୍ତର ପଶ୍ଚିମ ବାୟୁ ପ୍ରବାହର ଦିଗ ପରିବର୍ତ୍ତନକୁ ଦାୟୀ କରାଯାଇଛି। ଜାନୁୟାରୀରୁ ଉତ୍ତର ପଶ୍ଚିମ ଦିଗରୁ ଭୂପୃଷ୍ଠରୁ ୧୨ କି.ମି. ଉପରେ ଓଡ଼ିଶା ଓ ଛତିଶଗଡ଼ ଉପର ଦେଇ ବାୟୁ ପ୍ରବାହ ହେଉଥିଲା। ଏଥିଯୋଗୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ହେଉଥିଲା। ଦିନରେ ତାପମାତ୍ରା ସେତେଟା ବୃଦ୍ଧି ହେଉ ନ ଥିଲା। ମାତ୍ର ଫେବୃୟାରୀ ୨୦ରୁ ତାହା ପଶ୍ଚିମ ଦିଗକୁ ଗତିପଥ ପରିବର୍ତ୍ତନ କରିଛି। ଫଳରେ ରାଜ୍ୟରେ ହଠାତ୍‌ ତାତି ବଢିଯାଇଛି।
ଏହା ସତ୍ତ୍ୱେ ଉପକୂଳ ଓଡ଼ିଶାରେ ମଝିରେ ମଝିରେ କାଳବୈଶାଖୀ ଯୋଗୁ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ମୋଟାମୋଟି ଭାବେ ଚଳିତବର୍ଷ ତାତି କଲବଲ କରିବା ନେଇ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି, ଚଳିତ ଋତୁ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ରେ ଅଧିକ ଗ୍ରୀଷ୍ମପ୍ରବାହ ହୋଇ ପାରେ। ମାତ୍ର ଜଳବାୟୁ ପ୍ରତ୍ୟେକ ଦିନ ଉପରେ ନିର୍ଭର କରୁଛି। ବାୟୁମଣ୍ଡଳ ଅବସ୍ଥିତିକୁ ଦେଖି ପାଗରେ ପରିବର୍ତ୍ତନ ହୋଇଥାଏ।
ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରକୋପ ବଢିଚାଲିଛି। ରାଜ୍ୟର ୬ଟି ସ୍ଥାନରେ ପାରଦ ୩୯ ଡିଗ୍ରୀକୁ ଟପି ଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ତାଳଚେରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବାରିପଦା ୩୯.୮, ଅନୁଗୋଳ ୩୯.୭, ଭୁବନେଶ୍ୱର ୩୯, ବଲାଙ୍ଗୀର ୩୯, ବୌଦ୍ଧ ୩୯.୫, କଟକ ୩୮, ଝାରସୁଗୁଡ଼ା ୩୮.୬, ସମ୍ବଲପୁର ୩୮.୬, ହୀରାକୁଦ ୩୮.୫, ଟିଟିଲାଗଡ଼ ୩୮.୫, ମାଲକାନଗିରି ୩୮, ସୋନପୁର ୩୮ ଏବଂ ନୟାଗଡ଼ରେ ୩୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪ରୁ ୫ ଡିଗ୍ରୀ ସେଲ୍‌ସିୟସ ବଢିବା ସମ୍ଭାବନା ରହିଛି। ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ନୟାଗଡ଼ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri