Posted inଜାତୀୟ

ଗଗନୟାନରୁ ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ, ୨୮ା୧୨: କୋଭିଡ୍‌ର ନୂଆ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ମଧ୍ୟରେ ୨୦୨୧ ଶେଷ ହେବାକୁ ଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନୂଆବର୍ଷରେ ଏକାଧିକ ବଡ଼ ମିଶନକୁ ଆଗେଇ ନେବାକୁ ଯୋଜନା କରିଛି। ବିଦାୟୀ ବର୍ଷରେ କରୋନା କଟକଣା ଯୋଗୁ ଅନେକ ମିଶନ ବିଳମ୍ବ ହୋଇଥିବାବେଳେ ସେଗୁଡ଼ିକୁ ଗତି ଦେବାକୁ ଇସ୍ରୋ ଲକ୍ଷ୍ୟ ରଖିଛି। ବଡ଼ ମିଶନ ମଧ୍ୟରେ ରହିଛି ଗଗନୟାନ। ଭାରତର ଏହି ଉଚ୍ଚାଭିଳାଷୀ ସ୍ପେସ୍‌ ମିଶନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମହାକାଶଯାନରେ ଭାରତୀୟ ମହାକାଶଚାରୀଙ୍କ ପ୍ରଥମ ବ୍ୟାଚ୍‌କୁ ସ୍ପେସ୍‌କୁ ପଠାଯିବ। ୨୦୨୨ ମଧ୍ୟଭାଗ ବେଳକୁ କ୍ରିଉ ଏସ୍‌କେପ୍‌ ସିଷ୍ଟମ ଏବଂ ଗଗନୟାନର ପ୍ରଥମ ମାନବରହିତ ମିଶନ ପ୍ରଦର୍ଶନର ଯାଞ୍ଚ ପାଇଁ ଇସ୍ରୋ ପରୀକ୍ଷଣ ଯାନ ଉଡ଼ାଣ ସଞ୍ଚାଳନ କରିବ। ୨୦୨୨ ଶେଷ ସୁଦ୍ଧା ଦ୍ୱିତୀୟ ମାନବରହିତ ମିଶନ ପୂରଣ ହେବ। ଏହା ପରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ମହାକାଶ ପଠାଇବା ନିମନ୍ତେ ତାଲିମ ଦିଆଯିବ। ମିଶନରେ ୪ ଅଧିକାରୀଙ୍କୁ ଚୟନ କରାଯାଇସାରିଛି। ଏହି ମିଶନ ସଫଳ ହେଲେ ଇସ୍ରୋ ପୃଥିବୀ କକ୍ଷପଥକୁ ଲୋକଙ୍କୁ ନେଇ ମହାକାଶ ପରିଭ୍ରମଣ କରାଇପାରିବ।
ଯୋଗୁ ବିଳମ୍ବ ହୋଇଥିବା ଆଦିତ୍ୟ ଏଲ୍‌-୧ ମିଶନକୁ ନୂଆ ବର୍ଷରେ ପୂରଣ କରାଯିବ। ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଲାଗ୍ରାଙ୍ଗ୍‌ ପଏଣ୍ଟକୁ ଆଦିତ୍ୟ ଏଲ୍‌-୧କୁ ପଠାଯିବ। ୨୦୧୩ ମଙ୍ଗଳ ମିଶନ ପରେ ଏହା ଇସ୍ରୋର ସବୁଠୁ ହାଇପ୍ରୋଫାଇଲ ଅଭିଯାନ। ନୂଆ ବର୍ଷରେ ଇସ୍ରୋ ଏହାର ଅନ୍ୟତମ ଉଚ୍ଚାଭିଳାଷୀ ମିଶନ ଚନ୍ଦ୍ରୟାନ-୩ ପୂରଣ କରିବାକୁ ଯୋଜନା ରଖିଛି। ପ୍ରଥମ ଚନ୍ଦ୍ରୟାନ ମିଶନ ୨୦୦୮ରେ ଲଞ୍ଚ୍‌ ହୋଇଥିବାବେଳେ ଚନ୍ଦ୍ରପୃଷ୍ଠରୁ ତାହା ଅନେକ ତଥ୍ୟ ସଂଗ୍ରହ କରିଥିଲା। ୨୦୧୯ରେ ଚନ୍ଦ୍ରୟାନ ମିଶନ-୨ର ଲ୍ୟାଣ୍ଡିଂ ବିଫଳ ହୋଇଥିଲା। ପୃଥିବୀ ନିମ୍ନ କକ୍ଷରେ ସାଟେଲାଇଟ୍‌ ସ୍ଥାପନ ପାଇଁ ଇସ୍ରୋ ସ୍ମଲ ସାଟେଲାଇଟ୍‌ ଲଞ୍ଚ ଭେହିକିଲ (ଏସ୍‌ଏସ୍‌ଏଲ୍‌ଭି) ବିକାଶ କରୁଛି। ୨୦୨୨ ପ୍ରଥମ ତ୍ରୈୟମାସିକ ସୁଦ୍ଧା ଏସ୍‌ଏସ୍‌ଏଲ୍‌ଭି ଦ୍ୱାରା ପ୍ରଥମ ସାଟେଲାଇଟ ଉତ୍‌କ୍ଷେପଣ କରାଯିବ। ଏହା ବ୍ୟତୀତ ଇସ୍ରୋ ୨୦୨୧ରୁ ୨୦୨୩ ମଧ୍ୟରେ ଉପଗ୍ରହ ପ୍ରେରଣ ପାଇଁ ୪ ଦେଶ ସହ ଚୁକ୍ତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri