ମନ ସହ ମନ ମିଶିଲେ ଗଢି ଉଠେ ଏଭଳି ସମ୍ପର୍କ

ବନ୍ଧୁତା କେତେବେଳେ କାହା ସହ ବି ହୋଇପାରେ। କାରଣ ଯେଉଁଠି ମନ ସହ ମନ ମିଶିଯାଏ ସେଇଠି ଗଢି ଉଠେ ଏହି ସମ୍ପର୍କ। ହୋଇପାରେ ଏହା ମଣିଷ ମଣିଷ ଭିତରେ, ପ୍ରାଣୀର ପ୍ରାଣୀ ସହ ଅବା ମଣିଷର ପ୍ରାଣୀ ସହ ବନ୍ଧୁତା…

ସିଂହ, କୁକୁର ଓ ମଣିଷ ଭିତରେ ବନ୍ଧୁତା: ଓକ୍‌ଲାହୋମା, ଓ୍ବେନିଉଡସ୍ଥ ଜି.ଡବ୍‌ଲ୍ୟୁ ଏକ୍‌ଜୋଟିକ୍‌ ଆନିମଲ୍‌ ପାର୍କରେ ଦେଖିବାକୁ ମିଳେ ଏକ ବିରାଟକାୟ ସିଂହର ଦୁଇଟି ଦାଚ୍‌ସହଣ୍ଡ ପ୍ରଜାତିର କୁକୁର ଓ ଜୁ କିପର୍‌ଙ୍କ ସହ ଅଦ୍ଭୁତ ବନ୍ଧୁତା। ବୋନ୍‌ଡିଗର୍‌ ନାମକ ଏହି ସିଂହଟି ଜନ୍ମରୁ ମେଟାବୋଲିକ ବୋନ୍‌ ଡିଜିଜ୍‌ରେ ଆକ୍ରାନ୍ତ ଥିଲା। ତେଣୁ ସେ ବିଶେଷ ଚଲାବୁଲା କରିପାରେ ନାହିଁ। ଏହା ଦେଖି ଦୁଇଟି କୁକୁର ଛୁଆ ସିଂହକୁ ସୁରକ୍ଷା ଦେବା ଆରମ୍ଭ କରିଦେଇଥିଲେ। ଆଉ ତା’ସହ ଖେଳୁଥିଲେ ମଧ୍ୟ। ବଡ଼ ହେବାସହ ସେମାନଙ୍କ ସମ୍ପର୍କ ଗଭୀର ହେବାକୁ ଲାଗିଲା। ସେମାନେ ଏକାଠି ମିଶି କଞ୍ଚା ମାଂସ ଖାଆନ୍ତି, ଏକାଠି ଖେଳନ୍ତି। ଚିଡିଆଖାନାର ଦେଖାରଖା କରୁଥିବା ଜନ୍‌ ରିଙ୍କ୍‌ଙ୍କର ବି ଏହି ସିଂହ ଓ କୁକୁରଙ୍କ ସହ ବେଶ୍‌ ଭଲ ବନ୍ଧୁତା ରହିଛି। ଏକ ଦୁର୍ଘଟଣାରେ ଦୁଇଟିଯାକ ଗୋଡ଼ ହରାଇଥିବା ରିଙ୍କ୍‌ ସିଂହ ବୋନ୍‌ଡିଗର୍‌କୁ ଛୋଟବେଳୁ ଲାଳନପାଳନ କରି ବଡ଼ କରିଛନ୍ତି। ତେଣୁ ବୋନ୍‌ଡିଗର୍‌ ରିଙ୍କ୍‌ଙ୍କୁ ବହୁତ ଭଲ ପାଏ। ଦିନେ ନ ଦେଖିଥିଲେ ପରଦିନ କୁକୁରମାନେ ଖୁସିରେ ଦୌଡି ଆସି ଦୁଇ ଗୋଡ଼ରେ ଠିଆ ହୋଇ ମାଲିକଙ୍କୁ କୋଳାଗ୍ରତ କଲାଭଳି ବୋନ୍‌ଡିଗର୍‌ ରିଙ୍କ୍‌ଙ୍କ ପାଖକୁ ଦୌଡ଼ି ଆସି ଗେହ୍ଲା ହୁଏ। ଏମାନଙ୍କ ଭିତରେ ଥିବା ବନ୍ଧୁତା ଏତେ ନିବିଡ଼ ଯେ କେହି କାହାକୁ ଛାଡ଼ି ରହିପାରନ୍ତି ନାହିଁ।

ତିନି ବନ୍ଧୁ ବାଘ, ଭାଲୁ ଓ ସିଂହ: ୨୦୦୧ରେ ଏମାନଙ୍କୁ ଏକ ଡ୍ରଗ୍‌ ଡିଲର୍‌ର କବ୍‌ଜାରୁ ଉଦ୍ଧାର କରାଯାଇଥିଲା। ସେତେବେଳେ ସେମାନେ ଥିଲେ ଖୁବ୍‌ ଛୋଟ। ଡ୍ରଗ୍‌ ଡିଲର୍‌ଜଣକ ଏମାନଙ୍କ ଉପରେ ଏତେ ଅତ୍ୟାଚାର କରିଥିଲେ ଯେ, ସେମାନେ ପୁଷ୍ଟିହୀନତାର ଶିକାର ହେବା ସହ ରୁଗ୍ଣ ଓ ଖୁବ୍‌ ଭୟଭୀତ ଥିଲେ। ଭାଲୁ ଛୁଆଟିର ସ୍ଥିତି ତ ବହୁତ ବିଗିଡି ଯାଇଥିଲା। ତେଣୁ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରାଯାଇଥିଲା। ଏହାପରେ ତିନିଜଣ ଏକାଠି ଆମେରିକା, ନୋଆହର ଆର୍କ ଆନିମଲ୍‌ ସାଙ୍କଚୁୟାରୀରେ ରହିଲେ। ତାଙ୍କ ନାମ ବଲ୍ଲୁ(ଭାଲୁ), ଶେର ଖାନ୍‌(ବାଘ) ଓ ଲିଓ(ସିଂହ) ରଖାଗଲା। ସେମାନେ ଏକାଠି ବଡ଼ ହେଲେ। ସେମାନଙ୍କ ବନ୍ଧୁତା ଗଭୀର ହେବାକୁ ଲାଗିଲା। ଆଉ ସେମାନଙ୍କ ବନ୍ଧୁତାର ଚର୍ଚ୍ଚା ବ୍ୟାପିବାକୁ ଲାଗିଲା। ହେଲେ ୧୫ ବର୍ଷର ବନ୍ଧୁତା ପରେ ଲିଓ(ସିଂହ)ର ମୃତ୍ୟୁ ହୋଇଗଲା। ଏବେ ବଲ୍ଲୁ ଓ ଶେର ଖାନ୍‌, ଲିଓର ସମାଧି ନିକଟରେ ଯାଇ ବସୁଥିବା ଦେଖିବାକୁ ମିଳୁଛି। ଲାଗେ ସେମାନେ ତାକୁ ବହୁତ ମନେ ପକାଉଛନ୍ତି।

କୁକୁର ଓ ପେଚା: ନ୍ୟୁହାମ୍ପଶାୟର୍‌ସ୍ଥ ରିଙ୍ଗଉଡ୍‌ ରାପ୍ଟର ଆଣ୍ଡ ରେପ୍ଟାଇଲ୍‌ ସେଣ୍ଟରରେ ଏକ ପେଚା ଛୁଆକୁ ତା’ ମା’ଠାରୁ ଅଲଗା କରାଯାଇଥିଲା। କାରଣ ମା’ ପେଚା ବହୁତ ରାଗିଥିଲା। ସେ ନିଜ ଛୁଆକୁ କଷ୍ଟ ଦେଉଥିଲା। ପେଚା ଛୁଆଟିକୁ ପରେ ସେମାନେ ନାଁ ଦେଇଥିଲେ ଶ୍ରେକ୍‌। ସେଠାକାର କେୟାର୍‌ ଟେକର୍‌ ଜନ୍‌ ପିକ୍ଟନ୍‌ ଶ୍ରେକ୍‌ ସହ ଟର୍କ ନାମକ ଏକ ଗ୍ରେହାଉଣ୍ଡ କୁକୁର ଛୁଆକୁ ଗୋଟିଏ ଘରେ ରଖି ଯତ୍ନ ନେଉଥିଲେ। ଫଳରେ ଧୀରେ ଧୀରେ ଶ୍ରେକ୍‌ ଓ ଟର୍କ ଭିତରେ ବନ୍ଧୁତା ସ୍ଥାପନ ହୋଇଗଲା। ଏବେ ଦୁହେଁ ବଡ଼ ହୋଇଗଲେଣି। ସେମାନେ ମିଶି ବାହାରେ ଖେଳନ୍ତି। ଆଉ ପିକ୍ଟନ୍‌ଙ୍କ ଘର ଭିତରେ ଦୁହେଁ ସାଙ୍ଗ ହୋଇ ବୁଲନ୍ତି, ଏକାଠି ସୋଫାରେ ବସି ଟିଭି ବି ଦେଖନ୍ତି।

ସିମ୍ପାଞ୍ଜି ଅଞ୍ଜନା ଓ ବାଘଛୁଆ: ହରିକେନ୍‌ରେ ଦୁଇଟି ବାଘଛୁଆ ମା’କୁ ହରାଇଥିଲେ। ପରେ ସେମାନଙ୍କୁ ଆମେରିକାର ଆନିମଲ୍‌ ରିଜର୍ଭ ସେଣ୍ଟର ଆଶ୍ରା ଦେଇଥିଲା। ସେଠାକାର କେୟାର ଟେକର୍‌ ଥିଲେ ଚିନା ୟର୍କ। ଚିନା ୟର୍କ ଦୁଇ ବାଘ ଛୁଆଙ୍କର ଯତ୍ନ ନେଲେ। ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲା ଅଞ୍ଜନା ନାମକ ଏକ ସିମ୍ପାଞ୍ଜି। ଅଞ୍ଜନା ସେମାନଙ୍କୁ ଆଦରରେ କୋଳେଇ ଧରିବା, କ୍ଷୀର ବୋତଲ ଧରି ପିଆଇଦେବା ସହ ବାଘ ଛୁଆଙ୍କ ସହ ବହୁତ ଖେଳୁଥିଲା। ଖାଲି ଏଇ ବାଘ ଛୁଆ ନୁହନ୍ତି ଏହିଭଳି ଅନେକ ଅନାଥ ପ୍ରାଣୀଙ୍କ ଯତ୍ନ ଓ ଲାଳନପାଳନରେ ଅଞ୍ଜନା ଚିନା ୟର୍କଙ୍କୁ ସାହାଯ୍ୟ କରିଛି। ଅଞ୍ଜନା ସବୁ ପ୍ରାଣୀଙ୍କ ସହ ବେଶ୍‌ ସହଜତାର ସହ ମିଶିଯାଏ ଓ ଭଲ ଯତ୍ନ ନେଇପାରେ, ଯାହାକୁ ଦେଖି ଲୋକେ ବେଶ୍‌ ଚକିତ ହୁଅନ୍ତି।

ଚିତାବାଘ ସହ କୁକୁରର ବନ୍ଧୁତା : ଆମେରିକାର ବୁସ୍କ ଗାର୍ଡେନ୍‌ରେ ଲାର୍ବାଡର୍‌ ପ୍ରଜାତିର କୁକୁର ମତାନୀ ଓ ଚିତାବାଘ କାଶୀ ଏକାଠି ବଢିଛନ୍ତି। ଛୋଟରୁ ବଡ଼ ହେବା ଭିତରେ ସେମାନଙ୍କ ଭିତରର ଭଲ ପାଇବା ବଢିଥିଲା। ଆଉ ଲୋକେ ସେମାନଙ୍କ ବନ୍ଧୁତାର ଦୃଶ୍ୟ ଦେଖିବାକୁ ଆସୁଥିଲେ। ତେବେ ଯୁବାବସ୍ଥାରେ କାଶୀ ମାଈ ଚିତାବାଘ ପ୍ରତି ବେଶି ଆକର୍ଷିତ ହୋଇ ତାଙ୍କ ନିକଟକୁ ଚାଲି ଯାଇଥିଲା। ହେଲେ ପରେ ଦୁହେଁ ପୁଣି ଏକାଠି ହୋଇଥିଲେ। ଏବେବି ସେମାନେ ଭଲ ବନ୍ଧୁ ଅଛନ୍ତି।

କୁକୁଡା ଓ କୁକୁର ଛୁଆ: କୁକୁଡା ମାବେଲ୍‌ ଏକ ଘୋଡା ଆକ୍ରମଣରେ ଗୁରୁତର ଆହତ ହୋଇଯାଇଥାଏ। ଏଡଓ୍ବାର୍ଡ ନାମକ ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରି ଘରକୁ ନେଇଆସିଥିଲେ। ତାର ଯତ୍ନ ନେଇ ସୁସ୍ଥ କଲେ। ସେତେବେଳେ ତାଙ୍କ ଘରେ ଥିବା କୁକୁର ନେଟଲ୍‌ ଛୁଆ ଜନ୍ମ କରିଥାଏ। ହେଲେ ସେ ଛୁଆଙ୍କ ଯତ୍ନ ନ ନେଇ ବାହାରେ ବୁଲାବୁଲି କରେ। ଏହା ଦେଖି ଥରେ କୁକୁଡା ମାବେଲ୍‌ କୁକୁର ଛୁଆଙ୍କୁ ନିଜର କରି ନେଲା। ସେମାନଙ୍କ ଉପରେ ବସି ତାଙ୍କୁ ଉଷ୍ମତା ପ୍ରଦାନ କଲା। ଆଉ ତାଙ୍କ ସାଥୀ ସାଜି ଖେଳାଖେଳି କଲା।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଟିଫିସିଆଲ୍‌ ଜୁଏଲେରି ପିନ୍ଧୁଥିଲେ

ସୁନା ରୁପା ବାଦ୍‌ ବର୍ତ୍ତମାନ ଅନେକ ଆର୍ଟିଫିସିଆଲ୍‌ ଜୁଏଲେରିକୁ କେବଳ ଝିଅମାନେ ନୁହନ୍ତି ମହିଳାମାନେ ବେଶ୍‌ ପସନ୍ଦ କରୁଛନ୍ତି। ହେଲେ ଏଗୁଡ଼ିକ ଶୀଘ୍ର ଖରାପନ ହେବା...

ଡାଇବେଟିସ୍‌ଠାରୁ ଦୂରେଇ ରଖେ ଏହି ଚା’…

ସକାଳ ଚା’ ପିଇଲେ ଫୁର୍ତ୍ତି ଲାଗେ। ତେବେ ଚା’ ମଧ୍ୟ ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରଖିଥାଏ। ନିୟମିତ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର...

ଚାଉଳ, ଗହମରେ ପୋକ ହେଉଛି କି? କରନ୍ତୁ ଏଭଳି…

ଘରେ ଅଧିକ ଦିନଧରି ଚାଉଳ, ଗହମ, ଅଟା, ଡାଲି ଆଦି ରଖିଲେ ଏଥିରେ ପୋକ ହୋଇ ନଷ୍ଟ ହୋଇଯାଏ ା ତେଣୁ ଏସବୁ ଦୀର୍ଘଦିନ ପର୍ଯ୍ୟନ୍ତ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ

ଗଜାମୁଗରେ ଅନେକ ପୁଷ୍ଟିକର ଗୁଣ ଭରି ରହିଛି। ଏଥିରେ ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌-କେ, ବି, ସି, ଭିଟାମିନ୍‌ ବି-୬, କପର, ଫାଇବର ପ୍ରଚୁର ମାତ୍ରାରେ...

ଏହି ୩ ଜିନିଷ ତ୍ୱଚାରେ ଆଣିଥାଏ ଚମକ

ତ୍ୱଚାରେ ଚମକ ଆସିବା ପାଇଁ ଅନେକ ଲୋକ ଚାହିଁଥାନ୍ତି। ଏସବୁ ଜିନିଷ ଆମ ଘରେ ହିଁ ରହିଥାଏ। ସେଥିରୁ ନଡ଼ିଆ ତେଲ, ଘି କୁଆଁରୀ ଏବଂ...

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? କଦାପି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ...

ଚର୍ମରେ ଇନ୍ଦ୍ରିୟବୋଧ

‘ଚଳିତ ବର୍ଷ ପାଇଁ ଶରୀର ବିଜ୍ଞାନ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ଦୁଇଜଣ ଆମେରିକୀୟ ବୈଜ୍ଞାନିକ-ଡେଭିଡ ଜୁଲିୟସ୍‌ ଏବଂ...

ଦାନ୍ତ କରିଥାଏ ଭବିଷ୍ୟବାଣୀ

ସାଧାରଣତଃ ଦାନ୍ତ ଖାଦ୍ୟ ଚୋବାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହାର ଉପଯୋଗୀତା କେବଳ ଏତିକି ବୋଲି ଆମେ ଜାଣିଛୁ। କିନ୍ତୁ ଭାରତୀୟ ସମୁଦ୍ର ଶାସ୍ତ୍ର ଅନୁଯାୟୀ,...

Advertisement
Archives

Model This Week