Posted inଫୁରସତ

ବନ୍ଧୁମିଳନ

ସମୟ ସୁଅରେ ଏବେ ସମସ୍ତେ ବ୍ୟସ୍ତ। କିଏ କର୍ମମୟ ଜୀବନର ଚାପରେ ତ ଆଉ କିଏ ପାରିବାରିକ ଜଞ୍ଜାଳରେ ବନ୍ଧା। ଇଚ୍ଛା ଥିଲେ ବି ଯେମିତି
କାହା ପାଇଁ କାହା ପାଖରେ
ନାହିଁ ସମୟ। ଏମିତିରେ ଏବେ ଅନେକଙ୍କ ପାଇଁ ସ୍କୁଲ୍‌ ଆଉ
କଲେଜ ବେଳର ଅପାସୋରା ସ୍ମୃତିକୁ ତାଜା କରିବାର ବଳିଷ୍ଠ ମାଧ୍ୟମ
ସାଜିଛି ପୁରାତନ
ବନ୍ଧୁମିଳନ ଉତ୍ସବ…

ପୁରୁଣା ବନ୍ଧୁମାନଙ୍କୁ ଭେଟିବାର ଅନୁଭୂତି ନିଆରା
ସୁକାନ୍ତି ସେନାପତି (ଶିକ୍ଷୟିତ୍ରୀ, ଫୁଲନଖରା, କଟକ)- ଦୀର୍ଘ ୨୪ ବର୍ଷ ପରେ ପ୍ରଥମ ଥର ଲାଗି ଏକ ବ୍ୟାଚ୍‌ଫିଷ୍ଟର ଆୟୋଜନ କରିଥିଲୁ। ସ୍କୁଲ ପାଠପଢ଼ା ସାରିବା ପରେ ଆମ ବ୍ୟାଚ୍‌ର ସବୁ ସାଙ୍ଗ କେବେ ଏକାଠି ଭେଟି ପାରି ନ ଥିଲୁ। ଏଥିପାଇଁ ଯଥେଷ୍ଟ ପ୍ରିପ୍ଲାନିଂ କରିବା ସହ ପରସ୍ପରକୁ ଯୋଗାଯୋଗ କରି ଓଡ଼ିଶା ଭିତରେ ଏବଂ ବାହାରେ ରହୁଥିବା ସବୁ ସାଙ୍ଗ ଏକାଠି ହୋଇଥିଲୁ। ଏତେ ବର୍ଷ ପରେ ସମସ୍ତଙ୍କୁ ଭେଟିବା, କଥାବାର୍ତ୍ତା ହେବା ଏବଂ ଭୋଜି କରି ଖାଇବାର ଅନୁଭୂତି ଥିଲା ସମ୍ପୂର୍ଣ୍ଣ ନିଆରା। ସେହି ୩-୪ ଘଣ୍ଟା ସମୟରେ ଆମେ ଯେମିତି ପୁଣି ଫେରିଯାଇଥିଲୁ ସେହି ପୁରୁଣା ସ୍କୁଲ୍‌ ଦିନକୁ ଆଉ ମନରେ ଏକ ଅଦ୍ଭୁତ ଆନନ୍ଦ ଭରିଯାଇଥିଲା। ଶିକ୍ଷୟିତ୍ରୀ- ଶିକ୍ଷକମାନଙ୍କୁ ଭେଟି ମଧ୍ୟ ବେଶ୍‌ ଖୁସି ମିଳିଥିଲା।
ସ୍ମୃତି ସାଉଁଟିବାର ବଳିଷ୍ଠ ମାଧ୍ୟମ
ସିଦ୍ଧାନ୍ତ କୁମାର ମହାରଣା(କର୍ମଜୀବୀ,
ଭୁବନେଶ୍ୱର)- ସଫଳତା ପାଇବା ପାଇଁ ସମୟ ସୂଅରେ ଆଗେଇ ଯାଉ ଯାଉ କେବେ ପଛକୁ ଦେଖିଲେ ମନେ ପଡେ ଅନେକ ଅଭୁଲା ସ୍ମୃତି। ସ୍କୁଲ ଓ କଲେଜ ବେଳର ସାଙ୍ଗସାଥିଙ୍କ ମେଳରେ ବିତାଇ ଥିବା ପ୍ରତ୍ୟେକ ସମୟକୁ ପୁଣି ବଞ୍ଚତ୍ବାକୁ ଇଛା ହୁଏ। ସେହିସବୁ ଅନୁଭୂତିକୁ ସତେଜ କରିବା ଲାଗି ଗତ ଡିସେମ୍ବରରେ ପୁରାତନ ଛାତ୍ରୀଛାତ୍ରମାନଙ୍କୁ ନେଇ କଲେଜରେ ଏକ ଆଲୁମ୍‌ନି ମିଟ୍‌ ଆୟୋଜନ କରିଥିଲୁ। ଯଦିଓ ସମସ୍ତଙ୍କୁ ଯୋଗାଯୋଗ କରି ଏକାଠି କରାଇବା କଷ୍ଟକର ଥିଲା ହେଲେ ସମସ୍ତଙ୍କ ସହ ମିଶି ପୁରୁଣା ସ୍ମୃତି ସାଉଁଟିବାର ଆନନ୍ଦ ସେ କଷ୍ଟକୁ ଲାଘବ କରି ଦେଇଥିଲା। ନିଜ ବନ୍ଧୁଙ୍କ ସହ ଭେଟିବା ଓ ବଡ ଭଉଣୀଭାଇମାନଙ୍କ ସଫଳତାରେ ଅନୁପ୍ରାଣିତ ହେବା ଏହି ମିଟ୍‌ର ଉଦ୍ଦେଶ୍ୟ ଥିଲା। ସତ କହିବାକୁ ଗଲେ ନିଜ କର୍ମମୟ ଜୀବନରୁ କିଛି ସମୟ ବାହାର କରି ସଭିଙ୍କ ସହ ଏକାଠି ହେବା ଦ୍ୱାରା ମାନସିକ ସ୍ତରରେ ଏକ ସତେଜତା ଭରିଦେଇଥିଲା।

ସ୍କୁଲ ଆଉ କଲେଜ ସମୟ କାହାକୁ ବା ଭଲ ନ ଲାଗେ! ପାଠପଢ଼ାର ଯେତେ ଚାପ ଥିଲେ ବି ସାଙ୍ଗସାଥୀଙ୍କ ସହ ବିତାଉଥିବା ପ୍ରତିଟି ମୁହୂର୍ତ୍ତ ଥାଏ ଖୁବ୍‌ ଆନନ୍ଦଭରା। ଧୀରେ ଧୀରେ ବୟସ ବଢ଼ିବା ସହ ଏସବୁ ସମୟ ପାଲଟେ ଅତୀତର ସ୍ମୃତି। କର୍ମଜଞ୍ଜାଳ ଭିତରେ ଯେବେ ସାଙ୍ଗଟିଏର ଫୋନ୍‌ କଲ୍‌ ଆସିଯାଏ ଅବା ଫେସ୍‌ବୁକ୍‌ରେ କାହାର ଫଟୋ ଦେଖାଯାଏ, ମନେପଡ଼ିଯାଏ ସବୁ କିଛି ଏବଂ ଇଚ୍ଛା ହୁଏ ପୁଣି ଥରେ ସେହି ପୁରୁଣା ଦିନକୁ ଫେରିଯିବାକୁ। ବର୍ତ୍ତମାନ ସେହି ଅତୀତର ସ୍ମୃତିକୁ ତାଜା କରିବା ଲାଗି ଏବେ ଅନେକେ କରୁଛନ୍ତି ବ୍ୟାଚ୍‌ଫିଷ୍ଟ। ଏହାଦ୍ୱାରା ନା କେବଳ ଖୁସି ମିଳିଥାଏ ବରଂ ଲୋକ ସମ୍ପର୍କ ବୃଦ୍ଧି ହୋଇଥାଏ; ଯାହାକି ସୁବିଧା ଅସୁବିଧା ସମୟରେ ବେଶ୍‌ କାମରେ ଆସିଥାଏ। ତେବେ ପୁରାତନ ଛାତ୍ରୀଛାତ୍ରଙ୍କୁ ନିଜ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହୋଇ ରହିବା ସହ ଏହାର ଉନ୍ନତି ପାଇଁ ସହଯୋଗ ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ମୋ ସ୍କୁଲ ଏବଂ ମୋ କଲେଜ୍‌ ଅଭିଯାନ ନାମରେ ଏକ ଅଭିନବ ପ୍ରୟାସ। ଯାହାଦ୍ୱାରା ନିକଟ ଅତୀତରେ ହେଉ ଅବା ଦୀର୍ଘ ବର୍ଷରୁ ସ୍କୁଲ୍‌ କଲେଜପଢ଼ା ସାରିଥିବା ଛାତ୍ରୀଛାତ୍ରଙ୍କୁ ପୁଣି ଥରେ ବନ୍ଧୁମିଳନର ସୁଯୋଗ ମିଳିପାରୁଛି…
କିମ୍ବା ପୁରାତନ ବନ୍ଧୁମିଳନ ଉତ୍ସବ ଆୟୋଜନ କରିବା ଏବଂ ଏହାକୁ ସୂଚାରୁ ରୂପେ ପରିଚାଳନା କରି ସଫଳ କରାଇବା ଲାଗି ଚାହୁଁଥିଲେ ଜାଣିରଖନ୍ତୁ କେତୋଟି ଟିପ୍ସ…
କରନ୍ତୁ ଯୋଗାଯୋଗ: ଏଭଳି ବନ୍ଧୁମିଳନ ଆୟୋଜନ କରୁଥିଲେ ସର୍ବପ୍ରଥମେ ବ୍ୟାଚ୍‌ମେଟ୍‌ ଅବା ଅନ୍ୟ ବ୍ୟାଚ୍‌ର ସମସ୍ତ ସଦସ୍ୟଙ୍କ ସହ ଯୋଗାଯୋଗ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ପରସ୍ପର ସହ ଯୋଗାଯୋଗ କରି ଫୋନ୍‌ ନମ୍ବର ସଂଗ୍ରହ କରନ୍ତୁ। ଏହାକୁ ଅଧିକ ସହଜ କରିବା ଲାଗି ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆ ଗ୍ରୁପ୍‌ ଆପଣଙ୍କୁ ବେଶ୍‌ ସାହାଯ୍ୟ କରିବ। ତେବେ ସାଙ୍ଗସାଥୀଙ୍କ ବ୍ୟତୀତ ନିଜର ଅଧ୍ୟାପିକା ଅଧ୍ୟାପକଙ୍କୁ ନିମନ୍ତ୍ରଣ କରିପାରିଲେ ଏହା ଅଧିକ ଆନନ୍ଦଦାୟକ ହୋଇପାରିବ।
ଆବଶ୍ୟକ ପ୍ରି ପ୍ଲାନିଂ: ଫିଷ୍ଟ ପାଇଁ ସମସ୍ତ ସଦସ୍ୟଙ୍କ ସହମତିକ୍ରମେ ଏକ ତାରିଖ ଠିକ୍‌ କରନ୍ତୁ, ଯେଉଁଦିନ ସମସ୍ତେ ଏକାଠି ହୋଇପାରିବେ। ନିଜ ସ୍କୁଲ୍‌ କିମ୍ବା କଲେଜ କ୍ୟାମ୍ପସ୍‌ ଅବା ବାହାରେ କେଉଁ ସ୍ଥାନରେ ଆୟୋଜନ କଲେ ସମସ୍ତଙ୍କୁ ସୁବିଧା ହେବ, ତାହା ମଧ୍ୟ ମିଳିତ ଭାବେ ନିଷ୍ପତ୍ତି ନିଅନ୍ତୁ। ସେହିପରି ସମସ୍ତଙ୍କ ପରାମର୍ଶ ନେଇ ଖାଦ୍ୟର ମେନୁ ସିଲେକ୍ଟ କରନ୍ତୁ। ଏହା ବ୍ୟତୀତ ବ୍ୟାନର, ଡେକୋରେଶନ୍‌ କିମ୍ବା ଅନ୍ୟାନ୍ୟ ବିଷୟରେ ପୂର୍ବରୁ ପ୍ଲାନିଂ କରନ୍ତୁ। ସର୍ବୋପରି କେତେଜଣ ଅଂଶଗ୍ରହଣ କରିବେ ଏବଂ ସମସ୍ତ ଫିଷ୍ଟ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ, ତାହାର ଏକ ବଜେଟ ପ୍ରସ୍ତୁତ କରି କିଛି ଦିନ ପୂର୍ବରୁ କଲେକ୍ଟ କରନ୍ତୁ । ଏହାଦ୍ୱାରା ଆପଣଙ୍କ କାର୍ଯ୍ୟକ୍ରମ ସୁରୁଖୁରୁରେ ହୋଇପାରିବ।
ଶେୟାର କରନ୍ତୁ ଅନୁଭୂତି: ଦୀର୍ଘଦିନ ପରେ ସାଙ୍ଗସାଥୀ ସହ ଏକାଠି ଦେଖାହେଲେ ସଭିଏଁ କଥାବାର୍ତ୍ତାରେ ଏତେ ମସ୍‌ଗୁଲ୍‌ ହୋଇଯାଆନ୍ତି ଯେ, ସମୟ କେତେବେଳେ ଚାଲିଯାଏ ଜଣାପଡ଼େନି। ତଥାପି ଏହା ମଧ୍ୟରେ ଏକରୁ ଦୁଇ ଘଣ୍ଟା ସମସ୍ତଙ୍କୁ ଅନୁଭୂତି କହିବାର ସୁଯୋଗ ଦିଅନ୍ତୁ, ଦେଖିବେ ଏହାଦ୍ୱାରା ଆପଣଙ୍କ କାର୍ଯ୍ୟକ୍ରମ ଆହୁରି ଆନନ୍ଦଦାୟକ ହୋଇପାରିବ।
ଏଭଳି କରନ୍ତୁ ମଜା: ବନ୍ଧୁମିଳନର ସୁଯୋଗ ସବୁବେଳେ ମିଳି ନ ଥାଏ। ତେଣୁ ଏହି ଅବସରକୁ ଅଧିକରୁ ଅଧିକ ମଜାଦାର ଏବଂ ଅଭୁଲା କରିବା ପାଇଁ ଆପଣ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା କରିପାରିବେ। ସମସ୍ତେ ରାଜି ହେଲେ କିଛି ମେସେଜ୍‌ ଥିବା ଅବା ଟି-ଶାର୍ଟ କରି ପିନ୍ଧିପାରିବେ। ଅନ୍ତାକ୍ଷରୀ, ମ୍ୟୁଜିକ୍‌ ଚେୟାର କିମ୍ବା ଅନ୍ୟ କୌଣସି ଗେମ୍‌ ବ୍ୟବସ୍ଥା କରିପାରିଲେ ମଧ୍ୟ ଏହା ବେଶି ସ୍ମରଣୀୟ ହୋଇପାରିବ। ଏହା ସହ ନାଚଗୀତର ବ୍ୟବସ୍ଥା କଲେ ବେଶ୍‌ ମଜା ଲାଗିବ। ପୁରୁଣା ଦିନର ଫଟୋ ସଂଗ୍ରହ କରି ଏକ ଭିଡିଓ ଡିସ୍‌ପ୍ଲେ କରିପାରିବେ ଏବଂ ସେଥିରେ ଏଭଳି ଗୀତ ଦିଅନ୍ତୁ, ଯେପରି ପୁରୁଣା ଦିନର ସ୍ମୃତି ସତେଜ ହୋଇ ଉଠିବ।
ଫଟୋ ଏବଂ ଭିଡିଓ: ଯଦିଓ ବର୍ତ୍ତମାନ ସମସ୍ତଙ୍କ ପାଖରେ ମୋବାଇଲ୍‌ ଫୋନ୍‌ ଥିବାରୁ ଫଟୋ ଏବଂ ଭିଡିଓ କରିବା ସୁବିଧା ହୋଇଯାଇଛି ଏବଂ ସଭିଏଁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରୁଛନ୍ତି, ତଥାପି କୌଣସି ଫଟୋଗ୍ରାଫରଙ୍କୁ ଡକାଇ ସାଙ୍ଗମାନଙ୍କ ସହ ବିତେଇଥିବା ପ୍ରତ୍ୟେକ ଖୁସି ମୁହୂର୍ତ୍ତର ଫଟୋ ଉଠାଇପାରିଲେ ସଭିଙ୍କ ପାଇଁ ସବୁ ଫଟୋ ପାଇବାରେ ସୁବିଧା ହେବ, ଯାହାକି ସବୁଦିନ ପାଇଁ ଅଭୁଲା ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri