Posted inଖେଳ

ଫ୍ରେଞ୍ଚ ଓପନ ଟେନିସ: ଓଷ୍ଟାପେଙ୍କୋ, କ୍ୱିଟୋଭା ତୃତୀୟ ରାଉଣ୍ଡରେ

ପ୍ୟାରିସ, ୨।୧୦(ଏପି): ପୂର୍ବତନ ଚାମ୍ପିୟନ ଲାଟିଭିଆର ଜେଲେନା ଓଷ୍ଟାପେଙ୍କୋ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ସେ ଦ୍ୱିତୀୟ ସିଡ୍‌ ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ ୬-୪, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଓଷ୍ଟାପେଙ୍କୋ ପୂର୍ବରୁ କ୍ୟାରିୟରର ଏକମାତ୍ର ଗ୍ରାଣ୍ଡସ୍ଲାମ ଟାଇଟଲ ଏଠାରେ ୨୦୧୭ରେ ଜିତିଥିଲେ। ସେହିବର୍ଷ ପ୍ଲିସ୍‌କୋଭା ସେମିଫାଇନାଲରେ ପ୍ରବେଶ କରିଥିଲେ ଏବଂ ସିମୋନା ହାଲେପଙ୍କଠାରୁ ହାରି ଯାଇଥିଲେ। ଅଣସିଡେଡ ଲାଟିଭିଆର ଓଷ୍ଟାପେଙ୍କୋ ପରବର୍ତ୍ତୀ ରାଉଣ୍ଡରେ ୨୯ତମ ସିଡ୍‌ ସ୍ଲୋଆନେ ଷ୍ଟିଫେନ୍ସ କିମ୍ବା ପାଉଲା ବାଡୋସାଙ୍କୁ ଭେଟିବେ। ଅନ୍ୟ ମହିଳା ସିଙ୍ଗଲ୍ସ ମ୍ୟାଚରେ ପେତ୍ରା କ୍ୱିଟୋଭା ୬-୩, ୬-୩ ସେଟ୍‌ରେ ଜସମିନ୍‌ ପାଓଲିନି, ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ସୋଫିଆ କେନିନ ୩-୬, ୬-୩, ୬-୨ରେ ଆନା ବୋଗ୍‌ଡାନ, ଡାନିଏଲ ରୋଜ୍‌ କଲିନ୍ସ ୬-୨, ୬-୩ରେ କ୍ଲାରା ଟୌସନ, ଆରିନା ସାବାଲେଙ୍କା ୭-୬(୮/୬), ୬-୦ ସେଟ୍‌ରେ ଡାରିଆ କାସାଟକିନାଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆମେରିକାର କଲିନ୍ସଙ୍କଠାରୁ ହାରିଥିବା ଡେନ୍‌ମାର୍କର ୧୭ ବର୍ଷୀୟା କ୍ଲାରା କ୍ୱାଲିଫାଇଂ ରାଉଣ୍ଡ ମଧ୍ୟଦେଇ ଆସିଥିଲେ ହେଁ ପ୍ରଥମ ରାଉଣ୍ଡରେ ୨୧ତମ ସିଡ୍‌ ଜେନିଫର ବ୍ରାଡିଙ୍କୁ ହରାଇ ଉଲ୍ଲେଖନୀୟ ସଫଳତା ପାଇଥିଲେ। ୧୯୮୯ ପରେ କୌଣସି ଡେନମାର୍କ ମହିଳାଭାବେ ସେ ପ୍ରଥମଥରପାଇଁ କୌଣସି ବଡ଼ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।
ପୁରୁଷ ସିଙ୍ଗଲ୍ସ
ଜୋକୋଭିଚ୍‌, ଡିମିଟ୍ରୋଭ୍‌ଙ୍କ ଅଗ୍ରଗତି
ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ୬-୧, ୬-୨, ୬-୨ ସେଟ୍‌ରେ ରିକାଡର୍‌ସ ବେରାନ୍‌କିସ୍‌ଙ୍କୁ ହରାଇ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ସେହିପରି କ୍ରିଷ୍ଟିଆନ ଗର୍ସିନ ୬-୭(୫/୭), ୬-୨, ୭-୬(୭/୩), ୬-୪ ସେଟ୍‌ରେ ମାକ୍ର ପୋଲମାନ୍ସଙ୍କୁ ଏବଂ ଗ୍ରିଗୋର ଡିମିଟ୍ରୋଭ୍‌ ୬-୪, ୭-୬(୭/୫), ୬-୧ ସେଟ୍‌ରେ ଆନ୍ଦ୍ରେଜ ମାର୍ଟିନଙ୍କୁ ହରାଇ ଦେଇଛନ୍ତି। ଅନ୍ୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ମଧ୍ୟରେ କରେନ ଖାଚାନୋଭ ୬-୧, ୬-୭(୪/୭), ୭-୬(୯/୭), ୭-୬(୭/୨) ସେଟ୍‌ରେ ଜିରି ଭେସ୍‌ଲି, ଟିଆଗୋ ମଣ୍ଟେରିଓ ୭-୬(୭/୫), ୬-୪, ୬-୧ ସେଟ୍‌ରେ ମାର୍କୋସ ଗିରନ, ପାବ୍‌ଲୋ କାରେନୋ ବୁଷ୍ଟା ୬-୩, ୬-୨, ୬-୧ ସେଟ୍‌ରେ ଗୁଇଡୋ ପିଲ୍ଲା, ମାର୍ଟନ ଫୁକ୍ସେିଭିକ୍ସ ୭-୬(୭/୨), ୬-୩, ୭-୫ ସେଟ୍‌ରେ ଆଲବର୍ଟ ରାମୋସଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri