Categories: ଖେଳ

ଫ୍ରେଞ୍ଚ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡ଼ାଲ, ଥିମ୍‌, ଓ୍ବାରିଙ୍କା

ପ୍ୟାରିସ୍‌, ୧।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ୍‌ ଖେଳାଳିମାନେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ଅଷ୍ଟ୍ରିଆର ତୃତୀୟ ସିଡ୍‌ ଖେଳାଳି ଡୋମିନିକ୍‌ ଥିମ୍‌, ଆମେରିକାର ଏସ୍‌. କୋର୍ଡା, ୧୬ତମ ସିଡ୍‌ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କା, ଆମେରିକାର ଟେଲର ଫ୍ରିଜ୍‌ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ନାଡାଲ ଦ୍ୱିତୀୟ ରାଉଣ୍ଡରେ ଅମେରିକାର ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡଙ୍କୁ ୬-୧, ୬-୦, ୬-୩ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ଥିମ୍‌ ଆମେରିକାର ଜ୍ୟାକ ସକ୍‌ଙ୍କୁ ୬-୧, ୬-୩, ୭-୬ ସେଟ୍‌ରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପଟେ ଓ୍ବାରିଙ୍କା ଦ୍ୱିତୀୟ ରାଉଣ୍ଡରେ ଜର୍ମାନୀର ଡୋମିନିକ୍‌ କୋଏପ୍‌ଫେରଙ୍କୁ ୬-୩, ୬-୨, ୩-୬, ୬-୧ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। କୋଡ୍ରା ନିଜ ଦେଶ ଆମେରିକାର ଜନ୍‌ ଇସ୍ନରଙ୍କୁ ୬-୪, ୬-୪, ୨-୬, ୬-୪ ସେଟ୍‌ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଫ୍ରିଜ୍‌ ମୋଲଡୋଭାର ରାଡୁ ଆଲବୋଟଙ୍କୁ ୬-୩, ୬-୨, ୬-୪ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି।

Share