ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଲୋକଙ୍କୁ ଚୁଆପାଣି ଭରସା

ନୂଆଗାଁ,୯ା୫(ଡି.ଏନ.ଏ.) : ପ୍ରତି ଗାଁର ଘରକୁ ଘର ପାନୀୟ ଜଳ ଯୋଗାଇଥିବା ନେଇ ସରକାର କହୁଛନ୍ତି। ହେଲେ ଦେଶକୁ ଇଂରେଜ ଶାସନରୁ ମୁକୁଳାଇ ସ୍ବାଧୀନତା ଆଣିବାକୁ ନିଜ ଜୀବନକୁ ଝାସ ଦେଇଥିବା ସଂଗ୍ରାମୀ ଗାଁକୁ ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଏପରି ଅଭିଯୋଗ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ଗୌଡଥୁଆବାରୀବାସୀ କରିଛନ୍ତି। ଗାଁ ପାଖ ଦେଇ ବହି ଯାଇଥିବା ଡାହୁକା ନଦୀର ଜଳକୁ ଭରସା କରି ସଂଗ୍ରାମୀଙ୍କ ଉତ୍ତରାଧିକାରୀ ଚଳୁଛନ୍ତି।
ଦେଶକୁ ସ୍ବାଧୀନତା ଆଣିବାକୁ ଥୁଆବାରୀ ଏବଂ ଗୌଡ଼ଥୁଆବାରୀ ଗ୍ରାମର ୬୦ରୁ ଊର୍ଦ୍ଧ୍ୱ ସଂଗ୍ରାମୀ ଇଂରେଜ ସହ ଲଢ଼େଇ କରିବା ସହ ନିଜ ଜୀବନକୁ ଝାସ ଦେଇଥିଲେ। କିଏ ଜେଲ ଭିତରେ ରହି ମୃତ୍ୟୁବରଣ କରିଥିଲେ ତ କିଏ ଇଂରେଜ ପୋଲିସଙ୍କ ଗୁଳିମାଡ଼ରେ ବଳି ପଡ଼ିଥିଲେ। ଆଉ କାହାକୁ ଜେଲ ଭିତରେ ଖାଇବାକୁ ନ ଦେଇ ମାରି ଦିଆଯାଇଥିଲା। ସବୁ କଷ୍ଟକୁ ଭୁଲି ଦେଶକୁ ସ୍ବାଧୀନ କରିବାକୁ ଅହରହ ଲତ୍ଇେ କରିଥିଲେ ଥୁଆବାରୀବାସୀ। ସେହି ଗାଁ ଥୁଆବାରୀକୁ ପ୍ରଶାସନ ଅଣଦେଖା କରିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଅକ୍ଟୋବର ୧୦ରେ କେବଳ ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ତୋପ ସଲାମୀ ଦେଇ ନିଜର କର୍ତ୍ତବ୍ୟ ସାରି ଦେଉଛନ୍ତି। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ସରକାର ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସଂଗ୍ରାମୀଙ୍କ ଉତ୍ତରାଧିକାରୀମାନଙ୍କ ପାଇଁ ପାନୀୟ ଜଳ ଯୋଗାଇ ଦେବାରେ ପ୍ରଶାସନ ଅସମର୍ଥ ହୋଇଛି। ଗୌଡ଼ଥୁଆବାରୀ ଗାଁରେ ୫୫ ପରିବାରର ପ୍ରାୟ ୨୫୦ ଲୋକ ବାସବାସ କରୁଥିବା ବେଳେ ସେମାନଙ୍କ ବ୍ୟବହାର ପାଇଁ ୩ ଟି ନଳକୂଅ ଖୋଳାଯାଇଛି। ହେଲେ ଉକ୍ତ ନଳକୂଅଗୁଡ଼ିକର ପାଣି ପିଇବା ଓ ରୋଷେଇ କରିବା ଅନୁପଯୁକ୍ତ। କେଉଁ ନଳକୂଅରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି ତ କେଉଁ ନଳକୂଅ ଖରାଦିନ ହେଲେ ଶୁଖି ଯାଉଛି। ଫଳରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ଭରତ ସାହୁ, ଶଙ୍କର ପରିଡ଼ା, ଶତ୍ରୁଘ୍ନ ସାହୁ, ରାଉଳ ନାୟକ, ମାଧବ ସାହୁ ପ୍ରମୁଖ ଗ୍ରାମବାସୀ କହିଛନ୍ତି। ଗାଁ ପାଖ ଦେଇ ବହି ଯାଇଥିବା ଡାହୁକା ନଦୀକୁ ସକାଳ ହେଲେ ଗାଁର ମହିଳାମାନେ ଗରା, ମାଠିଆ, ଡେକଚି ଧରି ସେଠାରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଏ ଘଟଣା ଦିନେ କି ଦୁଇଦିନ ନୁହଁ, ବର୍ଷ ତମାମ ଚାଲିଛି। ଏହା ମହିଳାମାନଙ୍କର ନୀତି ଦିନିଆ କାମ ହୋଇଗଲାଣି। ବାରମ୍ବାର ଅଭିଯୋଗ ପରେ ଗ୍ରାମ ପରିମଳ ଓ ଜଳଯୋଗାଣ (ଆରଡବ୍ଳୁଏସ୍‌ଏସ୍‌) ବିଭାଗ ପକ୍ଷରୁ ବୋର୍‌ ନଳକୂପ ଖୋଳି ଦେଇ ବିଭାଗ ଚୁପ ହୋଇ ବସିଛି। ପାଣି ଯୋଗାଇ ଦେବା ବାବଦରେ ଆରଡବ୍ଲୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରାଙ୍କୁ ପଚାରିବାରେ ପାଣି ଯୋଗାଇବାକୁ ଆମ ପାଖରେ ପାଣି ମଟର ଅଛି କିନ୍ତୁ ବିଦ୍ୟୁତ ସଂଯୋଗ କରାଯାଉ ନ ଥିବାରୁ ପାଣି ଯୋଗାଇବା ସମ୍ଭବ ହେଉନାହିଁ। ଯେତେ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ କରାଯିବ ଆମେ ପାଣି ଯୋଗାଇ ଦେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri