ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଲୋକଙ୍କୁ ଚୁଆପାଣି ଭରସା

ନୂଆଗାଁ,୯ା୫(ଡି.ଏନ.ଏ.) : ପ୍ରତି ଗାଁର ଘରକୁ ଘର ପାନୀୟ ଜଳ ଯୋଗାଇଥିବା ନେଇ ସରକାର କହୁଛନ୍ତି। ହେଲେ ଦେଶକୁ ଇଂରେଜ ଶାସନରୁ ମୁକୁଳାଇ ସ୍ବାଧୀନତା ଆଣିବାକୁ ନିଜ ଜୀବନକୁ ଝାସ ଦେଇଥିବା ସଂଗ୍ରାମୀ ଗାଁକୁ ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଏପରି ଅଭିଯୋଗ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ଗୌଡଥୁଆବାରୀବାସୀ କରିଛନ୍ତି। ଗାଁ ପାଖ ଦେଇ ବହି ଯାଇଥିବା ଡାହୁକା ନଦୀର ଜଳକୁ ଭରସା କରି ସଂଗ୍ରାମୀଙ୍କ ଉତ୍ତରାଧିକାରୀ ଚଳୁଛନ୍ତି।
ଦେଶକୁ ସ୍ବାଧୀନତା ଆଣିବାକୁ ଥୁଆବାରୀ ଏବଂ ଗୌଡ଼ଥୁଆବାରୀ ଗ୍ରାମର ୬୦ରୁ ଊର୍ଦ୍ଧ୍ୱ ସଂଗ୍ରାମୀ ଇଂରେଜ ସହ ଲଢ଼େଇ କରିବା ସହ ନିଜ ଜୀବନକୁ ଝାସ ଦେଇଥିଲେ। କିଏ ଜେଲ ଭିତରେ ରହି ମୃତ୍ୟୁବରଣ କରିଥିଲେ ତ କିଏ ଇଂରେଜ ପୋଲିସଙ୍କ ଗୁଳିମାଡ଼ରେ ବଳି ପଡ଼ିଥିଲେ। ଆଉ କାହାକୁ ଜେଲ ଭିତରେ ଖାଇବାକୁ ନ ଦେଇ ମାରି ଦିଆଯାଇଥିଲା। ସବୁ କଷ୍ଟକୁ ଭୁଲି ଦେଶକୁ ସ୍ବାଧୀନ କରିବାକୁ ଅହରହ ଲତ୍ଇେ କରିଥିଲେ ଥୁଆବାରୀବାସୀ। ସେହି ଗାଁ ଥୁଆବାରୀକୁ ପ୍ରଶାସନ ଅଣଦେଖା କରିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଅକ୍ଟୋବର ୧୦ରେ କେବଳ ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ତୋପ ସଲାମୀ ଦେଇ ନିଜର କର୍ତ୍ତବ୍ୟ ସାରି ଦେଉଛନ୍ତି। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ସରକାର ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସଂଗ୍ରାମୀଙ୍କ ଉତ୍ତରାଧିକାରୀମାନଙ୍କ ପାଇଁ ପାନୀୟ ଜଳ ଯୋଗାଇ ଦେବାରେ ପ୍ରଶାସନ ଅସମର୍ଥ ହୋଇଛି। ଗୌଡ଼ଥୁଆବାରୀ ଗାଁରେ ୫୫ ପରିବାରର ପ୍ରାୟ ୨୫୦ ଲୋକ ବାସବାସ କରୁଥିବା ବେଳେ ସେମାନଙ୍କ ବ୍ୟବହାର ପାଇଁ ୩ ଟି ନଳକୂଅ ଖୋଳାଯାଇଛି। ହେଲେ ଉକ୍ତ ନଳକୂଅଗୁଡ଼ିକର ପାଣି ପିଇବା ଓ ରୋଷେଇ କରିବା ଅନୁପଯୁକ୍ତ। କେଉଁ ନଳକୂଅରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି ତ କେଉଁ ନଳକୂଅ ଖରାଦିନ ହେଲେ ଶୁଖି ଯାଉଛି। ଫଳରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ଭରତ ସାହୁ, ଶଙ୍କର ପରିଡ଼ା, ଶତ୍ରୁଘ୍ନ ସାହୁ, ରାଉଳ ନାୟକ, ମାଧବ ସାହୁ ପ୍ରମୁଖ ଗ୍ରାମବାସୀ କହିଛନ୍ତି। ଗାଁ ପାଖ ଦେଇ ବହି ଯାଇଥିବା ଡାହୁକା ନଦୀକୁ ସକାଳ ହେଲେ ଗାଁର ମହିଳାମାନେ ଗରା, ମାଠିଆ, ଡେକଚି ଧରି ସେଠାରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ଏ ଘଟଣା ଦିନେ କି ଦୁଇଦିନ ନୁହଁ, ବର୍ଷ ତମାମ ଚାଲିଛି। ଏହା ମହିଳାମାନଙ୍କର ନୀତି ଦିନିଆ କାମ ହୋଇଗଲାଣି। ବାରମ୍ବାର ଅଭିଯୋଗ ପରେ ଗ୍ରାମ ପରିମଳ ଓ ଜଳଯୋଗାଣ (ଆରଡବ୍ଳୁଏସ୍‌ଏସ୍‌) ବିଭାଗ ପକ୍ଷରୁ ବୋର୍‌ ନଳକୂପ ଖୋଳି ଦେଇ ବିଭାଗ ଚୁପ ହୋଇ ବସିଛି। ପାଣି ଯୋଗାଇ ଦେବା ବାବଦରେ ଆରଡବ୍ଲୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରାଙ୍କୁ ପଚାରିବାରେ ପାଣି ଯୋଗାଇବାକୁ ଆମ ପାଖରେ ପାଣି ମଟର ଅଛି କିନ୍ତୁ ବିଦ୍ୟୁତ ସଂଯୋଗ କରାଯାଉ ନ ଥିବାରୁ ପାଣି ଯୋଗାଇବା ସମ୍ଭବ ହେଉନାହିଁ। ଯେତେ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ କରାଯିବ ଆମେ ପାଣି ଯୋଗାଇ ଦେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri