ଘରୋଇ ହସ୍ପିଟାଲକୁ ମାଗଣାରେ ଟିକା

ଭୁବନେଶ୍ୱର,୭ା୫(ବ୍ୟୁରୋ):ସମଗ୍ର ଦେଶ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଟିକା ନେବା ପାଇଁ ଲୋକମାନେ ବ୍ୟାକୁଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ଏବେ ମାଗଣାରେ ଟିକା ଯୋଗାଇ ଦେବେ। ଯେଉଁମାନେ ଘରୋଇ ହସ୍ପିଟାଲ୍‌ରେ ଟିକା ନେବାକୁ ଚାହିଁବେ, ସେମାନେ ପ୍ରଶାସନିକ ଖର୍ଚ୍ଚ ବାବଦକୁ କେବଳ ୧୦୦ଟଙ୍କା ଦେବେ। ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି।
ପ୍ରଦୀପ୍ତ କହିଛନ୍ତି ଯେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ୨୦୨୧ ଜାନୁୟାରୀ ୧୬ ରୁ ଆରମ୍ଭ ହୋଇଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଏହାପରେ ଆଗଧାଡିରେ ଥିବା କୋଭିଡ୍‌ ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିଲା। ଏହା ପରେ ୬୦ବର୍ଷରୁ ଊର୍ଦ୍ଧ୍ୱ, ୪୫ରୁ ୬୦ବର୍ଷର ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି, ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ଏବେ ୧୮ରୁ ୪୪ ବର୍ଷ ବର୍ଗର ଲୋକମାନଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ୯୭ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଏବଂ ୮୭ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିବା ବେଳେ ୯୭ ପ୍ରତିଶତ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‌ ଏବଂ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। ରାଜ୍ୟରେ ୧କୋଟି ୧୬ ଲକ୍ଷ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଅର୍ଥାତ୍‌ ୩୫ପ୍ରତିଶତଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି। ସେହିପରି ପ୍ରାୟ ୬ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଆହୁରି ପ୍ରାୟ ୧୭ ଲକ୍ଷ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଦ୍ୱିତୀୟ ଡୋଜ୍‌ ନେବା ଅପେକ୍ଷାରେ ରହିଛନ୍ତି। ରାଜ୍ୟରେ ଦୁଇପ୍ରକାର ଟିକାକରଣ ଚାଲିଛି। ଭୁବନେଶ୍ୱରରେ କୋଭାକ୍ସିନ ଓ ରାଜ୍ୟର ଅନ୍ୟାନ୍ୟ ଭାଗରେ କୋଭିଶିଲ୍ଡ ଟିକା ଦିଆଯାଉଛି। ଯେତେ ଲୋକ ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ଟିକା ନେଇଛନ୍ତି ସେମାନେ ଦ୍ୱିତୀୟ ଡୋଜ୍‌ ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ। ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍‌ କୋଭାକ୍ସିନ ନେବାରେ କୌଣସି ଅସୁବିଧା ନାହିଁ। ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ତେବେ ୩୦ ଜିଲାରେ କୋଭିଶିଲ୍ଡର ଅଭାବ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅନେକ ଥର କେନ୍ଦ୍ରକୁ ଚିଠି ଲେଖିସାରିଲେଣି। ୧୫ ଲକ୍ଷ ଟିକା ପାଇଁ ଆମେ ଦାବି କରିଛୁ। ଆସନ୍ତା ୧୫ ତାରିଖ ସୁଦ୍ଧା ଆଉ ୬ ଲକ୍ଷ ଟିକା ଆସିବ। ସେହି ଟିକାକୁ ଦ୍ୱିତୀୟ ଡୋଜ୍‌ ଆକାରରେ ଦିଆଯିବ ବୋଲି ପ୍ରଦୀପ୍ତ କହିଛନ୍ତି।
୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କ ପଞ୍ଜୀକରଣ କାର୍ଯ୍ୟ ଚାଲୁ ରହିଛି। କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ସହରାଞ୍ଚଳଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବ। ଗ୍ରାମାଞ୍ଚଳରେ ମଧ୍ୟ ସମସ୍ତଙ୍କୁ ଟିକା ଦିଆଯିବ। ଖୁବ୍‌ଶୀଘ୍ର ୪.୭୮ ଲକ୍ଷ ଟିକା ମିଳିବ। ଏଥିପାଇଁ ରାଜ୍ୟ ସରକାର ୧୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଦ୍ୱିତୀୟ ଡୋଜ୍‌ ଟିକା ଶେଷ ନ ହେବା ଯାଏ ପ୍ରଥମ ଡୋଜ୍‌ ଟିକାକରଣ ହେବ ନାହିଁ।
ସରକାର କେବେ ଲକ୍‌ଡାଉନ ଚାହୁଁ ନ ଥିଲେ। ସମସ୍ତେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌ ଗାଇଡ୍‌ଲାଇନକୁ ମାନନ୍ତୁ। ନଚେତ ପରିସ୍ଥିତି କୁଆଡ଼େ ଯିବ କେହି କହିପାରିବେ ନାହିଁ। ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଲୋକମାନଙ୍କୁ ୫ ଘଣ୍ଟା ସମୟ ଦିଆଯାଇଛି, ସେହି ସମୟର ଅପବ୍ୟବହାର କରନ୍ତୁ ନାହିଁ। ଟିକା ପାଇଁ ଯେଉଁ ସମୟ ଦିଆଯାଇଛି ସେହି ସମୟରେ ଆସିବା ଉଚିତ। ବହୁ ଆଗରୁ ଆସି ଧାଡ଼ିବାନ୍ଧି ଛିଡ଼ା ହେବାର ଆବଶ୍ୟକତା ନାହିଁ। ପ୍ରତି ଟିକାକରଣ କେନ୍ଦ୍ରରେ କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରିବାକୁ ପ୍ରଦୀପ୍ତ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri