ମାଗଣା ଯୋଜନା ଓ ମିଛ ହିତାଧିକାରୀ

ଷ୍ଟାଲିନ ମିଶ୍ର

ବ୍ରିଟିଶ ଶାସନ ସମୟର କଥା। ରାଜ୍ୟରେ ଭୟଙ୍କର ନଅଙ୍କ ଦୁର୍ଭିକ୍ଷ ପଡ଼ିଥାଏ। ଭୋକ ଦାଉ ସହି ନ ପାରି ଲକ୍ଷ ଲକ୍ଷ ଓଡ଼ିଆ ପୋକମାଛି ପରି ଜୀବନ ହାରିଥିଲେ। ଗୋରା ସରକାର ଅନ୍ନଛତ୍ର ଖୋଲିଲେ। ମାଗଣା ଖାଦ୍ୟ ବାଣ୍ଟିଲେ। ହେଲେ ଏଇ ଓଡ଼ିଆ ଜାତି ଚିର ସ୍ବାଭିମାନୀ। ମାଗଣା ଖାଇବେ କେମିତି? ସେମାନେ ବରଂ ତେନ୍ତୁଳିପତ୍ର ଲୁଣ ଖାଇବାକୁ ପସନ୍ଦ କରିଥିଲେ କିନ୍ତୁ ନିଜ ସ୍ବାଭିମାନ, ଅସ୍ମିତା ତଥା ଆତ୍ମସମ୍ମାନକୁ ବନ୍ଧା ପକାଇପାରି ନ ଥିଲେ। ହଁ କିଛି ବ୍ୟତିକ୍ରମ ମଧ୍ୟ ଥିଲା, ପେଟ ଦାଉ ସହି ନ ପାରି କିଛି ଲୋକ ଅନ୍ନଛତ୍ରରେ ଖାଇ ଜାତି ହରାଇଥିଲେ ମଧ୍ୟ। ଜୀବନ ବଞ୍ଚାଇବା ପାଇଁ ଏପରି କାମ କରି ସେମାନେ କିଛି ବି ଭୁଲ୍‌ କରି ନ ଥିଲେ। ଜୀବନ ବଞ୍ଚିଲେ ତ ମାନ-ସମ୍ମାନ ବା ଅଭିମାନ-ସ୍ବାଭିମାନ। କିନ୍ତୁ ଏହି ଓଡ଼ିଆ ଜାତି ତାଙ୍କୁ ଛତରଖିଆ କହିଥିଲା।
କେନ୍ଦ ହେଉ କିମ୍ବା ରାଜ୍ୟ ସରକାର ଆମ ମାନସିକତାକୁ ଲକ୍ଷ୍ୟ କରି ଗୋଟେ ପରେ ଗୋଟେ ମାଗଣାଖିଆ ଯୋଜନା କରିଚାଲିଛନ୍ତି। ଏହି ଯୋଜନା ସବୁର ଭରପୂର ଫାଇଦା ଉଠାଇବାକୁ ଲାଗିଯାଇଛୁ। ସେମାନେ ବାଣ୍ଟି ଚାଲିଲେ ଆମେ ନେଇ ଚାଲିଲୁ। ନ ନେଇପାରିଲେ ଦୁର୍ନୀତିର ଆଶ୍ରୟ ନେଲୁ, ଅଧିକାରୀକୁ ଲାଞ୍ଚ ଦେଇ ନିଜ ନାମ ତାଲିକାଭୁକ୍ତ କଲୁ। ନେତା ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲୁ। ଯେମିତି ଯାହା କରି ନିଜକୁ କିପରି ମାଗଣାଖିଆ ଘୋଷଣା କରିବାକୁ ସମସ୍ତ ବିଦ୍ୟାବୁଦ୍ଧି ଲଗେଇଦେଲୁ। ଏପରି କି ସ୍ବାମୀ-ସ୍ତ୍ରୀ, ପିତା-ପୁତ୍ର ଅଲଗା ଅଲଗା ହିତାଧିକାରୀ ହୋଇ ମାଗଣା ଯୋଜନାର ଲାଭ ଉଠାଇଚାଲିଲୁ।
ଏହି ମାନସିକତାର ଭରପୂର ଫାଇଦା ଉଠାଇଚାଲିଲେ ସରକାର ଓ ରାଜନୈତିକ ଦଳଗୁଡ଼ିକ। ଏହାକୁ ନିର୍ବାଚନ ବୈତରଣୀ ପାର କରିବା ପାଇଁ ଅମୋଘ ଅସ୍ତ୍ର ରୂପେ ପ୍ରୟୋଗ କରିଚାଲିଲେ। ଆମେ ମିଠା ପ୍ରଲେପ ଦିଆ ବିଷ ବଟିକା ଖାଇ ଚାଲିଲୁ। ଯେଉଁ ସରକାର ରାଜ୍ୟ ତଥା ଦେଶର ବୈଷୟିକ ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ତଥା ରୋଜଗାର ସୃଷ୍ଟି ପାଇଁ ପ୍ରାଧାନ୍ୟତା ଦେବା କଥା ସେମାନେ କୋଟି କୋଟି ଟଙ୍କା ରାଜସ୍ବ ଖର୍ଚ୍ଚ କରି ଏପରି ଯୋଜନାମାନ ସୃଷ୍ଟି ତଥା ପ୍ରଚାରରେ ଲଗାଇଦେଲେ। ଆରମ୍ଭ ହେଲା ଭାରତୀୟ ରାଜନୀତିରେ ଏକ ନୂତନ ଅଧ୍ୟାୟ, ମିଛ ହିତାଧିକାରୀ ସୃଷ୍ଟି, ପ୍ରଚାର ସର୍ବସ୍ବ ରାଜନୀତି ତଥା ରାଜସ୍ବ ଅପଚୟର ଯୁଗ।
କଥାରେ ଅଛି ଦୁନିଆରେ କିଛି ବି ମାଗଣା ନୁହେଁ। ଆମେ ଯାହାକୁ ମାଗଣା ଭାବି ପୁଲକିତ ହୋଇଥାଉ ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ ଆମେ ଏଥିପାଇଁ ବହୁମୂଲ୍ୟ ଦେଇଥାଉ। ସରକାର ମାଗଣା ଯୋଜନାଗୁଡ଼ିକ ପାଇଁ ଯେଉଁ ଅର୍ଥ ବ୍ୟୟ କରିଥାନ୍ତି ସେସବୁ ଆମମାନଙ୍କଠାରୁ ଆଦାୟ କରାଯାଉଥିବା ବିଭିନ୍ନ ଟିକସ। ଯେତେବେଳେ ଲୋକେ ସାଧାରଣ ସୁବିଧା ସୁଯୋଗ ପାଇବାକୁ ଡହଳ ବିକଳ ହେଉଛନ୍ତି ସେତେବେଳେ ଏପରି ମାଗଣାଖିଆ ଯୋଜନାମାନ କରି ତଥା ବ୍ୟୟବହୁଳ ସଭାସମିତି ଆୟୋଜନ କରି ବିକାଶର ଭ୍ରମ ସୃଷ୍ଟିକରିବା ହିଁ ଆଜି ଦିନରେ ସଫଳ ରାଜନୀତିର ସଂଜ୍ଞା ବୋଲି ବିବେଚନା କରାଯିବା ନିଶ୍ଚିତ ଦୁର୍ଭାଗ୍ୟର ବିଷୟ। ଗଣତନ୍ତ୍ରରେ ଜନତା ମୁଖ୍ୟ, କିନ୍ତୁ ଆଜିର ଗଣତନ୍ତ୍ରରେ ଜନତା ଶୋଷିତ, ନିଷ୍ପେଷିତ, ଅବହେଳିତ ହୋଇ ମଧ୍ୟ ସାମାନ୍ୟ ସୁବିଧା ସୁଯୋଗ ପାଇବା ପାଇଁ ମାଗଣାଖିଆ ଯୋଜନାର ଅଂଶୀଦାର ହୋଇ ନିଜ ଅଧିକାର ପାଇଁ ନୁହେଁ ବରଂ କାହାର ଦୟାର ପାତ୍ର ହେବାପାଇଁ ସଂଘର୍ଷ କରିବା ଆଜି ବ୍ୟଥିତ କରିଛି।
ଆଜିର ରାଜନୈତିକ ପ୍ରତିଯୋଗିତା ମାଗଣାରେ କିଛି ଦେବା ଉପରେ ଚାଲିଛି। ଏପରି ପରିସ୍ଥିତି ହେଲାଣି ଯେ ଲୋକେ ତାଙ୍କ କଳାକୌଶଳ, ବୁଦ୍ଧିଜ୍ଞାନ ପାସୋରି ଗଲେଣି, ଏମିତି କି ପରିଶ୍ରମ କରିବାକୁ ଆଉ ଚାହୁଁନାହାନ୍ତି। ଶାସ୍ତ୍ରରେ ଆମ ଜାତି ତଥା ଆମ ରାଜ୍ୟ ପାଇଁ ଯେଉଁ ମହାନ୍‌ ପଂକ୍ତି ଉଲ୍ଲେଖ ହୋଇଛି ତାହା ମୁଁ ଏଠି ଆଉ ଥରେ ପାଠକଙ୍କ ଦୃଷ୍ଟିଗୋଚର କରିବାକୁ ଚାହୁଁଛି। ବର୍ଷାଣାଂ ଭାରତ ଶ୍ରେଷ୍ଠଃ,ଦେଶାନାଂ ଉତ୍କଳ ଶ୍ରେଷ୍ଠଃ, ଉତ୍କଳସ୍ୟ ସମଦେଶୋ, ଦେଶୋନାସ୍ତି ମହିତଳେ। ଅର୍ଥାତ୍‌ ଶ୍ରେଷ୍ଠ ଭାରତବର୍ଷରେ ଶ୍ରେଷ୍ଠ ରାଜ୍ୟ ହେଉଛି ଉତ୍କଳ (ଓଡ଼ିଶା), ଉତ୍କଳ ପରି ମହାନ୍‌ ରାଜ୍ୟ ପୃଥିବୀରେ ନାହିଁ। କିନ୍ତୁ ଆଜି ଓଡ଼ିଶାର ଋଣ ଭାର ଏକ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ। ଏହି ମାଗଣା ଯୋଜନା ପାଇଁ ଆମେ ଆମର ସର୍ବନାଶ କରିବାକୁ କେହି ରୋକିପାରିବେ ନାହିଁ। ଆସନ୍ତୁ ରାଜ୍ୟ ତଥା ଆଗାମୀ ପିଢ଼ିର ସୁରକ୍ଷା ପାଇଁ ଏହି ସବୁ ମାଗଣା ଯୋଜନା ତଥା ମିଛ ହିତାଧିକାରୀ ହେବାରୁ ନିଜକୁ ଦୂରେଇ ରଖିବା। ପଥରକୁ ଜୀବନ୍ୟାସ ଦେଇପାରୁଥିବା ସେହି ମହାନ୍‌ ଉତ୍କଳୀୟମାନଙ୍କର ଦାୟାଦ ଆମେ, ଆମକୁ ମାଗଣା ଜିନିଷ ନୁହେଁ ଆମକୁ ଆମ ଅଧିକାର ଆବଶ୍ୟକ। ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାରକୁ ପ୍ରାଥମିକତା ଦେବାକୁ ସରକାରଙ୍କୁ ବାଧ୍ୟକରିବା।
ସୂଚନାପ୍ରଯୁକ୍ତିବିତ୍‌
ମୋ: ୯୩୪୩୯୩୫୩୪୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri