ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) ।  ରକ୍ଷା ବନ୍ଧନ ଅବସରରେ ମହିଳାଙ୍କ ପାଇଁ ଆମ ବସ୍ ସେବା ମାଗଣା ରହିବ । ଏନେଇ କ୍ରୁଟ ପକ୍ଷରୁ ଘୋଷଣା କରାଯାଇଛି ।

ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଥିବା ଭଉଣୀମାନଙ୍କ ଯାତାୟାତକୁ ସହଜ ଓ ସୁଗମ କରିବା ପାଇଁ  CRUT ପକ୍ଷରୁ ମାଗଣା ବସ୍ ସେବାର ଘୋଷଣା କରାଯାଇଛି। ଏହି ସୁବିଧା ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, କେନ୍ଦୁଝର ସଦର ଏବଂ ରାଉରକେଲାରେ ମିଳିବ । ଗୋଟିଏ ଦିନରେ ପ୍ରାୟ ଏକଲକ୍ଷରୁ ଉର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି ।

 

Dharitri – Odisha’s No.1 Odia Daily

Share