ଚାକିରି ଦେବାକୁ କହି ଠକେଇ: ୫ ଗିରଫ

ଦାମନଯୋଡି,୪ା୪(ଡି.ଏନ.ଏ.): ନାଲକୋ ଠିକାଦାରଙ୍କ ଅଧୀନରେ ଚାକିରି ଦେବାକୁ କହି ଠକେଇ କରିବା ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ସନ୍ତୋଷ ବରାଡ, ରାୟଗଡ଼ାର ସୁଧୀର ଚୌଧୁରୀ, ସୁନୀଲ ଚୌଧୁରୀ, ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର କମଳ ମହାନ୍ତି ଓ ଯାଜପୁର ଜିଲା ବରି ଥାନା ବାଲିବିଲ ଗ୍ରାମର ଅଭିମନ୍ୟୁ ମିଶ୍ର। ଏମାନେ ୩୦ ଜଣ ପିଲାଙ୍କଠାରୁ ୩୦ରୁ୪୦ ହଜାର ଟଙ୍କା ଠକି ନେଇଥିବା ସୁନାବେଡ଼ା ଏସ୍‌ଡିପିଓ ମନୋଜ ବେହେରା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଖବରରୁ ଜଣାପଡିଛି ଭୁବନେଶ୍ୱରର ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ଏମ୍‌ଡି ରୂପେ କାର୍ଯ୍ୟ କରୁଥିବା ସନ୍ତୋଷ ବରାଡ ରାୟଗଡ଼ାର ସୁଧୀର ଚୌଧୁରୀଙ୍କ ମାଧ୍ୟମରେ ଠକେଇ କାରବାର କରୁଥିଲେ। ସୁଧୀରଙ୍କ ପୁଅ ସୁନୀଲ ଚୌଧୁରୀ, ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର କମଳ ମହାନ୍ତି ଓ ଯାଜପୁର ଜିଲା ବରି ଥାନା ବାଲିବିଲ ଗ୍ରାମର ଅଭିମନ୍ୟୁ ମିଶ୍ର ଏହି ର଼୍ୟାକେଟରେ ସମ୍ପୃକ୍ତ ଅଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ସେମିଳିଗୁଡାରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୧ ହଜାର ଟଙ୍କା ସହିତ ଜାଲ୍‌ ନିଯୁକ୍ତିପତ୍ର ଓ ଜାଲ୍‌ ନାଲକୋ ଗେଟ୍‌ ପାସ, ଜିନ୍ଦଲ, ହାଲ୍‌ ଓ ନାଲ୍‌କୋ ଭଳି ବିଭିନ୍ନ କମ୍ପାନୀ ନାମରେ ୧୭ଟି ଷ୍ଟାମ୍ପ (ସିଲ), ଲାପଟପ୍‌, ଡେସ୍କଟପ, କଲର ପ୍ରିଣ୍ଟର, ହାର୍ଡ ଡିସ୍କ, ବ୍ୟାନର ପ୍ରଭୃତି ଜବତ କରାଯାଇଛି।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ସେମିଳିଗୁଡାର ଏକ ହୋଟେଲକୁ ପୂର୍ବରୁ ଟଙ୍କା ଦେଇଥିବା ପିଲାଙ୍କୁ ଅଭିଯୁକ୍ତମାନେ ଡକାଇଥିଲେ। କିଛି ପିଲାଙ୍କୁ ଜାଲ ନିଯୁକ୍ତିପତ୍ର ଓ ଗେଟ୍‌ପାସ ଦେଇଥିଲେ। ତେବେ କୌଣସି ସୂତ୍ରରୁ ଏ ବିଷୟରେ ନାଲ୍‌କୋ ଅଧିକାରୀ ଜାଣିପାରି ଦାମନଯୋଡି ଥାନାରେ ଏତଲା ଦେଇଥିଲେ। ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ଦାମନଯୋଡି, ସୁନାବେଡ଼ା ଓ ସେମିଳିଗୁଡା ଥାନା ଅଧିକାରୀଙ୍କୁ ନେଇ ଏକ ତଦନ୍ତ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri