ଧୋକା ଦେଲା କରୋନା ଟିକା: ଅଧାରୁ ପରୀକ୍ଷଣ ବନ୍ଦ

ଓ୍ବାଶିଂଟନ, ୯।୯: ପୃଥିବୀ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ଲୋକଙ୍କ ଆଶା ନିରାଶାରେ ପରିଣତ ହୋଇଛି। ଏଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋଟା ଟିକାର ମାନବ ଉପରେୀ ପରୀକ୍ଷଣ ଅଧାରୁ ବନ୍ଦ କରି ଦିଆଯାଇଛି। କେତେକ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବାରୁ ଏଭଳି କରାଯାଇଥିବା କୁହାଯାଉଛି। ଏହି ଟିକା ଉପରେ ସାରା ପୃଥିବୀର ଦେଶଙ୍କ ଆଶା ରହିଥିଲା। ତେବେ ଏହା ଏବେ ମଉଳି ଯାଇଛି। ପରୀକ୍ଷା କରାଯାଇଥିବା ବ୍ୟକ୍ତିଙ୍କ ଅବସ୍ଥା ଖରାପ ହେବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେମାନଙ୍କର ରୋଗ ସମ୍ପର୍କରେ ମଧ୍ୟ କିଛି ଜଣାପଡ଼ିନାହିଁ। ଅନ୍ୟ ପ୍ରତିଷେଧକ ଟିକା ତୁଳନାରେ ଏଜେଡ୍‌ଡି-୧୨୨୨ ଟିକା ବେଶ୍‌ ସଫଳ ରହିଛି। ଏନେଇ ଏଷ୍ଟ୍ରାଜେନିକା ପକ୍ଷରୁ କୁହାଯାଇଛି ଯେ, ଟିକା ପରୀକ୍ଷାରେ ବାଧା ସୃଷ୍ଟି ହୋଇଛି। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହୋଇଥିବା ରୋଗ ସମ୍ପର୍କରେ ଜଣାପଡ଼ିବା ପରେ ଏହାର ପୁଣି ପରୀକ୍ଷଣ ଆରମ୍ଭ କରାଯିବ ବୋଲି ଏଷ୍ଟ୍ରାଜେନିକା କହିଛି। ଇତିମଧ୍ୟରେ ଟିକା ଉପଲବ୍ଧ ହେବାର ସମୟ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନୈରାଶ୍ୟ ଜନକ ମନ୍ତବ୍ୟ ଦିଆଯାଇଛି। ଟିକା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ସଂଗଠନ କହିଛି। ଆସନ୍ତା ବର୍ଷ ମଧ୍ୟ ଭାଗ ପୂର୍ବରୁ ଟିକା ମିଳିବା ଆଶା କରିବା ବୃଥା ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରବକ୍ତା ମାରଗ୍ରେଟ୍‌ ହେରିସ୍‌ ସୂଚନା ଦେଇଛନ୍ତି। ଟିକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କମ୍‌ ଦିନ ମଧ୍ୟରେ ସମ୍ପନ୍ନ ହେଲେ ବି ତୃତୀୟ ପର୍ଯ୍ୟାୟ ଦୀର୍ଘ ଦିନ ଧରି ଜାରି ରହିଛି। ସୁରକ୍ଷା ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଏହାକୁ ବ୍ୟବହାରିକ ରୂପେ ପ୍ରୟୋଗ କରାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?