ମୋବାଇଲ ଫାଇନାନ୍ସ ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ

ଖୋର୍ଦ୍ଧା ଅଫିସ,୨୯ା୭: ମୋବାଇଲ ଫୋନ ଫାଇନାନ୍ସରେ କରାଇ ଦେବାକୁ କହି କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହୋଇଛି। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏଭଳି ଅଭିଯୋଗ ଆସିଛି। ଫାଇନାନ୍ସ କମ୍ପାନୀର କେତେଜଣ ଅସାଧୁ କର୍ମଚାରୀ ଏବଂ ମୋବାଇଲ ଦୋକାନୀ ମିଳିମିଶି ଏହି ଟଙ୍କା ଲୁଟ୍‌ କରିଥିବା କେତେଜଣ ଗ୍ରାହକ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମୋବଇଲ ଦୋକାନର ଦୁଇ କର୍ମଚାରୀଙ୍କୁ ଅଟକ ରଖିଛି। ତେବେ ଏହି ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ପୋଲିସ ତାହାର ଖୋଲାତାଡ ଜାରି ରଖିଛି। ଗୁରୁବାର ପୋଲିସ ଖୋର୍ଦ୍ଧା ସମେତ, ଜଟଣୀ, ଭୁବନେଶ୍ୱର ଏବଂ ନୟାଗଡ ରାଜସୁନାଖଳାରେ ଅଞ୍ଚଳରେ ଚଢ଼ାଉ କରିଥିବା ଜଣାପଡିଛି। ଏହି ଠକେଇରେ ଜଣେ କାଉନସିଲରଙ୍କ ଭାଇ ସମ୍ପୃକ୍ତି ରହିଥିବା ନେଇ ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଖୋର୍ଦ୍ଧା ସହରରେ ଜଣେ ଯୁବକଙ୍କ ଏକ ମୋବାଇଲ ଦୋକାନ ରହିଛି। ଦାମୀ ମୋବାଇଲ ଫାଇନାନ୍ସରେ କରାଇ ଦେବାକୁ କହି ଯୁବକ ଜଣଙ୍କ ଖୋର୍ଦ୍ଧା ସମେତ ଜଟଣୀ ଅଞ୍ଚଳର ଏକାଧିକ ଗ୍ରାହକଙ୍କୁ ନିଜ ଜାଲରେ ଫସାଇ ଆବଶ୍ୟକୀୟ କାଗଜପତ୍ର ସହ ଅଗ୍ରିମ ଟଙ୍କା ନେଇଥିଲେ। ଏଥିସହ ଗ୍ରାହକଙ୍କୁ ଖାଲି ମୋବାଇଲ ଖୋଳ ଧରାଇ ଦୋକାନ ଆଗରେ ଫଟୋ ଉଠାଇବା ସହ ସପ୍ତାହକ ପରେ ଫାଇନାନ୍ସ ହୋଇଗଲେ ମୋବାଇଲ ଆସି ନେଇଯିବ ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରାହଙ୍କୁ ମୋବାଇଲ ମିଳି ନ ଥିଲା। ହେଲେ ଉକ୍ତ ଫାଇନାନ୍ସ ସଂସ୍ଥା ପକ୍ଷରୁ ଇଏମଆଇ ଭରିବା ଲାଗି ଗ୍ରାହକଙ୍କ ମୋବାଇଲକୁ ମେସେଜ ଆସିଥିଲା। ଏନେଇ କେତେଜଣ ଗ୍ରାହକ ସମ୍ପୃକ୍ତ ଦୋକାନ ମାଲିକଙ୍କୁ ପଚାରିଥିଲେ। ମୋବାଇଲ ପାଇନଥିବା ବେଳେ କିପରି ଇଏମଆଇ ଭରିବାକୁ ମେସେଜ ଆସୁଛି, ବୋଲି ପ୍ରଶ୍ନ କରିଥିଲେ। ପରେ ଦୋକାନୀ ଓ ଗ୍ରାହକଙ୍କୁ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଦୋକାନୀ ମାଲିକ ଫେରାର ହୋଇଯାଇଥିବା ଖବରପାଇ ଠକେଇର ଶିକାର ହୋଇଥିବା ଏକାଧିକ ଗ୍ରାହକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଦୋକାନୀ ମାଲିକଙ୍କ ଭାଇ ପ୍ରଭାବଶାଳୀ ଲୋକ ହୋଇଥିବାରୁ ଚାପରେ ପୋଲିସ ଗିରଫ କରୁ ନ ଥିବା ଗ୍ରାହକାମାନେ ଗଣମାଧ୍ୟମ ଆଗରେ କହିଛନ୍ତି। ତୁରନ୍ତ ସେମାନଙ୍କୁ ଗିରଫ କରାନଗଲେ, ଆଗାମୀ ଦିନରେ ଏସପି ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସଦର ଏସଡିପିଓ ସୁଶୀଲ ମିଶ୍ର କୁହନ୍ତି, ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri