ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି।
ସମ୍ବଲପୁର ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସେ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ଘଟଣାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଫେସ୍‌ବୁକ୍‌ ବିଜ୍ଞାପନ ଏବଂ ଫିସିଂ ଲିଙ୍କ ମାଧ୍ୟମରେ ସାଇବର ଠକେଇର ଶିକାର ହୋଇ ପାଖାପାଖି ୭ ଲକ୍ଷ ଟଙ୍କା ହରାଇଥିଲେ। ଅଭିଯୋଗ ମିଳିବା ପରେ ସମ୍ବଲପୁର ସାଇବର ଥାନାରେ କେସ୍‌ ନମ୍ବର ୨୪/୨୦୨୬ରେ ଏକ ମାମଲା ରୁଜୁ କରି ସାଇବର ଟିମ୍‌ ତୁରନ୍ତ ତଦନ୍ତ ଆରମ୍ଭ କରି ଉତ୍ତରାଖଣ୍ଡରୁ ମୁଖ୍ୟ ଅଭିଯୁକ୍ତ ଉତ୍ତରାଖଣ୍ଡ ବାଜପୁର ଥାନା ଚକରପୁର ଗ୍ରାମର ଅବ୍ବାସ ଅଲ୍ଲୀ(୩୦)ଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯିବା ସହ ଅନ୍ୟ ୫ ଲକ୍ଷ ୫୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ହୋଲ୍ଡ କରାଯାଇଛି, ଯାହା ଫଳରେ ଶତପ୍ରତିଶତ ଅର୍ଥ ଉଦ୍ଧାର ସମ୍ଭବ ହୋଇପାରିଛି। ଏହି ଠକେଇର ମାଷ୍ଟରମାଇଣ୍ଡ ମାଲେସିଆରେ ରହି କାରବାର ଚଳାଉଥିବା ଜଣାପଡ଼ିଛି ଏବଂ ତାକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ଏସପି କହିଛନ୍ତି।
ଦ୍ୱିତୀୟ ସମ୍ବେଦନଶୀଳ ମାମଲାରେ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ସ୍କୁଲ ଛାତ୍ରୀଙ୍କୁ ସ୍ନାପଚାଟ ମାଧ୍ୟମରେ ଜାଲରେ ଫସାଇ ଘରୋଇ ଫଟୋ ଓ ଭିଡିଓ ସଂଗ୍ରହ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ବ୍ଲାକମେଲ କରିବା ସହ ତାଙ୍କ ମା’ଙ୍କ ନିକଟକୁ ଅଶ୍ଳୀଳ ଭିଡିଓ ପଠାଇ ଧମକ ଦେଇଥିଲା। ଏହି ଘଟଣାରେ ସାଇବରଥାନାରେ କେସ ନମ୍ବର ୩୦/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭକରିଥିଲା। ତଦନ୍ତ ପୂର୍ବକ ସାଇବର ଟିମ ଉତ୍ତରାଖଣ୍ଡ ହରିଦ୍ୱାର ଥାନା ଅନ୍ତର୍ଗତ କାନଖଲ ଗ୍ରାମରୁ ଅଭିଯୁକ୍ତ ଆୟୁଷ ସାଇନି(୨୫)ଙ୍କୁ ଗିରଫ କରି କୋର୍ଟ ରବିବାର ଚାଲାଣ କରିଛି।
ଏହି ଅବସରରେ ଏସ୍‌ପି ଜନସାଧାରଣ ଓ ଅଭିଭାବକମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ନ ରଖିବା, ଅଜଣା ଲିଙ୍କ ଉପରେ କ୍ଲିକ ନ କରିବା ଏବଂ ପିଲାମାନଙ୍କ ଅନଲାଇନ୍‌ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଯଦି କେହି ଏପରି ଠକେଇ କିମ୍ବା ବ୍ଲାକମେଲିଂର ଶିକାର ହୁଅନ୍ତି, ତେବେ ଡରି ନ ଯାଇ ତୁରନ୍ତ ପୋଲିସ କିମ୍ବା ୧୯୩୦ ହେଲ୍ପଲାଇନରେ ଅଭିଯୋଗ କରିବାକୁ ଏସ୍‌ପି ଆହ୍ବାନ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?