ପୋଲିସ ପାଇଁ ଫ୍ରାନ୍ସ ଜଳୁଛି

ପ୍ୟାରିସ୍‌,୩୦ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ରାଜଧାନୀ ପ୍ୟାରିସ୍‌ର ପଶ୍ଚିମ ଉପକଣ୍ଠ ନଣ୍ଟେରେଠାରେ ମଙ୍ଗଳବାର ରାତିରେ ପୋଲିସ ଟ୍ରାଫିକ୍‌ ଯାଞ୍ଚ କରୁଥିଲା। ସେହି ରାସ୍ତା ଦେଇ ଉତ୍ତର ଆଫ୍ରିକୀୟ ସ୍ବଳ୍ପବୟସ୍କ ଡ୍ରାଇଭର ନହେଲ ଏମ୍‌. ଏକ ଷ୍ଟେଶନାରି କାର୍‌ରେ ଯାଉଥିବାବେଳେ ଦୁଇଜଣ ଫରାସୀ ପୋଲିସ ଅଧିକାରୀ ତାଙ୍କୁ ଅଟକାଇଥିଲେ। ଦୁହିଙ୍କ ମଧ୍ୟରୁ ଜଣେ ଅଫିସର ‘ତୁମ ମୁଣ୍ଡରେ ଗୁଳି ବାଜିବାକୁ ଯାଉଛି’ କହି ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଗୁଳିମାଡ଼ରେ ନାବାଳକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଏହାର ଭିଡିଓ ସାରା ଦେଶକୁ ସ୍ତବ୍ଧ କରିଦେଇଛି।
ନହେଲଙ୍କ ହତ୍ୟାର ପ୍ରତିବାଦରେ ମୁଣ୍ଡ ଟେକିଥିବା ଆନ୍ଦୋଳନର ନିଅଁା ଦୁଇଦିନ ମଧ୍ୟରେ ସମଗ୍ର ଫାନ୍ସକୁ ବ୍ୟାପିଛି। ବିକ୍ଷୋଭକାରୀମାନେ ପ୍ୟାରିସ୍‌ ସମେତ ବିଭିନ୍ନ ସହରରେ ଜଳାପୋଡ଼ା ଓ ଭଙ୍ଗାରୁଜା କରିଛନ୍ତି। ସେମାନେ ପୋଲିସ ଗାଡ଼ି ଓ ସରକାରୀ ଅଫିସଗୁଡ଼ିକରେ ନିଅଁା ଲଗାଇ ଦେଇଛନ୍ତି। ଲିଲେ, ଟୋଉଲୋଜ୍‌, ଆମିଏନ୍ସ, ଜିଜୋନ୍‌ ସମେତ ଅନେକ ସହରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ଆଇନ ଅମାନ୍ୟ ଅଭିଯୋଗରେ ୨୦୦ରୁ ଊର୍ଦ୍ଧ୍ୱ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ମୋନ୍ସ-ଏନ୍‌-ବାରୋଏଉଲ୍‌ ମେୟର କହିଛନ୍ତି, ଦଙ୍ଗାରେ ସହରର କିଛି ଭାଗ ଜଳିପୋଡ଼ି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗୁରୁବାର ରାତିରେ ୪୦,୦୦୦ ପୋଲିସଙ୍କୁ ମୁତୟନ କରାଯାଇଛି। ହତ୍ୟାସ୍ଥଳ ନିକଟରେ କଳା ପୋଷାକ ଓ ମାସ୍କ ପିନ୍ଧିଥିବା ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଉଛନ୍ତି, ‘ଜଷ୍ଟିସ୍‌ ଫର୍‌ ନହେଲ’। କାନ୍ଥବାଡ଼ରେ ‘ନହେଲଙ୍କ ପାଇଁ ନ୍ୟାୟ’ ଏବଂ ‘ପୋଲିସ ହତ୍ୟା କରେ’ ସ୍ଲୋଗାନ ଲେଖାଥିବା ପୋଷ୍ଟର ଛାଇଯାଇଛି। ଜନାକ୍ରୋଶ ଉଗ୍ରରୂପ ଧାରଣ କରିବାରୁ ନହେଲଙ୍କ ହତ୍ୟାକାରୀ ଅଫିସରଙ୍କ ବିରୋଧରେ ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆମେରିକା ଓ ବ୍ରିଟିଶ୍‌ ସିଷ୍ଟମ୍‌ଠାରୁ ଫ୍ରାନ୍ସର ଆଇନ ବ୍ୟବସ୍ଥା ଭିନ୍ନ। ତେଣୁ ଫ୍ରାନ୍ସର ଆଇନ ବ୍ୟବସ୍ଥା ଅନୁସାରେ ଦୁଇଜଣ ମାଜିଷ୍ଟ୍ରେଟ୍‌ଙ୍କୁ ତଦନ୍ତ ଭାର ଦିଆଯାଇଛି।
ସରକାରୀ ଓକିଲ ପାସ୍କାଲ ପ୍ରାଚେଙ୍କ ମତରେ ଏହି ଘଟଣାରେ ସମ୍ପୃକ୍ତ ଅଫିସର ନିଜ ବନ୍ଧୁକ ବ୍ୟବହାର ନେଇ ଆଇନଗତ ସର୍ତ୍ତ ପୂରଣ କରି ନ ଥିବା ସଂଗୃହୀତ ପ୍ରମାଣରୁ ଜଣାପଡ଼ିଛି। ତାଙ୍କୁ ଗିରଫ କରି ହାଜତରେ ରଖାଯାଇଛି। ଅନ୍ୟପକ୍ଷେ ଦେଶରେ ଲାଇସେନ୍ସ ହାସଲ ପାଇଁ ସେ ପ୍ରାପ୍ତ ବୟସ୍କ ନ ହୋଇ କାର୍‌ ଡ୍ରାଇଭିଂ କରୁଥିଲେ। ଅଫିସରଙ୍କ ନିର୍ଦ୍ଦେଶ ନ ମାନିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୋଲିସ କହିଛି। ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଏହି ହତ୍ୟାକୁ ଅକ୍ଷମଣୀୟ ଅପରାଧ କହି ନିନ୍ଦା କରିଛନ୍ତି। ସେ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଜରୁରୀ ବୈଠକ କରିଛନ୍ତି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମାକ୍‌ରଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?