ଏହି ୪ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ରହିବ ଡିସେମ୍ବର: ଆର୍ଥିକ କ୍ଷେତ୍ରରେ ହେବେ ମାଲାମାଲ..

ବର୍ଷ ୨୦୨୦ର ଶେଷ ମାସ ଅର୍ଥାତ ଡିସେମ୍ବର ଆରମ୍ଭ ହୋଇଛି। ଅନେକ ରାଶି ପାଇଁ ଏହି ମାସଟି ଖାସ ରହିବ। ବିଶେଷକରି କର୍କଟ, ସିଂହ, ମକର ଏବଂ ମୀନ ରାଶିର ବ୍ୟକ୍ତିବିଶେଷ ଧନଲାଭର ସୁଯୋଗ ପାଇବେ। ହେଲେ ଅନ୍ୟ ରାଶି ଏହି ମାସରେ ଖର୍ଚ୍ଚାନ୍ତ ହେବେ। ଏଣୁ ସେମାନଙ୍କୁ ଦେଖିଚାହିଁ ଖର୍ଚ୍ଚ କରିବାକୁ ପଡ଼ିପାରେ।

ମେଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଅଧିକ। ନୂତନ ଆୟର ଉତ୍ସ ସୃଷ୍ଟି ହେବ। ନୂଆ ଚାକିରିରେ ଭଲ ଦରମା ମିଳିପାରିବ। ଜରୁରୀ କାର୍ଯ୍ୟରେ ଧନ ଖର୍ଚ୍ଚ ହୋଇପାରେ। ସମ୍ପର୍କୀୟ କିମ୍ପା ବନ୍ଧୁଙ୍କ ବିବାହରେ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ତଥାପି ଏହି ମାସରେ ଆପଣଙ୍କର ଭଲ ଆୟ ହେବ।

କର୍କଟ: ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ଦିଗ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଡିସେମ୍ବରରେ ଗ୍ରହ ନକ୍ଷତ୍ର ଆପଣଙ୍କୁ ସମର୍ଥନ କରିବ। ଆର୍ଥିକ ଦିଗ ଶକ୍ତିଶାଳି ହେତୁ କିଛି ବିନିଯୋଗ ମଧ୍ୟ କରିପାରିବେ। ବ୍ୟବସାୟୀ ଇଚ୍ଛାକୃତ ଫଳ ପାଇବେ। ବାକି ଟଙ୍କା ଫେରସ୍ତ ପାଇବେ। ଏହାଛଡ଼ା ଯଦି ବ୍ୟବସାୟୀ ନୂଆ କିଛି ଆରମ୍ଭ କରିବାକୁ ଚିନ୍ତା କରିଛନ୍ତି ତେବେ ସେଥିରେ ସଫଳ ହେବେ।

ସିଂହ: ଏହି ରାଶିର ବ୍ୟକ୍ତିବିଶେଷ ଟଙ୍କା ସଞ୍ଚୟ କରିବେ। ଦୈନନ୍ଦିନ ଖର୍ଚ୍ଚ ପାଇଁ ଜୀବନସାଥୀଙ୍କ ସହଯୋଗ ମିଳିବ। ନିୟମିତ ଆୟ ଛଡ଼ା ଅନ୍ୟ ଆୟ ମଧ୍ୟ ମିଳିବ। ଖର୍ଚ୍ଚ ଅଧିକ ହେବ ନାହିଁ। ତେବେ ଏହି ମାସରେ କୌଣସି ବନ୍ଧୁ ଅଥବା ସମ୍ପର୍କୀୟଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି।

ମକର: ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିଥିଲେ ନିହାତି ଶୁଭଫଳ ପାଇବେ। ଡିସେମ୍ବରମାସରେ ଅଧିକ ଧନ ପ୍ରାପ୍ତିର ସୁଯୋଗ ରହିଛି। ତେବେ ଖର୍ଚ୍ଚ ମଧ୍ୟ ବଢ଼ିବ। ଜୀବନସାଥୀଙ୍କ ନୂଆ ବ୍ୟବସାୟ କିମ୍ବା ଚାକିରି ଯୋଗୁ ଆର୍ଥିକ ସ୍ଥିତି ମଜଭୂତ ହେବ। ବିନିଯୋଗ କରିଥିବା ଟଙ୍କାରେ ଲାଭ ପାଇବେ।

ମୀନ: ଏହି ରାଶିର ବ୍ୟକ୍ତିବିଶେଷ ଡିସେମ୍ବର ମାସରେ ସଞ୍ଚୟ କରିବାକୁ ସମର୍ଥ ହେବେ। ଅତୀତରେ କରିଥିବା ବିନିଯୋଗ ଲାଗି ଲାଭ ପାଇବାର ଆଶା ରହିଛି। ସରକାରୀ ଖାତାରେ ଅଟକି ରହିଥିବା ଟଙ୍କା ଫେରିପାରିବେ। ନୂତନ କାମ ଆରମ୍ଭ କରିବାକୁ ଚିନ୍ତା କରୁଥିଲେ, ବାପାଙ୍କଠାରୁ ସାହାଯ୍ୟ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri