![](https://www.dharitri.com/wp-content/uploads/2021/03/IMG-20210304-WA0043.jpg)
ଖଡିଆଳ, ୪।୩ ଦୀର୍ଘ ୪ ବର୍ଷ ପରେ ଗିରଫ ହୋଇଛନ୍ତି ବଳାତ୍କାରୀ ଅଭିଯୁକ୍ତ। ସେ ହେଲେ ନୂଆପଡା ଜିଲା ଖଡିଆଳ ବ୍ଲକ ରାନିମୁଣ୍ଡା ପଞ୍ଚାୟତ କୋଟାମାଲ ଗ୍ରାମର ଚକ୍ରଧର ଦାଶ। ୨୦୧୫ ଡିସେମ୍ବର ୬ ତାରିଖରେ ଜଣେ ବିବାହିତ ମହିଳା ଘରକୁ ଫେରୁଥିବା ବେଳେ ଚକ୍ରଧର ତାଙ୍କୁ ବଳାତ୍କାର କରିଥିଲେ। ସେତେବେଳେ ଚକ୍ରଧର ବଳାତ୍କାର କରିଥିବା ସ୍ବୀକାର କରିବା ସହିତ ତାଙ୍କ ନାମରେ କେସ୍ ନମ୍ବର ୨୪୬/୧୫ ଇଉ/ଏସ, ୩୭୪/୨୯୪/୨୨୭/୫୯୬ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା। ଗତ ୨୦୧୬ ଫେବୃୟାରୀ ୯ରେ ଜେଲ ଯାଇଥିଲେ। ୧୮ ଡିସେମ୍ବର ୨୦୧୭ରେ ଜାମିନ ପାଇଥିଲେ। ସେହି ଦିନଠାରୁ ଅଦାଲତଙ୍କ କୌଣସି ନିୟମ ପାଳନ କରି ନ ଥିଲେ। ଏନେଇ କୋର୍ଟ ଜାମିନ ବିହିନ ଗିରଫ ଆଦେଶ ଦେଇଥିଲେ। ଦୀର୍ଘ ଦିନ ଧରି ପୋଲିସ ଚକ୍ରଧରଙ୍କୁ ଖୋଜୁଥିଲେ। ୨୦୨୧ ମାର୍ଚ୍ଚ ୩ରେ ବଙ୍ଗୋମୁଣ୍ଡାରୁ ତାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଖଡିଆଳ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି