Categories: ଖେଳ

୪ଥର ଅଲିମ୍ପିକ ପଦକ ବିଜେତାଙ୍କ ପରଲୋକ

ଓ୍ବାଶିଂଟନ,୧୫।୪(ଏପି): ଅଲିମ୍ପିକ୍ସରେ ୪ଥର ପଦକ ହାସଲ କରିଥିବା ଆମେରିକୀୟ ଆଥ୍‌ଲେଟ କୋନ ଫିଣ୍ଡଲେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ରୋଇଂ ଓ ସେଲିଂରେ ସେ ଅଲିମ୍ପିକ ପଦକ ହାସଲ କରିଥିଲେ। ଦୁଇଥର ବିଜେତା ରହିଥିବା ଆମେରିକାର କପ୍‌ କ୍ରିୟୁର ସେ ସଦସ୍ୟ ଥିଲେ। ସାନ ମାଟେଓର ନର୍ଦ୍ଦର୍ନ କାଲିଫର୍ନିଆ ସହରର ଏକ ହସ୍ପିଟାଲରେ ସେ ମଙ୍ଗଳବାର ପରଲୋକ ଗମନ କରିଥିଲେ। ୧୯୫୬ ମେଲବୋର୍ନ ଓ ୧୯୬୪ ଟୋକିଓ ଅଲିମ୍ପିକ୍ସରେ କକ୍ସଡ ପେୟାର ରୋଇଂ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୦ ରୋମ ଅଲିମ୍ପିକ୍ସରେ ସେ ଏହି ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ୧୯୭୬ ମଣ୍ଟ୍ରିଲ ଅଲିମ୍ପିକ୍ସରେ ସେ ସେଲିଂରେ ଅଂଶଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୯୭୪ ଓ ୧୯୭୭ରେ ସେ ଆମେରିକା କପ୍‌ କ୍ରିୟୁ ବିଜେତା ଦଳର ସଦସ୍ୟ ଥିଲେ। ରୋଇଂରେ ସେ ଏକାଧିକ ଅନ୍ତର୍ଜାତୀୟ ପଦକ ହାସଲ କରିଥିଲେ। ୨୦୦୭ରେ ସେ ୟୁଏସ୍‌ ରୋଇଂ ମ୍ୟାନ୍‌ ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ରୋଇଂ କୋଚ୍‌ ହିସାବରେ ମଧ୍ୟ ସେ ସଫଳତା ହାସଲ କରିଥିଲେ। ସେ ୟୁଏସ୍‌ ରୋଇଂ, ୟୁଏସ୍‌ ସେଲିଂ, ଷ୍ଟାନଫର୍ଡ ଓ ୟୁଏସ୍‌ସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିଲେ। କୋଚିଂ ଦେବା ପରେ ସେ ବୋଟ୍‌ ଲିଜିଂ ବ୍ୟବସାୟ ଆରମ୍ଭ କରି ବେଶ୍‌ ସଫଳତା ହାସଲ କରିଥିଲେ।

Share