Posted inଖେଳ

ଭାରତ ପାଇଁ ୪ ପଦକ ନିଶ୍ଚିତ

ନୂଆଦିଲ୍ଲୀ, ୨୦ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଉଭୟ ପୁରୁଷ ଓ ମହିଳା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଏସିଆନ ଚାମ୍ପିୟନ ଭିନ୍‌କା ଓ ଅଲଫିୟା ପଠାନଙ୍କ ସମେତ ଭାରତର ୪ ବକ୍ସର ସେମିଫାଇନାଲରେ ପ୍ରବେଶ ସହ ପଦକ ପକ୍କା କରିଛନ୍ତି। ସେମିଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ଦୁଇ ବକ୍ସର ହେଲେ ଗୀତିକା ଓ ପୁନମ। ସମସ୍ତେ ଅତି କମ୍‌ରେ ଦେଶ ପାଇଁ ଏକ ବ୍ରୋଞ୍ଜ ପଦକ ଜିତିପାରିବେ। ପାନିପତ ବକ୍ସର ଭିନିକା ୬୦କେଜି କାଟେଗୋରିରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱୀ କାମିଲୋ କାମେଲାଙ୍କୁ ୫-୦ରେ ହରାଇ ଦେଇଥିବାବେଳେ ୨୦୧୯ ଏସିଆନ ଜୁନିୟର ଚାମ୍ପିୟନ ଅଲଫିୟା (+୮୧) ସମାନ ପଏଣ୍ଟ ବ୍ୟବଧାନରେ ହଙ୍ଗେରିଆନ ବକ୍ସର ରେକା ହଫ୍‌ମ୍ୟାନଙ୍କୁ ପରାସ୍ତ କରିଥିଲେ। ୫୭କେଜି ଶ୍ରେଣୀରେ ପୁନମ କାଜାଖସ୍ତାନର ନାଜର୍କେ ସେରିକ୍‌ଙ୍କ ବିପକ୍ଷରେ ୫-୦ରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୀତିକା
(୪୮କେଜି) ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ରୋମାନିଆର ଏଲିଜାବେଥ ଓଷ୍ଟାନଙ୍କ ବିରୋଧରେ ଗୋଟିକ ପରେ ଗୋଟିଏ ପଞ୍ଚ୍‌ ମାରି ତାଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ରେଫରି ବାଧ୍ୟ ହୋଇ ପ୍ରଥମ ରାଉଣ୍ଡ ପରେ ମୁକାବିଲାକୁ ସ୍ଥଗିତ ରଖିଥିଲେ। ହରିୟାଣା ବକ୍ସରଙ୍କୁ ସେ ବିଜେତା ଘୋଷଣା କରିଥିଲେ। ଭାରତର ଅନ୍ୟ ଜଣେ ମହିଳା ବକ୍ସର ଖୁସୀ (୮୧କେଜି) ତୁର୍କୀର ବୁସ୍ରା ଇସିଲଦାରଙ୍କ ବିପକ୍ଷ ତାଙ୍କ କ୍ୱାର୍ଟରଫାଇନାଲ ବାଉଟ ହାରିଯାଇଥିଲେ।
ବିଭାଗରେ ମନୀଷ (୭୫କେଜି) ଓ ସୁମିତ୍‌ (୬୯କେଜି) ଯଥାକ୍ରମେ ଜୋର୍ଡାନର ଅବ୍‌ଦଲ୍ଲା ଆଲ୍ଲାରାଗ ଏବଂ ସ୍ଲୋଭାକିଆର ଲାଦିସ୍ଲାମ ହୋର୍‌ଭାଥ୍‌ଙ୍କୁ ସମାନ ୫-୦ ପଏଣ୍ଟରେ ପରାସ୍ତ କରି ସେମାନଙ୍କ କାଟେଗୋରିରେ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଥିଲେ। ଅନ୍ୟପକ୍ଷରେ ଆକାଶ ଗୋର୍ଖା (୬୦କେଜି) ଓ ଭିନିତ୍‌ (୮୧କେଜି) ସେମାନଙ୍କ ପ୍ରିକ୍ୱାର୍ଟର ବାଉଟ୍‌ରେ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri