Posted inଖେଳ

ପୂର୍ବତନ ଶ୍ରୀଲଙ୍କା କ୍ରିକେଟରଙ୍କୁ ୮ବର୍ଷ ବାସନ୍ଦ

ଦୁବାଇ, ୨୦ା୪ (ପି.ଟି.)- ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଦିଲହରା ଲୋକୁହେଟିଗେଙ୍କୁ ସୋମବାର କ୍ରିକେଟର ସମସ୍ତ କାର୍ଯ୍ୟକଳାପରୁ ୮ବର୍ଷ ବାସନ୍ଦ କରାଯାଇଛି। ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁର୍ନୀତି ନିବାରଣ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଦୋଷୀସାବ୍ୟସ୍ତ ହୋଇଥିଲେ। ଏହି ଡାହାଣହାତୀ ମିଡିୟମ ଫାଷ୍ଟ ବୋଲର ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ପାଇଁ ବାସନ୍ଦ ଦଣ୍ଡ ପିଛିଲା ୨୦୧୯ ଏପ୍ରିଲ ୩ ତାରିଖଠାରୁ ଲାଗୁ ହେବ, ସେତେବେଳେ ତାଙ୍କୁ ସାମୟିକ ବାସନ୍ଦ କରାଯାଇଥିଲା। ୪୦ ବର୍ଷୀୟ ଦିଲହରା ୨୦୧୬ ସେପ୍ଟେମ୍ବରରେ ଅବସର ନେବା ପୂର୍ବରୁ ତାଙ୍କ ଦେଶ ତରଫରୁ ୯ ଅନ୍ତର୍ଜାତୀୟ ଦିନିକିଆ ଓ ଦୁଇ ଅନ୍ତର୍ଜାତୀୟ ଟି୨୦ ଖେଳିଥିଲେ। ୨୦୧୭ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏକ ଟି୨୦ ଟୁର୍ନାମେଣ୍ଟ ବେଳେ ସେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଟିମ୍‌ ମଧ୍ୟ ଅଂଶଗ୍ରହଣ କରିଥିଲା। ଏକ ସ୍ବାଧୀନ ଟ୍ରିବ୍ୟୁନାଲ ଦିଲହରାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗର ବିଚାର କରିଥିଲା। ଲୋକୁହେଟିଗେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅବସ୍ଥାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୧୬।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଠିକ୍‌ ୮ ବର୍ଷ ପୂର୍ବେ ଇତିହାସ ରଚିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକ ହାସଲ କରିଥିଲେ ମାଷ୍ଟର ବ୍ଲାଷ୍ଟର...

ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପାଇଁ ଖୁସି ଖବର

ବଲିଉଡ ଏବଂ କ୍ରୀଡା ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। କେବଳ ଭାରତରେ ନୁହେଁ,...

‘ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରେ ଶାମି ଜଣେ’

ସେଞ୍ଚୁରିଆନ,୩୦।୧୨: ମହମ୍ମଦ ଶାମି ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରୁ ଜଣେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିବା ପରେ ଭାରତୀୟ...

କ୍ରିକେଟର୍‌ଙ୍କ ଦୁର୍ବ୍ୟବହାରରେ ଦୁଃଖୀ ଆମ୍ପାୟାର୍‌ ଛାଡିଲେ ନିଜ ପଦ

ଢାକା,୩୦।୬: ନିକଟରେ ଶେଷ ହୋଇଥିବା ଢାକା ପ୍ରିମିୟର ଲିଗ ଟି -୨୦ରେ ମହମୁଦୁଲ୍ଲାଙ୍କ ସହ ବିବାଦ ପରେ ବାଂଲାଦେଶୀ ଅମ୍ପାୟାର ମୋନିରୁଜାମାନ ନିଜ ପଦ ଛାଡିବାକୁ...

ସିରାଜଙ୍କ ଘାତକ ବୋଲିଂ, ଆର୍‌ସିବିର ଦମ୍‌ଦାର ବିଜୟ

ଆବୁଧାବି, ୨୨।୧୦- ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ...

ଟସ୍‌ ଜିତି ବୋଲିଂ ବାଛିଲେ କୋହଲି

ମୁମ୍ବାଇ,୨୨।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ବାଛିଛନ୍ତି। ଏଠାକାର ପିଚ୍‌ରେ...

କ୍ରିକେଟର୍‌ଙ୍କୁ କରୋନା ଭୟ: ଆଇପିଏଲ୍‌ରୁ ଓହରିଲେ ଆଉ ୨ କ୍ରିକେଟର୍‌

ମୁମ୍ବାଇ,୨୬।୪: ଏବେ ଭାରତରେ କରୋନା କାୟା ବିସ୍ତାର କରିଛି। ଏହାର ପ୍ରଭାବ ଆଇପିଏଲ୍‌ରେ ଦେଖିବାକୁ ମିଳିଛି। କରୋନା ଭୟରେ ଜଣେ ପରେ ଜଣେ ଖେଳାଳି ଆଇପିଏଲ୍‌ରୁ...

ମୁମ୍ବାଇ ପାଇଁ କିଛି ଅସମ୍ଭବ ନୁହେଁ

ଆବୁଧାବି,୮।୧୦: ପ୍ଲେ-ଅପ୍‌ରେ ସ୍ଥାନ ନିଶ୍ଚିତ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠୁ ଜରୁରୀ ଥିଲା ହାଇଦ୍ରାବାଦ୍‌ ଆଗରେ ଏକ ବିଶାଳ ଟାର୍ଗେଟ ଛିଡ଼ା କରିବା। ପ୍ରଥମେ...

Advertisement
Archives

Model This Week