Odisha Elections 2024

ୟୁନିସେଫ୍‌ ରିପୋର୍ଟ: ବିସ୍ଥାପନ ଯୋଗୁ ବିଶ୍ୱରେ ୪କୋଟି ଶିଶୁଙ୍କୁ ଛାଡିବାକୁ ପଡିଛି ଘର

ନୂଆଦିଲ୍ଲୀ,୨୪।୬: ୟୁନିସେଫ୍‌ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ୨୦୨୨ମସିହାରେ ୪୩.୩କୋଟି ଶିଶୁଙ୍କୁ ବାଧ୍ୟତାମୂଳକ ବିସ୍ଥାପନର ଶିକାର ହେବାକୁ ପଡିଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଜବରଦସ୍ତ ବିସ୍ଥାପିତ କରାଯାଇଥିବା ଶିଶୁଙ୍କ ସଂଖ୍ୟା ଗତ ଦଶନ୍ଧି ମଧ୍ୟରେ ଦ୍ୱିଗୁଣିତ ହୋଇଛି।

ରିପୋର୍ଟ ଅନୁଯାୟୀ, ବନ୍ୟା, ବାତ୍ୟା ଓ ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟ ହେତୁ ୧.୨କୋଟି ବିସ୍ଥାପିତ ଶିଶୁ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦୨୨ମସିହାରେ ହୋଇଥିବା ପାକିସ୍ତାନର ବନ୍ୟା ପରିସ୍ଥିତି ଏବଂ ଆଫ୍ରିକାର ହର୍ନରେ ମରୁଡ଼ି ଅନ୍ତର୍ଭୁକ୍ତ।

ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ୟାଥରିନ ରସେଲଙ୍କ ଅନୁଯାୟୀ, ବିସ୍ଥାପିତ ଶିଶୁଙ୍କ ଏହି ସଂଖ୍ୟା ସମଗ୍ର ବିଶ୍ୱରେ ଚାଲିଥିବା ବିବାଦ, ହିଂସା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସହିତ ସିଧାସଳଖ ଜଡିତ। ଏହି ସମସ୍ୟା ଶରଣାର୍ଥୀ ତଥା ଆଭ୍ୟନ୍ତରୀଣ ବିସ୍ଥାପିତ ଶିଶୁମାନଙ୍କର କଲ୍ୟାଣ, ଶିକ୍ଷା ତଥା ସାମଗ୍ରିକ ବିକାଶର ସୁରକ୍ଷା ପାଇଁ ଅନେକ ସରକାରଙ୍କ ଦ୍ୱାରା କରାଯାଇଥିବା ଅପର୍ଯ୍ୟାପ୍ତ ପ୍ରୟାସକୁ ମଧ୍ୟ ସୂଚିତ କରେ।

ୟୁନିସେଫ ଅନୁଯାୟୀ, ବିସ୍ଥାପିତ ୪୩.୩କୋଟି ଶିଶୁଙ୍କ ମଧ୍ୟରୁ ୬୦ ପ୍ରତିଶତ ହିଂସା ଏବଂ ବିବାଦର ଶିକାର ହୋଇଛନ୍ତି। ୟୁକ୍ରେନରେ ହୋଇଥିବା ଯୁଦ୍ଧ ଦୁଇ ଲକ୍ଷରୁ ଅଧିକ ୟୁକ୍ରେନ ପିଲାଙ୍କୁ ସେମାନଙ୍କ ପିତାମାତା ଏବଂ ପରିବାରଠାରୁ ଅଲଗା ହୋଇ ନିଜ ଦେଶ ଛାଡି ପଳାଇବାକୁ ବାଧ୍ୟ କରିଛି। ଏହି ଯୁଦ୍ଧରେ ଏକ ଲକ୍ଷରୁ ଅଧିକ ପିଲା ସ୍ଥାୟୀ ଭାବରେ ବିସ୍ଥାପିତ ହୋଇଛନ୍ତି। ଏଥିସହ ଶରଣାର୍ଥୀ ଏବଂ ଆଶ୍ରୟ ଖୋଜୁଥିବା ପିଲାଙ୍କ ସଂଖ୍ୟା ହେଉଛି ୧୭.୫କୋଟି। କେବଳ ସୁଦାନରେ ଏହି ବିବାଦ ହେତୁ ଏପର୍ଯ୍ୟନ୍ତ ପ୍ରାୟ ୯.୫ ଲକ୍ଷ ପିଲା ବିସ୍ଥାପିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ବାଲାର ପୁଅ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ​​କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ବଡ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ସେ ପ୍ରତିକ୍ରିୟା...

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର...

ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ

ନୂଆଦିଲ୍ଲୀ,୧୮।୫: ଆମ୍‌ ଆଦମୀ ପାର୍ଟୀ ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ଦିଲ୍ଲୀରେ ମତଦାନ ପୂର୍ବରୁ ଭୋଟ ଦେଲେ ହମିଦ ଅଂସାରୀ, ମୁରଲି ମନୋହର ଯୋଶୀ, ମନମୋହନ ସିଂ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ୭ଟି ଲୋକ ସଭା ଆସନ ପାଇଁ ଭୋଟ ଆସନ୍ତା ୨୫ରେ ଅନୁଷ୍ଠିତ ହେବ। ଏଥିରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ନିର୍ବାଚନ...

ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟ କେତେ ଆସନରେ ଜିତିବ ଭବିଷ୍ୟବାଣୀ କଲେ ଖାର୍ଗେ

ମୁମ୍ବାଇ,୧୮।୫: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପଞ୍ଚମ ପର୍ଯ୍ୟାୟ ଭୋଟ ପୂର୍ବରୁ I.N.D.I.A ସହଯୋଗୀ ଦଳର ନେତାମାନେ ଶନିବାର (୧୮ ମେ ୨୦୨୪) ମୁମ୍ବାଇରେ ମିଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri