ଗଞ୍ଜାମ,୧୮।୯: (ବିଦ୍ୟାଧର ସାହୁ ) ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ହିମାଞ୍ଚଳ ପ୍ରଦେଶରେ ହେବାକୁ ଥିବା ନ୍ୟାଶନାଲ କିକ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ଏଥିପାଇଁ ଶୁକ୍ରବାର ୱାକ ଓଡ଼ିଶା ପ୍ରେସିଡେଣ୍ଟ କାର୍ତ୍ତିକ ଡାକୁଆ, ଗଞ୍ଜାମ ଜିଲା କୋଚ ପ୍ରମୋଦ କୁମାର ଅପାତ, ଦୁର୍ଗା ପ୍ରସାଦ ଦାସ ଏବଂ ଶିବାଜୀ କୁମାର ବେଜଙ୍କ ନେତୃତ୍ୱରେ ଜିଲାର ଚାରିଜଣ ପ୍ରତିଯୋଗୀ ପ୍ରତୀକ ନାହାକ, ଦେବାଶିଷ ସାହୁ, ବିକାଶ ବେହେରା ଏବଂ ଲକ୍ଷ୍ମଣ ଆଚାର୍ଯ୍ୟ ପ୍ରମୁଖ ଶୁକ୍ରବାର ହିମାଞ୍ଚଳ ପ୍ରଦେଶ ଗ୍ରସ୍ତ କରିବେ। ଉପରୋକ୍ତ ପ୍ରତିଯୋଗୀମାନେ ଜୁନିୟର କିକ ବକ୍ସିଂ ପ୍ରତିଯୋଗିତାରେ ଖେଳିବେ। ମନୋନୀତ ହେଲେ ଏସିଆନ କିକ ବକ୍ସିଂ ଚମ୍ପିୟନସିପରେ ଖେଳିବାକୁ ସୁଯୋଗ ମିଳିବ। ବର୍ତ୍ତମାନ ଓଡ଼ିଶା କିକ ବକ୍ସିଂ ହେଡ଼କାର୍ଟର ଅନୁଗୋଳ କ୍ୟାମ୍ପରେ ସେମାନେ ଟ୍ରେନିଂ ନେଉଛନ୍ତି। ସେଠାରୁ ମନୋନୀତ ହେବା ପରେ ଏସିଆନ କିକ ବକ୍ସିଂ ପ୍ରତିଯୋଗିତାରେ ଖେଳିବେ ବୋଲି କୋଚ ଅପାତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

