ନାବାଳିକାଙ୍କୁ ବଳାତ୍କାର କରି ଖସି ପଳାଉଥିଲେ ଅଭିଯୁକ୍ତ, ୪ ଜଣଙ୍କୁ ଧରିଲା ଆର୍‌ପିଏଫ୍‌

ଲକ୍ଷ୍ନୌ,୨୫ା୯: ଉତ୍ତରପ୍ରଦେଶର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ କୋଝିକୋଡ ରେଳ ଷ୍ଟେଶନରେ ଛାଡ଼ିବା ଉଦ୍ୟମ ଅଭିଯୋଗରେ ୪ ଯୁବକଙ୍କୁ ଗିରଫ କରାଯାଇଛି। ଜଣେ ୧୬ ବର୍ଷୀୟା ନବାଳିକାଙ୍କର ୪ ଯୁବକଙ୍କ ସହ ଯୁକ୍ତିତର୍କ ହେଉଥିବା ଆର୍‌ପିଏଫ୍‌ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପରେ ଆରପିଏଫ୍‌ କସବା ପୋଲିସ ଷ୍ଟେଶନକୁ ସତର୍କ କରାଇଥିଲା ଏବଂ କର୍ମଚାରୀମାନେ ଅଭିଯୁକ୍ତଙ୍କ ଗିରଫଦାରୀକୁ ରେକର୍ଡ କରିଥିଲେ।
ଗିରଫ ବ୍ୟକ୍ତିଙ୍କ ନାମ ଇକାରାର ଆଲାମ (୧୮), ଅଜାଜ (୨୫), ଶକିଲ ଶାହା (୪୨) ଏବଂ ଇରଶାଦ (୨୩) ବୋଲି ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତ ମଧ୍ୟ ଉତ୍ତରପ୍ରଦେଶର।

ପୋଲିସ ସୂଚନାନୁସାରେ, ଅଭିଯୁକ୍ତ କୋଝିକୋଡ ଅଭିମୁଖେ ଟ୍ରେନ୍‌ରେ ଯିବା ସମୟରେ ଉକ୍ତ ନାବାଳିକାଙ୍କୁ ଭେଟିଥିଲେ। ସେମାନେ ତାଙ୍କ ସହ କଥା ହେବା ପରେ ଗୁରୁବାର ତାଙ୍କୁ ପାଲାକଡ ରେଳ ଷ୍ଟେଶନରେ ଓହ୍ଲାଇବାକୁ କହିବା ପରେ ତାଙ୍କୁ ପାଲାୟମ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ସେମାନଙ୍କ କ୍ୟାମ୍ପକୁ ନେଇଥିବାର ଅଭିଯୋଗ ହୋଇଛି।

ପୋଲିସ କହିଛି, ଝିଅଟି ତାଙ୍କ ଭଉଣୀଙ୍କୁ ଭେଟିବା ପାଇଁ ଚେନ୍ନାଇ ଅଭିମୁଖେ ଯାଉଥିଲେ। ବିବାହ ପ୍ରତିଶ୍ରୁତି ଦେବା ପରେ ଅଭିଯୁକ୍ତ ତାଙ୍କୁ ବସ୍‌ ଯୋଗେ କୋଝିକୋଡକୁ ନେଇଥିବାର ପୋଲିସ ସନ୍ଦେହ କରୁଛି।
ଝିଅଟି ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ। ଉତ୍ତରପ୍ରଦେଶର ବିର୍ନୋ ଥାନାରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଟ୍ରାକ୍‌ ପାଇଁ ଉଦ୍ୟମ କରାଯାଇଥିଲା। ପରେ ନାବାଳିକାଙ୍କୁ ଭେଲିମାଡୁକୁନୁ ସରକାରୀ ପର୍ଯ୍ୟବେକ୍ଷଣ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପୋଲିସ ଏକ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri