Posted inଫୁରସତ

ନବବଧୂ ପରି ଝରଣା

ଭଗବାନଙ୍କ ସୃଷ୍ଟିରେ ପ୍ରକୃତିରାଣୀର ସୌନ୍ଦର୍ଯ୍ୟ କୌଣସି ବିସ୍ମୟଠାରୁ କମ୍‌ ନୁହେଁ । ଏମିତି ଏକ ଅବିଶ୍ୱସନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି ଦକ୍ଷିଣ ଆମେରିକାର ପେରୁଠାରେ। ଏହା ଏକ ଝରଣା; ଯାହାର ନା ହେଉଛି ‘କାଟାରାଟା ଭେଲୋ ଦେ ଲା ନୋଭିଆ’। କିନ୍ତୁ ବର୍ତ୍ତମାନ ଏହା ‘ଓ୍ବାଟରଫଲ୍‌ ଅଫ୍‌ ଦ ବ୍ରାଇଡ୍‌’ ନାମରେ ବେଶ୍‌ ପରିଚିତ । ଆଉ ଏପରି ନାମକରଣ ପଛର କାରଣ ହେଉଛି ଉକ୍ତ ଝରଣାଟି ଦୂରରୁ ନବବଧୂ ପରି ଧଳା ଗାଉନ୍‌ ପିନ୍ଧିଥିବା ଏକ ମହିଳା ଭଳି ଦେଖାଯାଇଥାଏ । ଖାସ୍‌ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମିଥାଏ। ତେବେ ଏହି ଝରଣାଟି ୨୦୦ଫୁଟ୍‌ ଉଚ୍ଚରୁ ଛୋଟ ଛୋଟ ଗୁମ୍ଫା ଦେଇ ଝରି ଆସିଛି ସତ, କିନ୍ତୁ ୫୦ ଫୁଟ୍‌ ଉଚ୍ଚରୁ ହିଁ ଏହାର ପ୍ରକୃତ ଆକୃତି ଦେଖିବାକୁ ମିଳେ। ସୂଚନାନୁଯାୟୀ, ୨୦୧୮ ମସିହାରୁ ଏହି ଝରଣାଟି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କ୍ରମେ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ଏହି ସ୍ଥାନକୁ ଯିବା ପାଇଁ ଏବେ ଗୁଗଲ ମ୍ୟାପ୍‌ରେ ଲୋକେସନ୍‌ ମଧ୍ୟ ଦେଖିବାକୁ ମିଳିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri