ଏନ୍‌ସିସିବିଏମ୍‌ର ନୂତନ ବିଲ୍ଡିଂ ଶିଳାନ୍ୟାସ

ଭୁବନେଶ୍ୱର,୨୪।୧୦: ନ୍ୟାଶନାଲ କାଉନସିଲ୍‌ ଫର୍‌ ସିମେଣ୍ଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସ(ଏନ୍‌ସିସିବିଏମ୍‌) ଭୁବନେଶ୍ୱର ୟୁନିଟ୍‌ର ସମ୍ପ୍ରସାରଣ ପାଇଁ ଏକ ଅତ୍ୟାଧୁନିକ ‘ରିସର୍ଚ୍ଚ ଆଣ୍ଡ ଲାବରେଟୋରି’ ବିଲ୍ଡିଂର ଶିଳାନ୍ୟାସ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏନସିସିବିଏମ୍‌ର ମହାନିର୍ଦ୍ଦେଶକ ଡ. ବିବେକାନନ୍ଦ ମହାପାତ୍ର, ଏନ୍‌ସିସିବିଏମ୍‌ ସଚବି ଡ.ଏସ୍‌.କେ. ଚତୁର୍ବେଦୀଙ୍କ ସମେତ ହାଇଦ୍ରାବାଦ ଏବଂ ଭୁବନେଶ୍ୱର ଏନ୍‌ସିସିବିଏମ୍‌ ୟୁନିଟ୍‌ ଇନ୍‌ଚାର୍ଜ ଡ. ବି. ପାଣ୍ଡୁରଙ୍ଗା ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅପରପକ୍ଷରେ ଶିଳାନ୍ୟାସ ସମାରୋହ ପରେ ସିମେଣ୍ଟ ଏବଂ ବିଲ୍ଡିଂ ମ୍ୟାଟେରିଆଲ୍ସର ମେକାନିକାଲ ଟେଷ୍ଟିଙ୍ଗ୍‌, କେମିକାଲ ଆନାଲିସିସ୍‌, କଂକ୍ରିଟ୍‌ ମିଶ୍ରଣ ଅନୁପାତ ଲାବ୍‌, କଂକ୍ରିଟ୍‌-ନନ୍‌ ଡେସ୍ଟ୍ରକ୍ଟିଭ ଟେଷ୍ଟିଙ୍ଗ୍‌ ଲାବରେଟୋରି ଆଦି ପରିଦର୍ଶନ କରିବା ସହ ଭୁବନେଶ୍ୱର ଏନ୍‌ସିସିବଏମ୍‌ ପରିସରରେ ଚାରାରୋପଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସଚିବ ଅନୁରାଗ ଜୈନ କହିଛନ୍ତି, ଭୁବନେଶ୍ୱର ଏନ୍‌ସିସିବିଏମ୍‌ ଯୁନିଟ୍‌ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ପିଏସୟୁ ଏକାଡେମିକ୍‌, ଶିଳ୍ପ ବର୍ଜ୍ୟବସ୍ତୁ ଉପତ୍ାଦନ କାରଖାନା, ଓଡ଼ିଶାର ସିମେଣ୍ଟ ଉପତ୍ାଦନ କାରଖାନାର ଅଧିକାରୀ ଏବଂ ଛାତ୍ରୀଛାତ୍ରମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟମ ବେତନ ଆୟୋଗ ଉପରେ ସରକାରଙ୍କ ଅପଡେଟ୍: ଏହିଦିନ ମିଳିପାରେ ରିପୋର୍ଟ

ନୂଆଦିଲ୍ଲୀ,୧୧।୨: କେନ୍ଦ୍ରୀୟ କର୍ମଚାରୀଙ୍କ ବହୁ ପ୍ରତିକ୍ଷିତ ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ର ସରକାର ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି,…

ଦୁଇ ବର୍ଷରେ ୨୧୪ ଲକ୍ଷ କୋଟିକୁ ଛୁଇଁବ ଭାରତର ଋଣ, GDP’ର ୮୨ ପ୍ରତିଶତ…

ନୂଆଦିଲ୍ଲୀ,୧୧।୨: ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଦେଶର ଆର୍ଥିକ ସ୍ଥିତି ଓ ଋଣ ଭାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ…

ଭାରତରେ ୪୦୦କୋଟିରୁ ଅଧିକ ଆୟ କରେ ପେଙ୍ଗୁଇନ, ପ୍ରତିବର୍ଷ ଛପାଯାଏ ମାତ୍ର ଏତିକି ବହି…

ନୂଆଦିଲ୍ଲୀ,୧୧।୨: ଗତ କିଛି ଦିନ ଧରି ପୂର୍ୱତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେଙ୍କ ପୁସ୍ତକ “ଫୋର୍‌ ଷ୍ଟାର୍‌ ଅଫ ଡେଷ୍ଟିନି” ସମ୍ପର୍କରେ ଜାତୀୟ ରାଜନୀତି…

ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ସେବା, ସତର୍କ କଲା SBI

ମୁମ୍ବାଇ,୧୧।୨: ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଇଁ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଙ୍ଘ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri