ବିଆଇପିଏଫ୍‌ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୨୪।୧୦: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ୍‌ (ବିଆଇପିଏଫ୍‌) ଏବଂ ଇଣ୍ଡିଆନ୍‌ ମେଟାଲ୍‌ ଆଣ୍ଡ ଫେରୋ ଆଲଏଜ୍‌ ଲିମିଟେଡ୍‌ (ଇମ୍ଫା) ଦ୍ବାରା ଉଚ୍ଚଶିକ୍ଷା ପାଇଁ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ର ବୃତ୍ତି (ପିଜିଡିଏସ୍‌)-୨୦୨୧ ପ୍ରାପ୍ତ କରିଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏପରିକି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ବିଭିନ୍ନ ବିଷୟରେ ବୃତ୍ତିଗତ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ୬ଜଣ ମେଧାବୀ ଛାତ୍ର (କୃତୀ ବିଦ୍ୟାର୍ଥୀ)ଙ୍କୁ ଏହି ସମ୍ମାନଜନକ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ବିଶେଷ କରି ବୃତ୍ତି ପାଇଁ ମନୋନୀତ ପ୍ରାର୍ଥୀମାନଙ୍କୁ ଶିକ୍ଷାଶୁଳ୍କର ୯୦% ଏବଂ ୪ବର୍ଷର ଡିଗ୍ରୀ କୋର୍ସ ପାଇଁ ଉପଯୁକ୍ତ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯିବ। ଏପରିକି ବିଆଇପିଏଫ୍‌ ପକ୍ଷରୁ ନିକଟରେ ଏକ ପୁରସ୍କାର ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଆଇପିଏଫର ଟ୍ରଷ୍ଟି ପାରମିତା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ୬ କୃତୀ ବିଦ୍ୟାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇମ୍ଫାର ସିଓଓ ବିଜୟାନନ୍ଦ ମହାପାତ୍ରଙ୍କ ସମେତ ବିଆଇପିଏଫ୍‌ର ଉପସଭାପତି ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ସ୍ବର୍ଗତା ଇଲା ପଣ୍ଡାଙ୍କ ପିତା, ଆନ୍ତର୍ଜାତିକ ବାଗ୍ମୀ ତଥା ବିଶିଷ୍ଟ ଇତିହାସବିତ୍‌ ସ୍ବର୍ଗତ ପ୍ରଫେସର ଘନଶ୍ୟାମ ଦାଶଙ୍କ ସ୍ମୃତିରେ ଇମ୍ଫା ଦ୍ୱାରା ୨୦୦୫ଠାରୁ ଏହି ସ୍କଲାରଶିପର ପ୍ରତିଷ୍ଠା କାଯାଇଥିଲା।

ଏ ସମ୍ପର୍କରେ ପାରମିତା ପଣ୍ଡା କହିଛନ୍ତି, ଭାରତରେ ଇଞ୍ଜିନିୟରିଂ, ମେଡିସିନ୍‌ ଏବଂ ଲିବରାଲ୍‌ ଆର୍ଟ କ୍ଷେତ୍ରରେ ଉଚ୍ଚଶିକ୍ଷାକୁ ସୁଗମ କରିବା ପାଇଁ ଆଇଆଇଟି, ଏନ୍‌ଆଇଟି, ଏମ୍ସ ସମେତ ଏସ୍‌ସିବି, ଏମ୍‌କେସିଜି, ଏଏଫ୍‌ଏମ୍‌ସି ଏବଂ ଅନ୍ୟାନ୍ୟ ସରକାରୀ ଶିକ୍ଷାନୁଷ୍ଠାନରେ ପଢୁଥିବା ୬ ଜଣ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ପ୍ରତି ବର୍ଷ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ ପ୍ରଦାନ କରାଯାଇଥାଏ।ପୂର୍ବରୁ ପିଜିଡିଏସ୍‌ ପାଇଥିବା ବିଦ୍ୟାର୍ଥୀମାନେ ବର୍ତ୍ତମାନ ସେମାନଙ୍କ ଅଧ୍ୟୟନରେ ଉତ୍କର୍ଷତା ହାସଲ କରି ନିଜ ନିଜର ବୃତ୍ତିରେ ମଧ୍ୟ ସୁପ୍ରତିଷ୍ଠିତ ହୋଇପାରିଥିବା ବେଳେ କେତେକ ସ୍ନାତକୋତ୍ତର ଏବଂ ଗବେଷଣା ପାଠ୍ୟକ୍ରମରେ ମଧ୍ୟ ଅଧ୍ୟୟନ କରୁଛନ୍ତି। ଏହା କେବଳ ବିଦ୍ୟାର୍ଥୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରେ ନାହିଁ ବରଂ ସେମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସହ ନିଜ ପରିବାର ଓ ସମାଜରେ ନିଜର ଯୋଗଦାନ କରିବାରେ ସକ୍ଷମ କରାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri