ଅନୁପ୍ରବେଶକାରୀଙ୍କୁ ମିଳିଛି ସରକାରୀ ଜମି

କେନ୍ଦ୍ରାପଡ଼ା,୧୮ା୯ (ଜଗନ୍ନାଥ ଧଳ): ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲାର ୫୭୯ ଜଣ ଗୃହହୀନ ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ମୋଟ ୧୩.୩୮୦ ଏକର ପତିତ ଜମି ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ ଏହି ଯୋଜନାରେ ଜିଲାରେ ଅଦ୍ୟାବଧି ଆଳି ତହସିଲ ଅଞ୍ଚଳର ୪୫୦ ଜଣ ଭୂମିହୀନଙ୍କୁ ୧୫.୯୭୧ ଏକର ଜମି ପ୍ରଦାନ କରାଯାଇଛି। ସେହିପରି ଡେରାବିଶ ତହସିଲ ଅଞ୍ଚଳରେ ୧୫୧ ଜଣଙ୍କୁ ୫.୬୮୦ ଏକର, ଗରଦପୁରରେ ୨୧୭ ଜଣଙ୍କୁ ୮.୬୮୦ ଏକର, ରାଜକନିକାରେ ୫୮୩ ଜଣଙ୍କୁ ୧୯୮.୬୯୦ ଏକର, କେନ୍ଦ୍ରାପଡ଼ାରେ ୪୦୨ ଜଣଙ୍କୁ ୨୬.୮୬୧ ଏକର, ମାର୍ଶାଘାଇରେ ୭୫୯ ଜଣଙ୍କୁ ୨୭.୨୬୨ ଏକର, ମହାକାଳପଡ଼ାରେ ୧୪୬୫ ଜଣଙ୍କୁ ୧୧୧.୨୯୦ ଏକର, ପଟ୍ଟାମୁଣ୍ଡାଇରେ ୮୨୪ ଜଣଙ୍କୁ ୩୧.୭୮୮ ଏକର ଓ ରାଜନଗର ତହସିଲ ଅଞ୍ଚଳରେ ୫୭୦ ଜଣଙ୍କୁ ୨୨.୭୪୦ ଏକର ଜମି ପଟ୍ଟା ପ୍ରଦାନ କରାଯାଇଛି। ୨୦୧୧ ଜନଗଣନା ସମୟରେ ଜିଲାରେ ମୋଟ ୨୫୧୨ ଭୂମିହୀନ ଥିବାବେଳେ ଗତ ଜୁଲାଇ ସୁଦ୍ଧା ଏହି ଯୋଜନାରେ ମୋଟ ୫୪୨୧ ଜଣ ୪୪୮.୯୬୨ ଏକର ଜମି ପାଇଛନ୍ତି। ଏହାସତ୍ତ୍ୱେ ଅଦ୍ୟାବଧି ଜିଲାରେ ୧୩୦୦ରୁ ଅଧିକ ଏହି ଯୋଜନାରେ ସାମିଲ ପାଇଁ ଆବେଦନ ପତ୍ର ପଡି ରହିଛି। ବହୁ ସଂଖ୍ୟକ ଅନୁପ୍ରବେଶକାରୀ ଏହି ଯୋଜନାରେ ହିତାଧିକାରୀ ସାଜିଥିବା ବେଳେ କେତେକ ମଧ୍ୟସ୍ଥି ଏଥିରେ ସହାୟକ ହୋଇଥିବା ଅଭିଯୋଗ ଆସୁଛି। ଅନୁପ୍ରବେଶ ସମସ୍ୟା ଜିଲାରେ ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ବସୁନ୍ଧରା ଯୋଜନା ଏବେ ବାଟବଣା ହୋଇଥିବା ସାଧାରଣରେ ମତାମତ ମିଳିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳ ବାଂଲାଦେଶୀଙ୍କ ଘର ପାଲଟିଛି। ସମୁଦ୍ର ଓ କଲିକତା ପଥ ଦେଇ ବାଂଲାଦେଶୀ ଏହି ଜିଲାକୁ ଅନୁପ୍ରବେଶ କରି ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ରୋହେଙ୍ଗା ଲୋକଙ୍କୁ ଜିଲାରେ ଦେଖିବାକୁ ମିଳୁଛି। ଜିଲାର ବିଭିନ୍ନ ସ୍ଥାନରେ ରହିବା ପରେ ଭୋଟର, ଆଧାର ଓ ରାଶନ କାର୍ଡ ଆଦି ସରକାରୀ ଯୋଜନାରେ ସାମିଲ ହେଉଛନ୍ତି। ପରବର୍ତ୍ତୀ ସମୟରେ ବସୁନ୍ଧରା ଯୋଜନାରେ ସାମିଲ ହେଉଛନ୍ତି। ଏଥିପାଇଁ ତହସିଲ କର୍ମଚାରୀଙ୍କ ସମେତ କେତେକ ମଧ୍ୟସ୍ଥି ସାମିଲ ହୋଇଛନ୍ତି। ଫଳରେ ଜିଲାର ମୂଳ ଅଧିବାସୀ ଭୂମିହୀନ ହୋଇଥିଲେ ମଧ୍ୟ ବସୁନ୍ଧରା ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଆଉଥରେ ତଦନ୍ତର ସାମ୍ନା କରାଇଲେ ଜିଲା ପ୍ରଶାସନ ଏସମ୍ପର୍କରେ ବହୁ ତଥ୍ୟ ପାଇପାରିବ। ମହାକାଳପଡା ଜମ୍ବୁ ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି, ସେ ଜମି ପାଇବା ପାଇଁ ସ୍ଥାନୀୟ ଆରଆଇ କାର୍ଯ୍ୟାଳୟ ଓ ତହସିଲକୁ ଯାଇଥିଲେ। ସଂପୃକ୍ତ ଆରଆଇ ତାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଇ ଜମି ପଟ୍ଟା ଯୋଗାଇ ଦେବାକୁ କହି ୧ ଲକ୍ଷ ଟଙ୍କା ନେଇଛନ୍ତି। ପ୍ରଥମେ ୭୦ ହଜାର ଟଙ୍କା ନେଇ ଫର୍ମ-କେ ରସିଦରେ ୧୨୦୦ ଟଙ୍କାର ପାଉତି ଦେଇଥିଲେ। ପରେ ୩୦ ହଜାର ଟଙ୍କା ନେଇ ୮ ଡିସିମିଲର ଜମି ପଟ୍ଟା ବସୁନ୍ଧରା ଯୋଜନାରେ ଦେଇଥିଲେ ମଧ୍ୟ ତନାଘନା ପରେ ପଟ୍ଟା ଓ ପାଉତି ମିଥ୍ୟା ବୋଲି ଜଣାପଡିଛି। ଏନେଇ ସମ୍ପୃକ୍ତ ଆରଆଇଙ୍କ ବିରୋଧରେ ଥାନାରେ ଅଭିଯୋଗ ପତ୍ର ଦେବା ସହିତ ବ୍ଲକ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏହାସତ୍ତ୍ୱେ ନ୍ୟାୟ ମିଳି ନ ଥିବା ହିତାଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ରାଧାକାନ୍ତ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ୨୦୦୬ରେ ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନା ଆରମ୍ଭ କରିଛନ୍ତି। ୨୦୧୧ରେ ଜିଲାରେ ୨୫୧୨ ଭୂମିହୀନ ଚିହ୍ନଟ ହୋଇଥଲେ। ଏବେ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ବସୁନ୍ଧରା ଯୋଜନାର ହିତାଧିକାରୀ ହୋଇଛନ୍ତି। ସେହିପରି ୨୦୧୭ରେ ତୃତୀୟଲିଙ୍ଗିଙ୍କୁ ଏହି ଯୋଜନାରେ ସାମିଲ ଲାଗି ନିର୍ଦ୍ଦେଶ ଥିଲେ ହେଁ ଅଦ୍ୟାବଧି କେହି ଜମି ଖଣ୍ଡେ ପାଇନାହାନ୍ତି। ଏଡିଏମ୍‌ ନିଲୁ ମହାପାତ୍ର କହିଛନ୍ତି, ବସୁନ୍ଧରା ଯୋଜନାରେ ସାମିଲ କରିବା ପାଇଁ ବହୁ ଆବେଦନପତ୍ର ଆସିଛି। ହେଲେ ଏହାର ତଦନ୍ତ କରାଯାଇ ହିତାଧିକାରୀମାନଙ୍କୁ ସାମିଲ କରାଯାଉଛି। ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri