୧୪୪ରେ ପହଞ୍ଚିଲା ପୋଷ୍ୟ ବିଦ୍ୟାଳୟ

ଭୁବନେଶ୍ୱର, ୪ା୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ଆରମ୍ଭ ହୋଇଥିବା ‘ସ୍କୁଲ ଆଡ୍‌ପଶନ କାର୍ଯ୍ୟକ୍ରମ’କୁ ସମଗ୍ର ରାଜ୍ୟରୁ ବିପୁଳ ସମର୍ଥନ ମିଳିଛି। ରାଜ୍ୟର ବହୁ ବିଶିଷ୍ଟ ଏବଂ ଜଣାଶୁଣା ବ୍ୟକ୍ତିଙ୍କ ସହ ବିଭିନ୍ନ ବର୍ଗର ଜନସାଧାରଣ ଏଥିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪୪ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟଭାବେ ଗ୍ରହଣ କରାଯାଇଛି। ୧୩ ମନ୍ତ୍ରୀ, ବିଧାୟକ ଏବଂ ଏମ୍‌ପି ୨୯ ସ୍କୁଲକୁ ପୋଷ୍ୟ ଗ୍ରହଣ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଜାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, କୃଷିମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଟୁକୁନୀ ସାହୁ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ସଭା ସଦସ୍ୟ ସୁବାସ ଚନ୍ଦ୍ର ସିଂ ଏବଂ ସୁଜିତ କୁମାର, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିଜେ ପଢିଥିବା ଏବଂ ସ୍ମୃତି ଜଡ଼ିତ ଥିବା ବିଦ୍ୟାଳୟକୁ ପୋଷ୍ୟ ନେଇଛନ୍ତି। ଅନୁରୂପ ଭାବେ ୫୩ ବରିଷ୍ଠ ଆଇଏଏସ୍‌ ଅଫିସର ୫୯, ୨୬ ଓଏଏସ୍‌ ଅଫିସର ୩୧, ୪ ଆଇପିଏସ୍‌ ଅଫିସର ଏବଂ ୨ ଆଇଏଫ୍‌ଏସ୍‌ ଅଫିସର ୬ ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି। ଏମାନଙ୍କ ବ୍ୟତୀତ ବ୍ୟବସାୟୀ, କର୍ପୋରେଟ୍‌ ଅଧିକାରୀ, ଖବରଦାତା, ସାମାଜିକ କର୍ମୀ ଏବଂ ସାଧାରଣ ଜନତା ଏହି ଅଭିନବ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ କେବଳ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ନୁହନ୍ତି, ବରଂ ସାଧାରଣବର୍ଗର ଲୋକଙ୍କଠାରୁ ମଧ୍ୟ ଆକୁଣ୍ଠ ସମର୍ଥନ ମିଳିଛି। ବିଦ୍ୟାଳୟ ସହ ଥିବା ଭାବଗତ ବନ୍ଧନକୁ ଆହୁରି ସୁଦୃଢ଼ କରି ନିଜ ନିଜର ସ୍କୁଲ ପାଇଁ କିଛି କରିବାକୁ ଏହି ଆନ୍ଦୋଳନରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। କେବଳ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନୁହେଁ, ଛାତ୍ରୀଛାତ୍ରଙ୍କୁ ମାନସିକସ୍ତରରେ ସମର୍ଥନ ଯୋଗାଇଦେବା, ସେମାନଙ୍କୁ ଶିକ୍ଷାଦାନ କରିବା, ଦୃଢ଼ ନେତୃତ୍ୱ ମାଧ୍ୟମରେ ପିଲାଙ୍କ ସର୍ବାଙ୍ଗୀନ ବିକାଶ କରିବା ଏବଂ ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପୁରାତନ ଛାତ୍ରୀଛାତ୍ର, ବିଶିଷ୍ଟ ବ୍ୟକ୍ତି ଏବଂ ସାଧାରଣ ଲୋକେ ଆଗେଇ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri