୪ ଗୋଡ଼ିଆ ତିମି ମାଛର ଜୀବାଶ୍ମ ମିଳିଲା…

କାଇରୋ,୨୯।୮: ଗୋଡ଼ ଥିବା ତିମି ମାଛ କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭବିକ। ତେବେ ଇଜିପ୍ଟର ଫାୟୋମ୍‌ ସ୍ଥିତ ମରୂଭୂମିରୁ ଏଭଳି ତିମି ମାଛର ପ୍ରାୟ ୪ କୋଟି ୩୦ ଲକ୍ଷ ବର୍ଷ ତଳର ଜୀବାଶ୍ମ ମିଳିଛି। ଜୀବାଶ୍ମରୁ ଜଣାପଡ଼ିଛି ଏହି ତିମି ମାଛର ୪ଟି ଗୋଡ଼ ଥିଲା। ଏହା ପାଣିରେ ପହଁରି ପାରିବା ସହିତ ଭୂଭାଗରେ ମଧ୍ୟ ଚାଲି ପାରୁଥିଲା। ଏହାକୁ ଫିଓମିସେଟସ୍‌ ଅନୁବିସ୍‌ ଭାବେ ନାମିତ କରାଯାଇଛି। ଆନୁବିସ୍‌ ହେଉଛନ୍ତି ପ୍ରାଚୀନ ମିଶରର ମୃତ୍ୟୁର ଦେବତା। ଏହାର ଓଜନ ୬୦୦ କିଲୋଗ୍ରାମ୍‌ ଏବଂ ଲମ୍ବ ୩ ମିଟର ହେବ ବୋଲି ଜୀବାଶ୍ମରୁ ଅନୁମାନ କରାଯାଇଛି। ମନସୁରା ବିଶ୍ୱିଦ୍ୟାଳୟର ବୈଜ୍ଞାନିକ ଅବଦୁଲା ଗୋହରଙ୍କ ଅନୁସାରେ ଏହି ପ୍ରଜାତିର ତିମି ମାଛ ଅତି ପ୍ରାଚୀନ ସମୟରେ ଦେଖାଯାଉଥିଲେ। ସୂଚନାଯୋଗ୍ୟ, ଫାୟୋମ୍‌ ସ୍ଥିତ ମରୁଭୂମିରେ ୫ କୋଟି ୬୦ ଲକ୍ଷ ବର୍ଷରୁ ୩ କୋଟି ୩୯ ଲକ୍ଷ ବର୍ଷର ପୁରାତନ ଜୀବାଶ୍ମ ମିଳିଥାଏ। ତେଣୁ ଏହାକୁ ଜୀବାଶ୍ମର ଗନ୍ତାଘର ବୋଲି କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୃହସ୍ପତି ଉପଗ୍ରହକୁ ଯିବ ସ୍ପେସ୍‌ଏକ୍ସ ରକେଟ୍‌

ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପ୍ରଥମ ବୃହସ୍ପତି ମିଶନରେ ଏହାର ଥଣ୍ଡା ଉପଗ୍ରହ ୟୁରୋପାକୁ ମହାକାଶଯାନ ‘ୟୁରୋପା କ୍ଲିପର୍‌’ ପ୍ରେରଣ ପାଇଁ ସ୍ପେସ୍‌ଏକ୍ସ ରକେଟକୁ...

ଆସିଗଲା ମୁହଁରେ ମାସ୍କ ପିନ୍ଧାଇବା ମେଶିନ: ଭିଡିଓ ଶେୟାରକଲେ ଏହି ଖେଳାଳି

ଓ୍ବାଶିଂଟନ୍‌, ୧୯।୮: କରୋନା ସୟରେ ଲୋକେ ଘରେବସି ନୂଆ ନୂଆ ଜିନିଷ ବାହାର କରିବାରେ ଲାଗିଛନ୍ତି। ସେହିପରି ଏବେ ଜଣେ ବ୍ୟକ୍ତି ମାସ୍କ ପିନ୍ଧାଇବା ପାଇଁ...

ଇସ୍ତଫା ଦେଲେ ପାକ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଲାହୋର,୨୮।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍‌ମାନ...

କରୋନା ନେଇ ପୂର୍ବରୁ ଜାଣିଥିଲା ଚାଇନା

ହଂକଂ,୧୨ା୭: କରୋନା ମହାମାରୀ ସାରା ବିଶ୍ୱରେ ୧୨ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ ହେଲାଣି। ଚାଇନା ଯେଉଁ ସମୟରେ ସଂକ୍ରମଣ ନେଇ ସୂଚନା ଦେଲା ତାହାର...

ମାଲାଲାଙ୍କ ‘ଜୟଲ୍ୟାଣ୍ଡ’ ଉପରୁ କଟକଣା ହଟାଇଲା ପାକିସ୍ତାନ

ଇସ୍‌ଲାମାବାଦ,୧୮ା୧୧:‘ଜୟଲ୍ୟାଣ୍ଡ’ ହେଉଛି ପାକିସ୍ତାନୀ-ପଞ୍ଜାବୀ ଭାଷାରେ ମୁକ୍ତିଲାଭ କରିଥିବା ଏକ ସିନେମା। ସଇମ ସାଦିକ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଡ୍ରାମା ଫିଲ୍ମରେ ଅଲି ଜୁନେଓ, ରାସ୍ତି ଫାରୁକ୍‌,...

ଭାରତ ନୁହେଁ, ଆମେରିକାକୁ ନେଇ ଗର୍ବିତ

ଡେମୋକ୍ରାଟ୍‌ କମଲା ହାରିସ୍‌ ଏକକାଳୀନ ୩ ବିରଳ ରେକର୍ଡର ଅଧିକାରିଣୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ଦକ୍ଷିଣ...

ଫେସବୁକ୍‌-ଇନଷ୍ଟାଗ୍ରାମକୁ ଫେରିବେ ଟ୍ରମ୍ପ୍‌: ମେଟା କଲା ଘୋଷଣା…

ଓ୍ବାଶିଂଟନ,୨୬।୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ନିଜର ପ୍ରତିକ୍ରିୟା ଦେଉଥିବାର ନଜର ଆସିବେ। ଆସନ୍ତା ସପ୍ତାହରେ...

ଗାଈକୁ ବିବାହ କଲେ ମହିଳା, କାରଣ ଜାଣିଲେ…

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ପୁନଃଜନ୍ମରେ ବିଶ୍ୱାସ ରଖନ୍ତି। ଲୋକେ ବିଶ୍ୱାସ କରନ୍ତି ଯେ, ମୃତ୍ୟୁ ପରେ ଜଣେ ବ୍ୟକ୍ତି ପୃଥିବୀରେ ଯେକୌଣସି ରୂପରେ...

Advertisement
Archives

Model This Week