୮୨ ଜଣଙ୍କ ନାଁ ସଙ୍ଗିନ ଅପରାଧ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତି ଜନପ୍ରତିନିଧି ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜୟୀ ହୋଇ ଜନପ୍ରତିନିଧି ଭାବେ ପ୍ରଶାସନ କ୍ଷେତ୍ରରେ ସିଧାସଳଖ ସାମିଲ ହେଉଛନ୍ତି। ଗତ ଫେବୃୟାରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ତର୍ଜମା ପରେ ୮୨ ଜଣ ନିର୍ବାଚିତ ଜିଲା ପରିଷଦ ସଦସ୍ୟଙ୍କ ନାମରେ ସଙ୍ଗିନ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି।  ରାଜ୍ୟରେ ନବନିର୍ବାଚିତ ମୋଟ ୮୫୧ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୭୨୬ଜଣଙ୍କ ସତ୍ୟପାଠକୁ ଓଡ଼ିଶା ଇଲେକ୍ସନ ଓ୍ବାଚ ଆଣ୍ଡ ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର୍‌) ଦ୍ୱାରା ଯାଞ୍ଚ କରାଯାଇଛି। ମଙ୍ଗଳବାର ପ୍ରକାଶିତ ସେ ସମ୍ପର୍କିତ ରିପୋର୍ଟରୁ ଉପରୋକ୍ତ ତଥ୍ୟ ଜଣାପଡ଼ିଛି।
ଏଡିଆର୍‌ ରିପୋର୍ଟ ଅନୁଯାୟୀ, ୧୫ ଜଣ ଜିଲା ପରିଷଦ ସଦସ୍ୟଙ୍କ ନାମରେ ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଅପରାଧ ରହିଛି। ସେହିପରି ୬୫ ଜଣ ସଦସ୍ୟଙ୍କ ବିରୋଧରେ ହତ୍ୟା ଉଦ୍ୟମ, ମହିଳାଙ୍କ ବିରୋଧରେ ଅପରାଧ ଭଳି ସଙ୍ଗିନ ମାମଲା ରହିଛି। ୧୨ ଜଣ ଜିଲା ପରିଷଦ ସଦସ୍ୟ ସେମାନଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ଥିବା ସତ୍ୟପାଠରେ ଘୋଷଣା କରିଛନ୍ତି। ବିଜେଡିର ୬୬୧ ଜଣ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୬୬ ଜଣ(୧୦%), ଭାଜପାର ୩୭ ଜଣଙ୍କ ମଧ୍ୟରୁ ୬ (୧୬%), କଂଗ୍ରେସର ୨୨ଜଣଙ୍କ ମଧ୍ୟରୁ ୭ (୩୨%), ଜେଏମ୍‌ଏମ୍‌ର ୩ଜଣଙ୍କ ମଧ୍ୟରୁ ଜଣେ(୩୩%), ଜଣେ ସିପିଆଇଏମ୍‌ ସଦସ୍ୟ, ଜଣେ ସ୍ବାଧୀନ ସଦସ୍ୟଙ୍କ ନାମରେ ଆପରାଧିକ ମାମଲା ଥିବା ରିପୋର୍ଟରେ କୁହାଯାଇଛି। ସେହିପରି ବହୁ ଜିଲା ପରିଷଦ ସଦସ୍ୟ ମଧ୍ୟ କୁବେର ଅଛନ୍ତି। ୯୫ ଜଣ ସଦସ୍ୟ କୋଟିପତି ଥିବା ଜଣାପଡ଼ିଛି। ବିଜେଡିରୁ ସର୍ବାଧିକ ୯୦ ଜଣ(୧୪%) କୋଟିପତି ଥିବା ବେଳେ ଭାଜପାର ୩ ଏବଂ କଂଗ୍ରେସରୁ ୨ ଜଣ କୋଟିପତି ସଦସ୍ୟ ରହିଛନ୍ତି।  ବିଜେଡି ସଦସ୍ୟ ରେବତୀ ନାୟକ, ଗୀତାରାଣୀ ମଲ୍ଲିକ ଏବଂ କୁନ୍ତି ପ୍ରଧାନ  ସେମାନଙ୍କର ସମ୍ପତ୍ତି ମୂଲ୍ୟ ଯଥାକ୍ରମେ ୧୮.୬୮ କୋଟି, ୧୭.୦୬ କୋଟି ଏବଂ ୧୦.୨୧ କୋଟି ଘୋଷଣା କରିଛନ୍ତି। ଏହି ୩ଜଣ ସଦସ୍ୟ ସମ୍ପତ୍ତି ତାଲିକାର ଉପରେ ରହିଛନ୍ତି। ତେବେ ଜିଲା ପରିଷଦ ସଦସ୍ୟମାନଙ୍କର ହାରାହାରି ସମ୍ପତ୍ତି ମୂଲ୍ୟ ୫୬.୬ ଲକ୍ଷ ଟଙ୍କା ରହିଛି।
ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଜିଲା ପରିଷଦ ସଦସ୍ୟ ପଛରେ ରହିଛନ୍ତି। ଏଡିଆର୍‌ ରିପୋର୍ଟ ଅନୁଯାୟୀ ୪୫୧ ଜଣ ଜିଲା ପରିଷଦ ସଦସ୍ୟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ମଧ୍ୟରେ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୨୫୬ ଜଣ ସଦସ୍ୟ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ଓ ତା’ଠାରୁ ଅଧିକ ଥିବା ଦର୍ଶାଇଥିବା ବେଳେ ୬ଜଣ ଡିପ୍ଲୋମାଧାରୀ ବୋଲି ଜଣାପଡ଼ିଛି। ସେହିପରି ୭ଜଣ ସଦସ୍ୟ ନାମ ଲେଖି ଜାଣିଥିବା ବେଳେ ୬ ଜଣ ସଦସ୍ୟ ସେମାନଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠରେ ଦର୍ଶାଇନାହାନ୍ତି। ଜିଲା ପରିଷଦ ସଦସ୍ୟମାନଙ୍କ  ବୟସ ୨୧ରୁ ୫୦ ବର୍ଷ ଭିତରେ ଦର୍ଶାଯାଇଇଥିବା ବେଳେ ୮୮ ଜଣ ୫୧ରୁ ୭୦ ବର୍ଷ ଭିତରେ ଦର୍ଶାଇଛନ୍ତି।  ତେବେ ୩୭୩ ଜଣ ସେମାନଙ୍କର ବୟସ ଉଲ୍ଲେଖ କରି ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ପ୍ରଥମ ଥର ପାଇଁ ଜିଲା ପରିଷଦ ନିର୍ବାଚନରେ ୭୨୬ ଜଣଙ୍କ ମଧ୍ୟରୁ ୩୮୫ ଜଣ (୫୩%) ମହିଳା ସଦସ୍ୟ ରହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର  ସତ୍ୟପାଠ ଦାଖଲକୁ ବାଧ୍ୟତାମୂଳକ କରିଥିଲେ। ପ୍ରାର୍ଥୀମାନେ ଆପରାଧିକ ମାମଲା ଉଲ୍ଲେଖ କରିବା ସହ  ଗଣମାଧ୍ୟମରେ  ପ୍ରକାଶ କରିବାକୁ କୁହାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri