Posted inଜାତୀୟ

୮ ମାସ ଧରି ନାବାଳିକାଙ୍କୁ ବଳାତ୍କାର କରିଛନ୍ତି ୮୦ ଜଣ

ଅମରାବତୀ,୨୧।୪: ଆନ୍ଧ୍ର ପ୍ରଦେଶର ଗଣ୍ଟୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷର ନାବାଳିକା ସହ ୮୦ ଜଣ ଗଣବଳାତ୍କାର କରିଛନ୍ତି। ଦୀର୍ଘ ୮ ମାସ ଧରି ଅଭିଯୁକ୍ତମାନେ ନାବାଳିକାଙ୍କୁ ଶୋଷଣ କରିଆସୁଥିଲେ। ଗୁଣ୍ଟୁର ପୋଲିସ ମଙ୍ଗଳବାର ନାବାଳିକାଙ୍କୁ ଉଦ୍ଧାର କରିଥିବାବେଳେ ସମସ୍ତ ୮୦ ଅଭିଯୁକ୍ତଙ୍କ ଗିରଫ କରାଯାଇଛି। ବଳପୂର୍ବକ ନାବାଳିକାଙ୍କୁ ଦେହଜୀବୀ କାରବାରରେ ନିୟୋଜିତ କରାଯାଇଥିବା ପୋଲିସ କହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ସାଓ୍ବର୍ଣ୍ଣା କୁମାରୀଙ୍କୁ ଚିହ୍ନଟ କରାଯାଇଛି। ସେ ଜୋର ଜବରଦସ୍ତ ନାମାଳିକାଙ୍କୁ ବେଶ୍ୟାବୃତ୍ତି ରେ ଲଗାଇଥିବା ପୋଲିସ କହିଛି। ଗତବର୍ଷ ନାବାଳିକାଙ୍କ ମା’ କରୋନାରେ ପ୍ରାଣ ହରାଇଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ନାବାଳିକାଙ୍କ ମା’ ଓ ସାଓ୍ବର୍ଣ୍ଣା କୁମାରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢି ଉଠିଥିଲା। ପୀଡ଼ିତାଙ୍କ ମା’ଙ୍କ ବିୟୋଗ ପରେ ୧୩ ବର୍ଷର ଝିଅକୁ ସାଓ୍ବର୍ଣ୍ଣା କୁମାରୀ ପୋଷ୍ୟଭାବେ ଗ୍ରହଣ କରିଥିଲେ। ଏହାପେରେ ସଓ୍ବର୍ଣ୍ଣା ପୀଡ଼ିତାଙ୍କୁ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ଥିବା ବେଶ୍ୟାଳୟକୁ ପଠାଇଥିଲେ, ଯାହା ଦୀର୍ଘ ୮ ମାସ ଧରି ଚାଲିଥିଲା। ଗତବର୍ଷ ଅଗଷ୍ଟ ମାସରେ ପୀଡ଼ିତାଙ୍କ ବାପା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ସ୍ମୃତି ଇରାନୀ ଝିଅଙ୍କ ସମ୍ପର୍କିତ ଟୁଇଟ୍‌ ତୁରନ୍ତ ହଟାଅ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମୋକଦ୍ଦମା ଉପରେ କଂଗ୍ରେସ ନେତା ଜୟରାମ ରମେଶ ଏବଂ ପୱନ ଖେରାଙ୍କୁ ଦିଲ୍ଲୀ...

ଭାରତ ସମସ୍ତ ଦେଶର ସମୃଦ୍ଧି ଚାହେଁ: ୟୁକ୍ରେନ ଯୁଦ୍ଧ ନେଇ ନୌସେନା ମୁଖ୍ୟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୪।୩ : ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଛନ୍ତି ଯେ ଯେତେବେଳେ ବି ଟେକ୍ନୋଲୋଜି ଆସେ, ଏହାକୁ କାଉଣ୍ଟର କରିବା ଜ୍ଞାନକୌଶଳ ମଧ୍ୟ...

ଆଗାମୀ ନିର୍ବାଚନରେ ୩୦୦ରୁ ଊର୍ଦ୍ଧ୍ୱ ଆସନରେ ଭାଜପା ବିଜୟୀ ହୋଇ ୟୁପିରେ ଗଢିବ ସରକାର: ମୋର୍ଯ୍ୟ

ଲକ୍ଷ୍ନୌ,୭ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସମୟ । ଆଉ ଏହାରି ଭିତରେ ସମସ୍ତ ରାଜନୈତୀକ ଦଳ ବଳ କଷିବାକୁ ପ୍ରସ୍ତୁତ...

ଅଟା ଏବେ ଲିଟର ପିଛା ୪୦ ଟଙ୍କା, ଭାଷଣରେ ରାହୁଲ ଏଭଳି କହିଲେ…

ନୂଆଦିଲ୍ଲୀ, ୪।୯ : ରାହୁଲ ଗାନ୍ଧୀ ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସର ହଲ୍ଲାବୋଲ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପା ଏବଂ କେନ୍ଦ୍ର...

ଜନ ଗଣ ମନ… ବଦଳାଇବା ପାଇଁ ଦାବି

ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ର ଗାନ ଜନ ଗଣ ମନ…କୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି। ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଉତ୍ତର ପ୍ରଦେଶ ନିର୍ବାଚନ: ଭୋଟ ଦେଲେନି ମୁଲାୟମଙ୍କ ପତ୍ନୀ, ବୋହୂ , ପୁଅ!

ଲକ୍ଷ୍ନୌ,୨୧ ।୨: ଉତ୍ତର ପ୍ରଦେଶର ଇଟାୱାରେ ଯେ କୌଣସି ନିର୍ବାଚନ ହେଉନା କାହିଁକି ସମସ୍ତଙ୍କର କିନ୍ତୁ ନଜର ଥାଏ ମୁଲାୟମ ସିଂ ଯାଦବଙ୍କ ପରିବାର ଉପରେ...

ବାପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ନେଇ ଝିଅ କହିଲେ…

ଗାନ୍ଧିନଗର,୧୪।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଝିଅ ରାଧିକା ତାଙ୍କ ଫେସବୁକ ପୃଷ୍ଠାରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ତାଙ୍କ ବାପାଙ୍କ ସଂଘର୍ଷ ବିଷୟରେ ବର୍ଣ୍ଣନା...

ଅନୁଚ୍ଛେଦ ୩୭୦ର ବୈଧତାକୁ ଚ୍ୟାଲେଞ୍ଜ୍‌ କରୁଥିବା ଜନସ୍ବାର୍ଥ ମାମଲା ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି ହେଲେ

ନୂଆଦିଲ୍ଲୀ,୧୦।୭: ଅନୁଚ୍ଛେଦ ୩୭୦ର ବୈଧତାକୁ ନେଇ ଚ୍ୟାଲେଞ୍ଜ୍‌ କରାଯାଥିବା ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମ୍‌କୋର୍ଟ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି।...

Advertisement
Archives

Model This Week