Posted inଖେଳ

ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ

ନୂଆପଡ଼ା,୧୧।୧(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ୩୨ତମ ୱାଇଏମ୍‌ସି କପ୍‌ କ୍ରିକେଟ ବୁଧବାର ଫାଇନାଲ ମ୍ୟାଚ୍‌ରେ ଇଷ୍ଟକୋଷ୍ଟ ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ ହୋଇଛି। ଖୋର୍ଦ୍ଧା ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୧୦ ଉଇକେଟ ହରାଇ ୨୦୭ ସଂଗ୍ରହ କରିଥିଲା। ଭିଲାଇ ଦଳ ୨୮.୪ ଓଭରରେ ୫ ଉଇକେଟ ହରାଇ ୨୧୧ ରନ ସଂଗ୍ରହ କରି ଚାମ୍ପିୟନ ହୋଇଛି। ଚାମ୍ପିୟନ ଭିଲାଇ ଦଳକୁ ନଗଦ ୮୦ ହଜାର ଟଙ୍କା ସହ ଟ୍ରଫି ଓ ରନର ଅପ୍‌ ଖୋର୍ଦ୍ଧାକୁ ନଗଦ ୫୦ ହଜାର ଟଙ୍କା ସହ ଟ୍ରଫି ମୁଖ୍ୟ ଅତିଥି ପ୍ରଦାନ କରିଛନ୍ତି। ଉଦଯାପନୀରେ ୱାଇଏମସି କପ କ୍ରିକେଟ ଆବାହକ ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନୂଆପଡା ଅତିରିକ୍ତ ଜିଲାପାଳ ଭୀମସେନ ଶବର ମୁଖ୍ୟଅତିଥି, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ବିଜେଡି ରାଜ୍ୟ ସମ୍ପାଦକ ରାଜେଶ ନିଗମ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟଅତିଥି, ବିଧାୟକ ପ୍ରତିନିଧି ଜୟ ଧୋଲକିଆ, ସଦର ଏନ୍‌ଏସି ଅଧ୍ୟକ୍ଷ ମହମ୍ମଦ ଆଦାମ, ଅବସରପ୍ରାପ୍ତ କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଫରେଷ୍ଟ ଭିଲାଇ ଦଳର ମନୋଜ ସିଂ ପୁରସ୍କୃତ ହୋଇଥିଲେ। ଜିଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଞ୍ଜୟ ନାଏକ, ଚୂଡାମଣି ପାଢୀ, ବିଶ୍ୱମ୍ବର ମହାକୁଡ, ଅନୀଲ ଦାସ ଓ ନାରାୟଣ ମେହେର ଖେଳ ପରିଚାଳନା କରିଥିଲେ। ଶୈଳଶ ଶତପଥୀ ଓ ଆୟୁଷ୍ମାନ ଗୁପ୍ତା ସ୍କୋର ଦାୟିତ୍ୱ ତୁଲାଇଥିଲେ। ପୁନିତ ରାଉତ, ଜୟ କିଷନ ସୁନାନୀ, ମୁକେଶ ସିଂ, ସୀମାଞ୍ଚଳ ମହାପାତ୍ର ଧାରାବିବରଣୀ ଶୁଣାଇଛନ୍ତି। ୟୁଥ ମାସ କ୍ଲବ ସଭାପତି ଅମରେଶ ଚନ୍ଦ୍ର ଦାସ, ସମ୍ପାଦକ ତପନ କୁମାର ବଗର୍ତ୍ତି, ଉପ ସଭାପତି ରଞ୍ଜିତ ସୁନା, ଶ୍ରୀରାମ ମିଶ୍ର, ସଞ୍ଜୟ ପଟ୍ଟନାୟକ, ସନ୍ତୋଷ ସୁପକାର, ପ୍ରତୀକ ପଟ୍ଟନାୟକ, ବାଲେଶ୍ୱର ମାଝି, ଜାନୁ ମିଶ୍ର, ମାଇକେଲ ସୁଧିର, ଜାବେଦ ଖାନ, ଜିତୁ ହୋତା, ଆସୁତୋଷ ପଟ୍ଟନାୟକ, ଅଂଶୁମାନ ଗୁପ୍ତା, ସାଗର ହଂସ, ଟିପୁ ଖାନ, ପିଣ୍ଟୁ ଭୋଇ, ରାଜ କିରଣ ସିଂଦେଓ ପ୍ରମୁଖ ସହଯୋଗ କରଥିଲେ। ଫାଇନାଲ ଦିନର ବିଶେଷ ମୁଖ୍ୟ ଆକର୍ଷଣ ଚୁଲବୁଲି ନାୟିକା ଶିତଳ ପାତ୍ର ଯୋଗଦେଇ ଓଡିଆ ଆଲବମ ଓ ସମ୍ବଲପୁରୀ ନୃତ୍ୟରେ ଦର୍ଶକ ଝୁମି ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri