Posted inଖେଳ

ଫର୍ମୁଲାଓ୍ବାନ ମୋଟରରେସିଂ: ଭର୍ଷ୍ଟାପେନ୍‌ ଜିତିଲେ ଅଷ୍ଟ୍ରିଆନ ଗ୍ରାଁ ପ୍ରି

ସ୍ପେଲବର୍ଗ (ଅଷ୍ଟ୍ରିଆ), ୫।୭- ରେଡ୍‌ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ରେସ୍‌ରେ ସେ ୧:୨୩:୫୪.୫୪୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ମର୍ସିଡିଜ୍‌ର ଭାଲଟେରୀ ବୋଟ୍ଟାସ ଏବଂ ମ୍ୟାକଲରେନର ଲାନ୍‌ଡୋ ନୋରିସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଫଳରେ ଏହି ତିନି ଡ୍ରାଇଭରଙ୍କୁ ଯଥାକ୍ରମେ ୨୬, ୧୮ ଓ ୧୫ ପଏଣ୍ଟ ମିଳିଛି। ୪ର୍ଥରୁ ଯଥାକ୍ରମେ ୧୦ମ ସ୍ଥାନ ହାସଲ କରି ଟପ୍‌-୧୦ ଫିନିଶ୍‌ କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ମ୍ୟାକ୍‌ଲରେନର ଲୁଇସ ହାମିଲଟନ, ଫେରାରୀର କାର୍ଲୋସ ସିଞ୍ଜ୍‌ ଜୁନିୟର, ରେଡ୍‌ବୁଲ୍‌ର ସର୍ଗିଓ ପେରେଜ, ମ୍ୟାକଲରେନର ଡାନିଏଲ ରିକାର୍ଡୋ, ଫେରାରୀର ଚାଲର୍‌ସ ଲେକ୍‌ରେକ୍‌, ଆଲ୍‌ଫା ଟୌରୀର ପିଏରେ ଗାସ୍‌ଲେ ଏବଂ ଆଲପାଇନ୍‌ର ଫର୍ନାଣ୍ଡୋ ଆଲୋଁସୋ। ଅନ୍ୟ ନାମୀ ଡ୍ରାଇଭରଙ୍କ ମଧ୍ୟରେ ଆଲ୍‌ଫା ରୋମିଓର କିମି ରାଇକୋନେନ ଏବଂ ଆଷ୍ଟନ ମାର୍ଟିନର ସେବାଷ୍ଟିଆନ ଭେଟେଲ ପ୍ରମୁଖ ଯଥାକ୍ରମେ ୧୬ ଓ ୧୭ତମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରିଆନ ଗ୍ରାଁ ପ୍ରି ପରେ ଭର୍ଷ୍ଟାପେନ ୧୮୨ ପଏଣ୍ଟ ସହିତ ଡ୍ରାଇଭର୍ସ ଷ୍ଟାଣ୍ଡିଂର ଶୀର୍ଷସ୍ଥାନରେ ରହିଛନ୍ତି। ସେ ଏହାକୁ ମିଶାଇ ୫ଟି ଗ୍ରାଁ ପ୍ରି ଜିତି ସାରିଛନ୍ତି। ୩ ଗ୍ରାଁ ପ୍ରି ଜିତିଥିବା ହାମିଲଟନ ୧୫୦ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ୧୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ ପାଇଥିବା ଅନ୍ୟ ୨ ଡ୍ରାଇଭର ହେଲେ ରେଡ୍‌ବୁଲ୍‌ର ସର୍ଗିଓ ପେରେଜ (୧୦୪) ଓ ମ୍ୟାକ୍‌ଲରେନର ଲାନ୍‌ଲୋ ନୋରିସ(୧୦୧)। କନ୍‌ଷ୍ଟ୍ରକ୍ଟର୍ସ ଷ୍ଟାଣ୍ଡିଂରେ ୨୮୬ ପଏଣ୍ଟ ସହିତ ରେଡ୍‌ବୁଲ୍‌ ଟିମ୍‌ ଶୀର୍ଷରେ ଅପରିବର୍ତ୍ତିତ ରହିଛି। ମର୍ସିଡିଜ୍‌ ୨୪୨ ଏବଂ ମ୍ୟାକଲରେନ ୧୪୧ ପଏଣ୍ଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri