Posted inଜାତୀୟ

ଏଏମ୍‌ୟୁର ପୂର୍ବତନ ଭିସି ହେଲେ ଉପାଧ୍ୟକ୍ଷ

ନୂଆଦିଲ୍ଲୀ,୩୦ା୭: ୨୦୨୪ ଲୋକ ସଭା ନିର୍ବାଚନକୁ ନଜରରେ ରଖି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର କେନ୍ଦ୍ରୀୟ ଟିମ୍‌ରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଉତ୍ତରପ୍ରଦେଶର ଜଣେ ପସମାନ୍ଦା ମୁସଲମାନଙ୍କୁ ଦଳର ଉପାଧ୍ୟକ୍ଷ କରାଯାଇଥିବାବେଳେ ତେଲଙ୍ଗାନା ପୂର୍ବତନ ଭାଜପା ରାଜ୍ୟ ସଭାପତି ବନ୍ଦି ସଞ୍ଜୟ କୁମାରଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କରାଯାଇଛି। ସାଧାରଣ ସମ୍ପାଦକ ଥିବା କର୍ନାଟକ ନେତା ସି.ଟି. ରବି, ଆସାମର ଲୋକ ସଭା ସଦସ୍ୟ ଦିଲୀପ ସାଇକିଆଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ଉତ୍ତରପ୍ରଦେଶର ଦୁଇ ନେତା ବିନୋଦ ସୋଙ୍କର, ହରିଶ ଦ୍ୱିବେଦୀ ଏବଂ ସୁନୀଲ ଦେଓଧରଙ୍କୁ ସମ୍ପାଦକ ପଦରୁ ବିଦା କରାଯାଇଛି। ୯ ଜଣ ସାଧାରଣ ସମ୍ପାଦକଙ୍କ ମଧ୍ୟରୁ ୭ ଜଣଙ୍କ ପଦବୀ ସୁରକ୍ଷିତ ଥିବାବେଳେ ୨ ନୂଆ ମୁହଁ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ରାଜ୍ୟ ସଭା ସଦସ୍ୟ ରାଧାମୋହନ ଅଗ୍ରଓ୍ବାଲ ଅଛନ୍ତି। ପାସମାନ୍ଦା ମୁସଲମାନ ସମ୍ପ୍ରଦାୟର ଭୋଟ୍‌କୁ ନଜରରେ ରଖି ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟି (ଏଏମ୍‌ୟୁ)ର ପୂର୍ବତନ କୁଳପତି (ଭିସି) ତାରିକ୍‌ ମନସୁରଙ୍କୁ ଭାଜପା ଏହାର ଉପାଧ୍ୟକ୍ଷ ନିଯୁକ୍ତ କରିଛି। ଏଏମ୍‌ୟୁରେ ଏନ୍‌ଆର୍‌ସି ବିରୋଧୀ ଏବଂ ସିଏଏ ବିରୋଧୀ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ମନସୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ପରେ ସେ ଆର୍‌ଏସ୍‌ଏସ୍‌ ପାଇଁ କାମ କରିଥିଲେ।
ନବନିଯୁକ୍ତ ସମ୍ପାଦକଙ୍କ ମଧ୍ୟରେ ଅଛନ୍ତି ବର୍ଷିୟାନ କଂଗ୍ରେସ ନେତା ଏ.କେ. ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି, ସୁରେନ୍ଦ୍ର ସିଂ ନାଗର ଏବଂ କାମାକ୍ଷା ପ୍ରସାଦ ତାସା। ଏମାନେ ୟୁପି ଏବଂ ଆସାମରୁ ରାଜ୍ୟ ସଭା ସଦସ୍ୟ ଅଛନ୍ତି। ନାଗର ପଶ୍ଚିମ ଉତ୍ତରପ୍ରଦେଶର ଜଣେ ପ୍ରଭାବୀ ଗୁର୍ଜାର ନେତା ହୋଇଥିବାବେଳେ ତାସାଙ୍କର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ଆଦିବାସୀଙ୍କ ଉପରେ ଭଲ ପ୍ରଭାବ ରହିଛି। ଭାଜପାର ନୂଆ କାର୍ଯ୍ୟକର୍ତ୍ତା ତାଲିକାରେ ୧୩ ଉପାଧ୍ୟକ୍ଷ, ୯ ସାଧାରଣ ସମ୍ପାଦକ ଏବଂ ୧୩ ସମ୍ପାଦକ ରହିଛନ୍ତି। ସାଧାରଣ ସମ୍ପାଦକ ବି.ଏଲ୍‌ ସନ୍ତୋଷଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ବିହାରର ଲୋକ ସଭା ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂଙ୍କୁ ଉପାଧ୍ୟକ୍ଷ ପଦରୁ ବାଦ୍‌ ଦିଆଯାଇଛି। ନୂଆ ଉପାଧ୍ୟକ୍ଷଙ୍କ ମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ଭାଜପା ସଭାପତି ତଥା ରାଜ୍ୟ ସଭା ସଦସ୍ୟ ଏମ୍‌.ପି. ଲକ୍ଷ୍ମୀକାନ୍ତ ବାଜପାୟୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri