Posted inଜାତୀୟ

ଏଏମ୍‌ୟୁର ପୂର୍ବତନ ଭିସି ହେଲେ ଉପାଧ୍ୟକ୍ଷ

ନୂଆଦିଲ୍ଲୀ,୩୦ା୭: ୨୦୨୪ ଲୋକ ସଭା ନିର୍ବାଚନକୁ ନଜରରେ ରଖି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର କେନ୍ଦ୍ରୀୟ ଟିମ୍‌ରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଉତ୍ତରପ୍ରଦେଶର ଜଣେ ପସମାନ୍ଦା ମୁସଲମାନଙ୍କୁ ଦଳର ଉପାଧ୍ୟକ୍ଷ କରାଯାଇଥିବାବେଳେ ତେଲଙ୍ଗାନା ପୂର୍ବତନ ଭାଜପା ରାଜ୍ୟ ସଭାପତି ବନ୍ଦି ସଞ୍ଜୟ କୁମାରଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କରାଯାଇଛି। ସାଧାରଣ ସମ୍ପାଦକ ଥିବା କର୍ନାଟକ ନେତା ସି.ଟି. ରବି, ଆସାମର ଲୋକ ସଭା ସଦସ୍ୟ ଦିଲୀପ ସାଇକିଆଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ଉତ୍ତରପ୍ରଦେଶର ଦୁଇ ନେତା ବିନୋଦ ସୋଙ୍କର, ହରିଶ ଦ୍ୱିବେଦୀ ଏବଂ ସୁନୀଲ ଦେଓଧରଙ୍କୁ ସମ୍ପାଦକ ପଦରୁ ବିଦା କରାଯାଇଛି। ୯ ଜଣ ସାଧାରଣ ସମ୍ପାଦକଙ୍କ ମଧ୍ୟରୁ ୭ ଜଣଙ୍କ ପଦବୀ ସୁରକ୍ଷିତ ଥିବାବେଳେ ୨ ନୂଆ ମୁହଁ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ରାଜ୍ୟ ସଭା ସଦସ୍ୟ ରାଧାମୋହନ ଅଗ୍ରଓ୍ବାଲ ଅଛନ୍ତି। ପାସମାନ୍ଦା ମୁସଲମାନ ସମ୍ପ୍ରଦାୟର ଭୋଟ୍‌କୁ ନଜରରେ ରଖି ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟି (ଏଏମ୍‌ୟୁ)ର ପୂର୍ବତନ କୁଳପତି (ଭିସି) ତାରିକ୍‌ ମନସୁରଙ୍କୁ ଭାଜପା ଏହାର ଉପାଧ୍ୟକ୍ଷ ନିଯୁକ୍ତ କରିଛି। ଏଏମ୍‌ୟୁରେ ଏନ୍‌ଆର୍‌ସି ବିରୋଧୀ ଏବଂ ସିଏଏ ବିରୋଧୀ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାରେ ମନସୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ପରେ ସେ ଆର୍‌ଏସ୍‌ଏସ୍‌ ପାଇଁ କାମ କରିଥିଲେ।
ନବନିଯୁକ୍ତ ସମ୍ପାଦକଙ୍କ ମଧ୍ୟରେ ଅଛନ୍ତି ବର୍ଷିୟାନ କଂଗ୍ରେସ ନେତା ଏ.କେ. ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି, ସୁରେନ୍ଦ୍ର ସିଂ ନାଗର ଏବଂ କାମାକ୍ଷା ପ୍ରସାଦ ତାସା। ଏମାନେ ୟୁପି ଏବଂ ଆସାମରୁ ରାଜ୍ୟ ସଭା ସଦସ୍ୟ ଅଛନ୍ତି। ନାଗର ପଶ୍ଚିମ ଉତ୍ତରପ୍ରଦେଶର ଜଣେ ପ୍ରଭାବୀ ଗୁର୍ଜାର ନେତା ହୋଇଥିବାବେଳେ ତାସାଙ୍କର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ଆଦିବାସୀଙ୍କ ଉପରେ ଭଲ ପ୍ରଭାବ ରହିଛି। ଭାଜପାର ନୂଆ କାର୍ଯ୍ୟକର୍ତ୍ତା ତାଲିକାରେ ୧୩ ଉପାଧ୍ୟକ୍ଷ, ୯ ସାଧାରଣ ସମ୍ପାଦକ ଏବଂ ୧୩ ସମ୍ପାଦକ ରହିଛନ୍ତି। ସାଧାରଣ ସମ୍ପାଦକ ବି.ଏଲ୍‌ ସନ୍ତୋଷଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ବିହାରର ଲୋକ ସଭା ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂଙ୍କୁ ଉପାଧ୍ୟକ୍ଷ ପଦରୁ ବାଦ୍‌ ଦିଆଯାଇଛି। ନୂଆ ଉପାଧ୍ୟକ୍ଷଙ୍କ ମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ଭାଜପା ସଭାପତି ତଥା ରାଜ୍ୟ ସଭା ସଦସ୍ୟ ଏମ୍‌.ପି. ଲକ୍ଷ୍ମୀକାନ୍ତ ବାଜପାୟୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri