ଲଜିଷ୍ଟିକ୍ସ୍‌ରେ ପୂର୍ବ ପରିବହନ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଯୁବକଙ୍କୁ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରିର ପରିବହନ ବ୍ୟବସ୍ଥାକୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୬ ବର୍ଷ ଧରି ଏକ ନିର୍ଦ୍ଧିଷ୍ଟ ପରିବହନ ସଂସ୍ଥା କମ୍ପାନୀ ସହ ଜଡିତ ରହି କାମ କରୁଥିବାବେଳେ, ତାଙ୍କ ବିରୋଧରେ ବର୍ତ୍ତମାନ ଗୁରୁତର ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, ସେହି ସଂସ୍ଥା ମୁଖ୍ୟ ପରିବହନ ଦାୟିତ୍ୱରେ ରହି ନିଜସ୍ୱ ବ୍ୟକ୍ତିଗତ ସଂସ୍ଥାକୁ ପ୍ରାଧାନ୍ୟ ଦେଇ କୋଟି କୋଟି ଟଙ୍କା ଆର୍ଥିକ ଲାଭ ଉପାର୍ଜନ କରିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଉକ୍ତ ସଂସ୍ଥାରେ ନିଯୁକ୍ତି ଦେଇ ନଥିଲେ ।

ସ୍ଥାନୀୟ ଟ୍ରକ୍ ମାଲିକମାନଙ୍କ ଅଭିଯୋଗ ଅନୁସାରେ, ସେହି ସଂସ୍ଥାର ଜଣେ ଜୈନକ ବ୍ୟକ୍ତି ଲୋକାଲ ଗାଡି ମାଲିକମାନଙ୍କ ସହ ଦୁର୍ବ୍ୟବହାର କରୁଥିଲେ ଏବଂ ସେମାନଙ୍କ ଗାଡିକୁ କମ୍ପାନୀ ପରିବହନ କାମରେ ଲଗାଯାଉନଥିଲା। ଏହା ଫଳରେ ବହୁଦିନ ଧରି ଟ୍ରକ୍ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ଏହି ପରିସ୍ଥିତିରେ କିଛି ସ୍ଥାନୀୟ ଟ୍ରକ୍ ମାଲିକ ମିଶି ନୂତନ ଭାବେ ଟେଣ୍ଡର ପ୍ରକ୍ରିୟାରେ ଯୋଗଦେଇ ନିଜ ନାମରେ ପରିବହନ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାସହ ନୂତନ ପରିବହନ ସଂସ୍ଥା ନେବା ପରେ ସ୍ଥାନୀୟ ୬ରୁ ୭ ଜଣ ଯୁବକ ନିଯୁକ୍ତ ଦେବା ସହ ଲୋକାଲ ଟ୍ରକକୁ ପ୍ରଧ୍ୟାନ ଦେଇ ପରିବହନ ସଂସ୍ଥା ସୂଚାରୁ ରୂପେ ତୁଲେଇବାର ଦେଖିବାକୁ ମିଳିଛି । କମ୍ପାନୀ ପକ୍ଷରୁ ପୂର୍ବ ସଂସ୍ଥାର କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହେବା ପରେ ସେମାନଙ୍କୁ ପରିବହନ ଦାୟିତ୍ୱରୁ ଦୂରେଇ ରଖାଯାଇଥିବା ସୂଚନା ମିଳିଛି।
କିନ୍ତୁ ଅଭିଯୋଗ ହେଉଛି, ପୂର୍ବ ସଂସ୍ଥା ସହ ଜଡିତ ବର୍ତ୍ତମାନର ସ୍ଥାନୀୟ ପରିବହନ ସଂସ୍ଥାକୁ ବିଭିନ୍ନ ଉପାୟରେ ହଇରାଣ କରୁଛନ୍ତି ଏବଂ କମ୍ପାନୀଙ୍କୁ ବଦନାମ କରିବାର ଚେଷ୍ଟା ଜାରି ରଖିଛନ୍ତି। ବିଗତ ଦିନରେ ଏହି ବିବାଦ ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା। ଥାନା ଅଧିକାରୀ ପକ୍ଷରୁ ଯେକୌଣସି ଅପ୍ରିୟ ପରିସ୍ଥିତି ସୃଷ୍ଟି ନ କରିବାକୁ ତାଗିଦ କରି ଘଟଣା ସମାଧାନ କରାଯାଇଥିଲା।
ତଥାପି ଯଦି ପୂର୍ବ ସଂସ୍ଥା ପୁନର୍ବାର କୌଣସି ମାଧ୍ୟମରେ ପରିବହନ କାର୍ଯ୍ୟରେ ଜଡିତ ହୁଏ, ତେବେ ଗଞ୍ଜାମ ସହରରେ ପୁଣି ଅଶାନ୍ତ ପରିବେଶ ସୃଷ୍ଟି ହେବାର ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ସେହି ପୃର୍ବ ସଂସ୍ଥାର ଜୈନକ ବ୍ୟକ୍ତି କିପରି ଏକ ଅସ୍ଥାୟୀ କର୍ମଚାରୀରୁ କୋଟି କୋଟି ଟଙ୍କାର ମାଲିକାନା ହୋଇଛନ୍ତି ସେଥିପାଇଁ ଏକ ଲୋକାଲ ଟିମ ଲିଖିତ ମାଧ୍ୟମରେ ଭିଜିଲାନ୍ସ ଅଫିସକୁ ତଦନ୍ତ କରିବାପାଇଁ ଦାବି କରିଥିବା ଏକ ବିଶେଷ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ମିଳିଛି  ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri