Posted inଖେଳ

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ ରାଜୟଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ମଙ୍ଗଳବାର ସ୍ପେନ ଓ ଫ୍ରାନ୍ସ ମଧ୍ୟରେ ସେମିଫାଇନାଲ ଖେଳାଯିବା ପୂର୍ବରୁ ସେ ଏକ ସ୍ପାନିଶ ଆଉଟ୍‌ଲେଟ୍‌ ଏଲ ଡିବେଟ୍‌ରେ ଏକ ସ୍ତମ୍ଭରେ ତାଙ୍କ ମତାମତ ଦେଇଥିଲେ।

ବିଶ୍ୱକପ୍‌ରେ ସେମାନେ ଖେଳିଥିବା ସମସ୍ତ ମ୍ୟାଚ୍‌ ଜିତିଛନ୍ତି ଏବଂ ସେମାନେ ଏବେ ଫିଫା ର଼୍ୟାଙ୍କିଙ୍ଗ୍ସ ଶୀର୍ଷରେ ରହିଛନ୍ତି। ସେମାନଙ୍କ ପାଖରେ ଅବିଶ୍ୱସନୀୟ ଶକ୍ତିଶାଳୀ ଦଳ ରହିଛି। କିନ୍ତୁ ଫ୍ରାନ୍ସ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ରାଜୟ ଗତ ୧୦ ତାରିଖରେ ସ୍ତମ୍ଭରେ ଉଲ୍ଲେଖ କରିଥିଲେ। ଏ ସମ୍ପର୍କରେ ସୋମବାର ଫ୍ରେଞ୍ଚ ବିଦେଶ ମନ୍ତ୍ରୀ ଜିନ-ନୋଏଲ ବାରୋଟ କହିଛନ୍ତି, ଫ୍ରାନ୍ସର କୌଣସି ନିର୍ଦ୍ଦିଷ୍ଟ ଚର୍ମ ରଙ୍ଗ ନାହିଁ। ଏହା ବିରୋଧରେ କରାଯାଇଥିବା ଯେକୌଣସି ଦାବି ମୂର୍ଖାମି, ଜାତିଭେଦବାଦୀ କିମ୍ବା ଉଭୟର ମିଳିତ ଫଳ ହୋଇପାରେ।

ଏଥିପୂର୍ବରୁ ଫ୍ରେଞ୍ଚ ଫୁଟବଲ ଫେଡେରେଶନ ସଭାପତି ଫିଲିପେ ଡାଇଲୋ ଏକ୍ସ’ରେ ପୋଷ୍ଟ କରିଥିଲେ, ଫ୍ରାନ୍ସ ଦଳ ସମ୍ପର୍କରେ ମାରିଆନୋ ରାଜୟଙ୍କ ମନ୍ତବ୍ୟରୁ ଜାତି ଭେଦଭାବ ଗନ୍ଧ ବାରି ହୋଇପଡ଼ୁଛି। ଆମ ଖେଳାଳିଙ୍କୁ ସେମାନଙ୍କ ନାଗରିକତା ପ୍ରମାଣ କରିବା ପାଇଁ ଜଣେ ପୂର୍ବତନ ସ୍ପାନିଶ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରମାଣପତ୍ର ଦରକାର ନାହିଁ। ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ରାଜୟଙ୍କ ମନ୍ତବ୍ୟକୁ ସ୍ପେନର ସରକାରରେ ଥିବା ସୋସିଆଲିଷ୍ଟ ସରକାର ଦୃଢ଼ ନିନ୍ଦା କରିଛନ୍ତି। ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଜେଜ କହିଛନ୍ତି, ଏବେ ବି ଏମିତି ଲୋକ ଅଛନ୍ତି, ଯେଉଁମାନେ ସାଙ୍ଗିଆ, ଜନ୍ମ ସ୍ଥାନ, ଚର୍ମର ରଙ୍ଗ ଆଧାରରେ ଲୋକଙ୍କୁ ମାପନ୍ତି। କିନ୍ତୁ ଅନ୍ୟମାନେ ଦେଶରେ ଆମର ମୂଳ ଓ ଦେଶ ପ୍ରତି ଆମ ଯୋଗଦାନ କରିବାର ଇଚ୍ଛାଶକ୍ତି ଆଧାରରେ ମାପନ୍ତି। ଫ୍ରାନ୍ସ, ଆମେ ତୁମକୁ ସେମିଫାଇନାଲରେ ଦେଖିନେବୁ। ଆଶା କରୁଛି, ଶ୍ରେଷ୍ଠ ଦଳ ବିଜୟୀ ହେବ ଏବଂ ଭେଦଭାବର ଅନ୍ତ ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri