ଜମି ବିବାଦରୁ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

କୋରାପୁଟ/ନାରାୟପାଟଣା,୧୬/୧(ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟପାଟଣା ବ୍ଲକ ତାଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗିଙ୍କ ହତ୍ୟା ଘଟଣାରେ ଗୁରବାର ନାରାୟଣପାଟଣା ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ନେଇ ଲକ୍ଷ୍ମୀପୁରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମନୋବ୍ରତା ଶତପଥି ସୂଚନା ଦେଇଛନ୍ତି। ଦୀର୍ଘ ୧୦ ମାସ ପରେ ପୋଲିସ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସିଙ୍ଗୁରୁଙ୍କ ସମ୍ପର୍କୀୟ କେତୁ ତାଡିଙ୍ଗି, ମାସୁରୁ ତାଡିଙ୍ଗି ଓ କମିଟି ତାଡିଙ୍ଗି ହତ୍ୟା କରିଥିବା ନେଇ ପୋଲିସରେ ସ୍ବୀକାର କରିଥିବା ସୂଚନା ମିଳିଛି I ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ,୨୦୨୪ ମାର୍ଚ୍ଚ ୧୪ରେ ନାରାୟଣପାଟଣା ଥାନା ଅନ୍ତର୍ଗତ ସିଙ୍ଗୁରୁ ତାଡିଙ୍ଗିଙ୍କ ମୃତଦେହ ଗଁାଠାରୁ ପ୍ରାୟ ୩ କ.ମି.ଦୁର ଏକ ପାହାଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଗର୍ତ୍ତରୁ ପୋଲିସ ଜବତ କରିଥିଲା I ସମ୍ପର୍କୀୟଙ୍କ ଏତଲା କ୍ରମେ ମାର୍ଚ୍ଚ ୧୪ରେ ସିଙ୍ଗୁରୁ ହଳଧରି ଜମିକୁ ଯାଇ ଆଉ ଫେରି ନ ଥିଲେ। ଜମିଠାରୁ କିଛିଦୂରରେ ଏକ ଗାତରେ ତାଙ୍କ ମୃତଦେହ ଠାବ କରାଯାଇଥିଲା I ଗୋଡ଼ ଦୁଇଟି ବାହାରକୁ ଦିଶୁଥିବା ବେଳେ ଖୋଳିବା ପରେ ଗଁା ଲୋକେ ଚିହ୍ନଟ କରିଥିଲେ I ଅଭିଯୋଗ ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲା । ଜମି ବିବାଦକୁ ନେଇ ନିଜ ସମ୍ପର୍କୀୟ( ଭାଇ ଓ ପୁତୁରା )ସିଙ୍ଗୁରୁଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି I ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ୍‌ କ୍ରିଏସନ ପରେ ସିଙ୍ଗୁରୁଙ୍କୁ କିପରି ହତ୍ୟା କରିଥିଲେ ପୋଲିସ ଜାଣିବାକୁ ପାଇଥିଲା I


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ଜୟନାରାୟଣ, କହିଲେ କେନ୍ଦ୍ର ଗୋଟେ ହୁଇସିଲ ମାରିଲେ…

ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ଭାଜପା ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି,...

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରାହ୍ମଣୀଗାଁ,୧୩ା୨(ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁରେ ବିକଶିତ ଗାଁ ବିକଶିତ ଓଡ଼ିଶା ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା କାର୍ଯ୍ୟକ୍ରମ ସରପଞ୍ଚ ସଂଯୁକ୍ତା ମଳିକଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବ୍ଲକ ଶିକ୍ଷାଧିକାରୀଭାବେ ଦାୟିତ୍ୱ ଗ୍ରହଣ କଲେ ସୁଜିତ କୁମାର ପାଢୀ

ଛତ୍ରପୁର, ୧୩।୨(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ସୁଜିତ କୁମାର ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଉଚ୍ଚ...

ଅନୁସୂଚିତ ଜାତି-ଜନଜାତି ବିଦ୍ୟାଳୟରେ କେବଳ ଭିତ୍ତିଭୂମି ନୁହେଁ, ଉନ୍ନତମାନର ଶିକ୍ଷା ଦିଆଯିବା ଆବଶ୍ୟକ

ବାଲିଗୁଡା,୧୩।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦାରା ପରିଚାଳିତ...

ନିଆଁ ଲାଗି ଫସଲ ନଷ୍ଟ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଖଜୁରୀପଡ଼ା,୧୩ା୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ବଲସକୁମ୍ପା ପଞ୍ଚାୟତର କେନ୍ଦ୍ରା ସାହିରେ ଚାଷୀ ସଞ୍ଜୟ କହଁର ବସବାସ କରନ୍ତି। ଗରିବ ଆଦିବାସୀ ଶ୍ରେଣୀର ...

ଗେଷ୍ଟ୍‌ ହାଉସ୍‌ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଜଣେ ଯୁବତୀଙ୍କ ସହ ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍‌ରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା...

ଭାଜପାରେ ମିଶିବା ଚର୍ଚ୍ଚା ମଧ୍ୟରେ ସନାଙ୍କ ବିସ୍ଫୋରକ ବୟାନ: ଖୋଲାଖୋଲି କହିଦେଲେ ଏମିତି, ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିଧାୟକ ବିସ୍ଫୋରକ ବୟାନ ଦେଇଛନ୍ତି। ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ...

କଉଡ଼ିଆ ଗାଁରେ ଲୋକଙ୍କୁ ମିଳୁନି ପାନୀୟ ଜଳ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ମହିଳା

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri