ମହିଳାଙ୍କ ୧୨.୨୫ ଲକ୍ଷ ଋଣ ଟଙ୍କା ଆତ୍ମସାତ୍‌

ସୋନପୁର,୧୭।୪(ନି.ପ୍ର.): ମହିଳାଙ୍କ ଋଣ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ନିଉ ଅପର୍ଚୁନିଟି କନ୍‌ସଲଟାନ୍ସି ପ୍ରାଇଭେଟ୍‌ ଲିମିଟେଡ୍‌ ସୋନପୁର ଶାଖାର ପ୍ରାକ୍ତନ ପରିଚାଳକ ବିଭୁ ରଞ୍ଜନ ଦେହୁରୀ(୩୧)ଙ୍କୁ ସୋନପୁର ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ବିଭୁ ରଞ୍ଜନଙ୍କ ଘର ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅଇଁଳାଛାଟ ଅଞ୍ଚଳରେ । ନିଉ ଅପର୍ଚୁନିଟି କନ୍‌ସଲଟାନ୍ସି ପ୍ରାଇଭେଟ୍‌ ଲିମିଟେଡ ନାମକ ଅର୍ଥ ଲଗାଣକାରୀ ସଂସ୍ଥାର ମୁଖ୍ୟାଳୟ ମୁମ୍ବାଇରେ ଥିବା ବେଳେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଏହାର ଶାଖା କାର୍ଯ୍ୟାଳୟ ଥିଲା । ଏହି ସଂସ୍ଥା ମହିଳାଙ୍କୁ ଗ୍ରୁପ୍‌ ଜରିଆରେ ଋଣ ପ୍ରଦାନ କରି ସୁଧ ସହିତ ଆଦାୟ କରୁଥିଲା । ସଂସ୍ଥାର ଶାଖା କାର୍ଯ୍ୟାଳୟ ପରବର୍ତ୍ତୀ ସମୟରେ ବୀରମହାରାଜପୁରରୁ ସୋନପୁର ସହରକୁ ଉଠି ଆସିଥିଲା। ଗ୍ରାମାଞ୍ଚଳର ନିରୀହ ମହିଳାମାନେ ୩ ରୁ ୪ ଜଣିଆ ଗୋଷ୍ଠୀ କରି ଏହି ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାରୁ ୩୦ ରୁ ୩୫ ହଜାର ଟଙ୍କା ଲେଖାଏ ଋଣ ନେଇଥିଲେ। ଠିକ୍‌ ସମୟରେ ଋଣ ପରିଶୋଧ ମଧ୍ୟ କରୁଥିଲେ । ତେବେ ଶାଖା ପରିଚାଳକ ବିଭୁ ରଞ୍ଜନ କାଗଜପତ୍ର ନେଇ ଋଣ ମଞ୍ଜୁର କରିଥିଲେ ମଧ୍ୟ ୩୪ ଜଣ ମହିଳାଙ୍କୁ ଟଙ୍କା ପ୍ରଦାନ ନ କରି ନିଜେ ୧୦ଲକ୍ଷ ୪୬ହଜାର ୧୦୧ଟଙ୍କା ଆତ୍ମସାତ କରିଥିଲେ। ସେହିଭଳି ୧୨ଜଣ ମହିଳା ଋଣ ପରିଶୋଧ କରିଥିବା ୧ଲକ୍ଷ ୭୯ହଜାର ୫୦୬ଟଙ୍କାକୁ ଆତ୍ମସାତ କରିଥିଲେ ବୋଲି ସୁବର୍ଣ୍ଣପୁର ଏସ୍‌ପି ଅମରେଶ କୁମାର ପଣ୍ଡା ରବିବାର ସୋନପୁର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏପରିକି ମହିଳା ଗ୍ରାହକଙ୍କ ଏଟିଏମ୍‌ କାର୍ଡ ରଖି ବିଭୁ ରଞ୍ଜନ ନିଜେ ଟଙ୍କା ଉଠାଇ ନେଉଥିଲେ। ଏ ସମ୍ପର୍କରେ ଜଣାପଡିବା ପରେ ନିଉ ଅପର୍ଚୁନିଟି କନ୍‌ସଲଟାନ୍ସି ପ୍ରାଇଭେଟ୍‌ ଲିମିଟେଡର ଆଞ୍ଚଳିକ ପରିଚାଳକ ଖୋର୍ଦ୍ଧା ଜିଲା ବୋଲଗଡ ଥାନା କୁଶପଲ୍ଲା ଅଞ୍ଚଳର ବିପିନ କୁମାର ସାହୁ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାହୁ ଗତ ମାର୍ଚ୍ଚ ୩ ତାରିଖରେ ଅଭିଯୋଗ କରିଥିଲେ ଯେ, ମୋଟ ୧୨ଲକ୍ଷ ୨୫ହଜାର ୬୦୭ଟଙ୍କା ପ୍ରାକ୍ତନ ପରିଚାଳକ ଦେହୁରୀ ଆତ୍ମସାତ କରିଛନ୍ତି। ସୋନପୁର ଥାନାରେ ୪୭/୨୩ ମୂଳେ ଏକ ମାମଲା ରୁଜୁ ହୋଇଥିଲା । ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର ମାମଲାର ତଦନ୍ତ ଜାରି ରଖିଥିଲେ । ତେବେ ଅଭିଯୁକ୍ତ ବିଭୁ ରଞ୍ଜନ ଫେରାର ହୋଇ ଯାଇଥିଲେ । ଶେଷରେ ତାଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ଏହା ପୋଲିସ ପାଇଁ ବଡ ସଫଳତା । ତେବେ ମହିଳାମାନେ ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାରୁ ଟଙ୍କା ଋଣ ନେବା ଓ ଋଣ ପରିଶୋଧ କରିବା ସମୟରେ ରସିଦ୍‌ ଓ ଅନ୍ୟାନ୍ୟ କାଗଜପତ୍ର ଭଲ ଭାବେ ଯାଞ୍ଚ କରିବାକୁ ଏସ୍‌ପି ପଣ୍ଡା ପରାମର୍ଶ ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଓ ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri