Posted inଖେଳ

ପୂର୍ବତନ ଜୁନିୟର ଷ୍ଟାର ହକି ଖେଳାଳିଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪ା୬ (ପି.ଟି.): ଭାରତର ପୂର୍ବତନ ଜୁନିୟର ଷ୍ଟାର ହକି ଖେଳାଳି ରାଜୀବ ମିଶ୍ରଙ୍କ ୪୫ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାକୁ ଛାଡ଼ି ଚାଲିଯାଇଛନ୍ତି। ବୁଧବାର ବାରଣାସୀର ସର୍ସାଉଲି ଅଞ୍ଚଳରେ ରହିଥିବା ରାଜୀବଙ୍କ ବାସଭବନରୁ ରହସ୍ୟଜନକ ଭାବେ ତାଙ୍କ ମରଶରୀରକୁ ଠାବ କରାଯାଇଥିଲା। ଘରୁ ପଚା ଗନ୍ଧ ଆସିବା ପରେ ତାଙ୍କ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ତେଣୁ କିଛିଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ରାଜୀବ ବାରଣାସୀସ୍ଥିତ ନର୍ଦର୍ନ ରେଲଓ୍ବେର ଲକ୍ଷ୍ନୌ ଡିଭିଜନରେ ଜଣେ ଚିଫ ଇନ୍ସପେକ୍ଟର ଅଫ୍‌ ଟିକେଟ (ସିଆଇଟି)ଭାବେ କାର୍ଯ୍ୟରତ ଥିଲେ। ସେ ଏକାକି ରହି ଆସୁଥିଲେ। ବିହାର ରାଜ୍ୟର ହାଜିପୁର ଅନ୍ତର୍ଗତ ଲିଲୁଲାଦାବେତ୍‌ ଗ୍ରାମର ରାଜୀବଙ୍କ ପିଲାଦିନର କୋଚ୍‌ ପ୍ରେମ୍‌ ଶୁକ୍ଳା କହିଛନ୍ତି, ରାଜୀବ ଥିଲେ ଅସାଧାରଣ ପ୍ରତିଭା ସମ୍ପନ୍ନ ଖେଳାଳି। ଲଣ୍ଡନରେ ୧୯୯୭ ଜୁନିୟର ହକି ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଯୋଗୁ ତାଙ୍କର ବହୁ ପ୍ରଶଂସକ ହୋଇଯାଇଥିଲେ। ରାଜୀବଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା, ଶୁକ୍ଳା ତାଙ୍କୁ ବାରଣାସୀରୁ କୋଲକାତା ଆଣିଥିଲେ। ଏଣ୍ଟାଲି ଆଥାଲେଟିକ୍‌୍‌ କ୍ଲବ ମୁଖ୍ୟ ଅସିମ ଗାଙ୍ଗୁଲି ଏହି ଯୁବ ଖେଳାଳିଙ୍କୁ ସହାୟ କରିବେ ବୋଲି କହିଥିଲେ। ରାଜୀବ ବାରଣାସୀସ୍ଥିତ ସାଇ ହଷ୍ଟେଲରେ ଜଣେ ସାଧାରଣ ଖେଳାଳି ଭାବେ ଦାଖଲ ହୋଇଥିଲେ। ମାତ୍ର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଖୁବ୍‌ କମ୍‌ ସମୟ ମଧ୍ୟରେ ଜଣେ ଅସାଧାରଣ ପ୍ରତିଭା ସମ୍ପନ୍ନ ଖେଳାଳି ପାଲଟି ଯାଇଥିଲେ। ଲଣ୍ଡନରେ ଜୁନିୟର ହକି ବିଶ୍ୱକପ୍‌ ବେଳେ ଜର୍ମାନୀ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଏକ ଚମତ୍କାର ଡାଇଭିଂ ଗୋଲ୍‌ ସ୍କୋର କରିଥିଲେ ରାଜୀବ। ଏହାକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି ଶୁକ୍ଳା କହିଛନ୍ତି। ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୨-୩ ଗୋଲରେ ହାରିଯାଇଥିଲା। ଟୁର୍ନାମେଣ୍ଟରେ ରାଜୀବ ୯ଟି ଗୋଲ ସ୍କୋର କରିଥିଲେ। ୧୯୯୮ରେ ନେଦରଲାଣ୍ଡ୍ସର ଉଟ୍ରେଚ୍‌ଠାରେ ସିନିୟର ବିଶ୍ୱକପ୍‌ ପୂର୍ବରୁ ତାଙ୍କ କ୍ୟାରିୟରରେ ଝଟ୍‌କା ଆସିଥିଲା। ତତ୍‌କାଳୀନ ଭାରତୀୟ ଗୋଲକିପର ଏବି ସୁବାୟାଙ୍କ ସହ ତାଙ୍କର ଧକ୍କା ହେବାରୁ ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା। ଉପଯୁକ୍ତ ଚିକିତ୍ସା ପାଇଁ ସେତେବେଳର ଭାରତୀୟ ହକି ମହାସଂଘ (ଆଇଏଚ୍‌ଏଫ୍‌) ତରଫରୁ ତାଙ୍କୁ ଆବଶ୍ୟକ ସହାୟତା ମିଳି ନ ଥିଲା। ଏଥିରେ ସେ ହତାଶ ହୋଇପଡ଼ିଥିଲେ। ପରବର୍ତ୍ତୀକାଳରେ ସେ ଜଣେ ମଦ୍ୟପ ପାଲଟିଯାଇଥିଲେ। ଶୁକ୍ଳା କହିଛନ୍ତି ୧୯୯୮ରେ ରାଜୀବଙ୍କ ଦୁର୍ଦ୍ଦିନରେ ବର୍ତ୍ତମାନ ନିଷିଦ୍ଧ ଆଏଚ୍‌ଏଫ୍‌ ଯଦି ସହାୟତାରେ ହାତ ବଢ଼ାଇଥାନ୍ତା ତେବେ ଭାରତୀୟ ହକି ଜଣେ ଷ୍ଟାର ଖେଳାଳିଙ୍କୁ ହରାଇ ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?