Odisha Elections 2024
Posted inଖେଳ

ପୂର୍ବତନ ଜୁନିୟର ଷ୍ଟାର ହକି ଖେଳାଳିଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪ା୬ (ପି.ଟି.): ଭାରତର ପୂର୍ବତନ ଜୁନିୟର ଷ୍ଟାର ହକି ଖେଳାଳି ରାଜୀବ ମିଶ୍ରଙ୍କ ୪୫ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାକୁ ଛାଡ଼ି ଚାଲିଯାଇଛନ୍ତି। ବୁଧବାର ବାରଣାସୀର ସର୍ସାଉଲି ଅଞ୍ଚଳରେ ରହିଥିବା ରାଜୀବଙ୍କ ବାସଭବନରୁ ରହସ୍ୟଜନକ ଭାବେ ତାଙ୍କ ମରଶରୀରକୁ ଠାବ କରାଯାଇଥିଲା। ଘରୁ ପଚା ଗନ୍ଧ ଆସିବା ପରେ ତାଙ୍କ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ତେଣୁ କିଛିଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ରାଜୀବ ବାରଣାସୀସ୍ଥିତ ନର୍ଦର୍ନ ରେଲଓ୍ବେର ଲକ୍ଷ୍ନୌ ଡିଭିଜନରେ ଜଣେ ଚିଫ ଇନ୍ସପେକ୍ଟର ଅଫ୍‌ ଟିକେଟ (ସିଆଇଟି)ଭାବେ କାର୍ଯ୍ୟରତ ଥିଲେ। ସେ ଏକାକି ରହି ଆସୁଥିଲେ। ବିହାର ରାଜ୍ୟର ହାଜିପୁର ଅନ୍ତର୍ଗତ ଲିଲୁଲାଦାବେତ୍‌ ଗ୍ରାମର ରାଜୀବଙ୍କ ପିଲାଦିନର କୋଚ୍‌ ପ୍ରେମ୍‌ ଶୁକ୍ଳା କହିଛନ୍ତି, ରାଜୀବ ଥିଲେ ଅସାଧାରଣ ପ୍ରତିଭା ସମ୍ପନ୍ନ ଖେଳାଳି। ଲଣ୍ଡନରେ ୧୯୯୭ ଜୁନିୟର ହକି ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଯୋଗୁ ତାଙ୍କର ବହୁ ପ୍ରଶଂସକ ହୋଇଯାଇଥିଲେ। ରାଜୀବଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା, ଶୁକ୍ଳା ତାଙ୍କୁ ବାରଣାସୀରୁ କୋଲକାତା ଆଣିଥିଲେ। ଏଣ୍ଟାଲି ଆଥାଲେଟିକ୍‌୍‌ କ୍ଲବ ମୁଖ୍ୟ ଅସିମ ଗାଙ୍ଗୁଲି ଏହି ଯୁବ ଖେଳାଳିଙ୍କୁ ସହାୟ କରିବେ ବୋଲି କହିଥିଲେ। ରାଜୀବ ବାରଣାସୀସ୍ଥିତ ସାଇ ହଷ୍ଟେଲରେ ଜଣେ ସାଧାରଣ ଖେଳାଳି ଭାବେ ଦାଖଲ ହୋଇଥିଲେ। ମାତ୍ର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଖୁବ୍‌ କମ୍‌ ସମୟ ମଧ୍ୟରେ ଜଣେ ଅସାଧାରଣ ପ୍ରତିଭା ସମ୍ପନ୍ନ ଖେଳାଳି ପାଲଟି ଯାଇଥିଲେ। ଲଣ୍ଡନରେ ଜୁନିୟର ହକି ବିଶ୍ୱକପ୍‌ ବେଳେ ଜର୍ମାନୀ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଏକ ଚମତ୍କାର ଡାଇଭିଂ ଗୋଲ୍‌ ସ୍କୋର କରିଥିଲେ ରାଜୀବ। ଏହାକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି ଶୁକ୍ଳା କହିଛନ୍ତି। ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୨-୩ ଗୋଲରେ ହାରିଯାଇଥିଲା। ଟୁର୍ନାମେଣ୍ଟରେ ରାଜୀବ ୯ଟି ଗୋଲ ସ୍କୋର କରିଥିଲେ। ୧୯୯୮ରେ ନେଦରଲାଣ୍ଡ୍ସର ଉଟ୍ରେଚ୍‌ଠାରେ ସିନିୟର ବିଶ୍ୱକପ୍‌ ପୂର୍ବରୁ ତାଙ୍କ କ୍ୟାରିୟରରେ ଝଟ୍‌କା ଆସିଥିଲା। ତତ୍‌କାଳୀନ ଭାରତୀୟ ଗୋଲକିପର ଏବି ସୁବାୟାଙ୍କ ସହ ତାଙ୍କର ଧକ୍କା ହେବାରୁ ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା। ଉପଯୁକ୍ତ ଚିକିତ୍ସା ପାଇଁ ସେତେବେଳର ଭାରତୀୟ ହକି ମହାସଂଘ (ଆଇଏଚ୍‌ଏଫ୍‌) ତରଫରୁ ତାଙ୍କୁ ଆବଶ୍ୟକ ସହାୟତା ମିଳି ନ ଥିଲା। ଏଥିରେ ସେ ହତାଶ ହୋଇପଡ଼ିଥିଲେ। ପରବର୍ତ୍ତୀକାଳରେ ସେ ଜଣେ ମଦ୍ୟପ ପାଲଟିଯାଇଥିଲେ। ଶୁକ୍ଳା କହିଛନ୍ତି ୧୯୯୮ରେ ରାଜୀବଙ୍କ ଦୁର୍ଦ୍ଦିନରେ ବର୍ତ୍ତମାନ ନିଷିଦ୍ଧ ଆଏଚ୍‌ଏଫ୍‌ ଯଦି ସହାୟତାରେ ହାତ ବଢ଼ାଇଥାନ୍ତା ତେବେ ଭାରତୀୟ ହକି ଜଣେ ଷ୍ଟାର ଖେଳାଳିଙ୍କୁ ହରାଇ ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri