ସେହ୍ବାଗଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧।୫: ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ ଗୁଡିକ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଖେଳିବ ଦଳ। ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ଜାଡେଜାଙ୍କୁ ଚେନ୍ନାଇର ଦାୟିତ୍ୱ ହେଲେ। ହେଲେ ସିଜିନରେ ଜାଡେଜା ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଚେନ୍ନାଇ ୮ଟି ମ୍ୟାଚ୍‌ରୁ ୬ଟି ମ୍ୟାଚ୍‌ ହାରି ବାରମ୍ବାର ମ୍ୟାଚ ହାରିବା ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ତେବେ ଧୋନୀଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଭାରତର ପୂର୍ବତନ ବୀରେନ୍ଦ୍ର ସେହ୍ବାଗ କହିଛନ୍ତି,ମୁଁ ୨୦୦୫ରୁ ତାଙ୍କ ସହ ଅଛି ଏବଂ ମୁଁ ତାଙ୍କ ଅଧୀନରେ ଭାରତୀୟ କ୍ରିକେଟର ପରିବର୍ତ୍ତନ ଦେଖିଛି। ଏହାକୁ ଧ୍ୟାନରେ ରଖି ମୁଁ କହୁଛି ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ୬ଟି ମ୍ୟାଚ ଜିତିବ।
ମହେନ୍ଦ୍ର ସିଂ ଧୋନୀ ୨୦୦୮ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି। ଏହା ଧୋନୀଙ୍କ ଶେଷ ଆଇପିଏଲ ସିଜିନ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଏହି କାରଣରୁ ସେ ଜାଡେଜାଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜଡୁ ଏହି ଦାୟିତ୍ୱ ନେବାପରେ ନିଜ ଛାପ ଛାଡି ପାରି ନ ଥିଲେ। ଧୋନୀ ପୁଣି ଥରେ ଏହି ଦାୟିତ୍ୱ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଖସିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା...

କୋଭିଡ-୧୯ : ଜୁନ୍‌ ୩୦ ପର୍ଯ୍ୟନ୍ତ ଆଇଟିଟିଏଫ୍‌ ସବୁ ଇଭେଣ୍ଟକୁ ସସ୍‌ପେଣ୍ଡ କଲା

ନୂଆଦିଲ୍ଲୀ,୩୦।୫(ପି.ଟି.): ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ତା’ର ସବୁ ଇଭେଣ୍ଟକୁ ବାତିଲ କରିଛି। କୋଭିଡ-୧୯ ସାରା ବିଶ୍ୱରେ ମହାମାରୀର...

ସିରିଏଲୋ ହକି ଏକାଡେମୀ ଖେଳାଳି ଭୁବନେଶ୍ୱର ଗସ୍ତରେ

ଭୁବନେଶ୍ୱର,୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ଅଷ୍ଟ୍ରେଲିଆର ସିରିଏଲୋ କୋଚିଂ ଏକାଡେମୀର ୧୯ ବର୍ଷରୁ କମ୍‌ ବର୍ଗର ହକି ଖେଳାଳି ଗୋଟିଏ ସପ୍ତାହ ଭୁବନେଶ୍ୱର ଗସ୍ତରେ ଆସି ଏକ ଭିନ୍ନ...

ମହିଳା ରେସ୍‌ଲିଂ କ୍ୟାମ୍ପ ପୁଣି ସ୍ଥଗିତ

ନୂଆଦିଲ୍ଲୀ, ୨୩ା୮ (ପି.ଟି.)-କୋଭିଡ୍‌-୧୯ ଯୋଗୁ ମହିଳା ରେସ୍‌ଲରମାନଙ୍କ ଲାଗି ହେବାକୁଥିବା ଜାତୀୟ କ୍ୟାମ୍ପକୁ ପୁଣି ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଖେଳାଳିମାନେ...

ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ: ଲାବୁସ୍କାନ

ମେଲବୋର୍ନ,୨।୧(ପି.ଟି.): ଗତ ଦୁଇଟି ଟେଷ୍ଟରେ ଆମେ ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ ବୋଲି ଅଷ୍ଟ୍ରେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ ସ୍ବୀକାର କରିଛନ୍ତି। ଭାରତୀୟ...

ବର୍ଷା ଯୋଗୁଁ ଓଡ଼ିଶା ମ୍ୟାଚ୍‌ ବାତିଲ

କଟକ ଅଫିସ,୨୫ା୯- ବର୍ଷା ଯୋଗୁଁ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଓଡ଼ିଶା ଖେଳି ପାରିନାହିଁ । ଭଦୋଦରାର ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ...

ପ୍ରଥମ ମ୍ୟାଚ୍‌ରେ ଧୋନୀ, ପାଣ୍ଡ୍ୟା ମୁକାବିଲା

ଅହମ୍ମଦାବାଦ,୩୧ା୩(ପି.ଟି.):ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଉଦ୍‌ଘାଟନୀ ମ୍ୟାଚ୍‌ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ଡିଫେଣ୍ଡିଂ ଚାମ୍ପିୟନ୍‌ ଗୁଜରାଟ ଟାଇଟନ୍ସ ଓ...

ଭାରତକୁ ୨ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୯ (କ୍ରୀଡ଼ା ପ୍ରତିନିଧି):ଜର୍ଜିଆର ବାଟୁମିଠାରେ ବିଶ୍ୱ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମାନଜନକ ପ୍ରତିଯୋଗିତାରେ...

Advertisement
Archives

Model This Week