ସେହ୍ବାଗଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧।୫: ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ ଗୁଡିକ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଖେଳିବ ଦଳ। ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ଜାଡେଜାଙ୍କୁ ଚେନ୍ନାଇର ଦାୟିତ୍ୱ ହେଲେ। ହେଲେ ସିଜିନରେ ଜାଡେଜା ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଚେନ୍ନାଇ ୮ଟି ମ୍ୟାଚ୍‌ରୁ ୬ଟି ମ୍ୟାଚ୍‌ ହାରି ବାରମ୍ବାର ମ୍ୟାଚ ହାରିବା ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ତେବେ ଧୋନୀଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଭାରତର ପୂର୍ବତନ ବୀରେନ୍ଦ୍ର ସେହ୍ବାଗ କହିଛନ୍ତି,ମୁଁ ୨୦୦୫ରୁ ତାଙ୍କ ସହ ଅଛି ଏବଂ ମୁଁ ତାଙ୍କ ଅଧୀନରେ ଭାରତୀୟ କ୍ରିକେଟର ପରିବର୍ତ୍ତନ ଦେଖିଛି। ଏହାକୁ ଧ୍ୟାନରେ ରଖି ମୁଁ କହୁଛି ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ୬ଟି ମ୍ୟାଚ ଜିତିବ।
ମହେନ୍ଦ୍ର ସିଂ ଧୋନୀ ୨୦୦୮ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି। ଏହା ଧୋନୀଙ୍କ ଶେଷ ଆଇପିଏଲ ସିଜିନ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଏହି କାରଣରୁ ସେ ଜାଡେଜାଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜଡୁ ଏହି ଦାୟିତ୍ୱ ନେବାପରେ ନିଜ ଛାପ ଛାଡି ପାରି ନ ଥିଲେ। ଧୋନୀ ପୁଣି ଥରେ ଏହି ଦାୟିତ୍ୱ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପିଓକେ ହତ୍ୟାକାଣ୍ଡକୁ ନେଇ ବ୍ରିଟେନ୍‌ରେ ବିକ୍ଷୋଭ

ଲଣ୍ଡନ,୧୦ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ଏକ ଅନ୍ତ୍ୟେଷ୍ଟିକ୍ର୍ରିୟା ବେଳେ ପୋଲିସ ଗୁଳିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନିନ୍ଦାକରି ବ୍ରିଟେନରେ ବିକ୍ଷୋଭ କରାଯାଇଛି।…

ଡିମେନ୍‌ସିଆ ଥିବା ଲୋକଙ୍କଠାରେ ଭିଟାମିନ ଅଭାବ

ନୂଆଦିଲ୍ଲୀ,୧୦।୬(ପିଟି):ସାଧାରଣ ଲୋକଙ୍କ ଅପେକ୍ଷା ସ୍ମୃତିଶକ୍ତି ହ୍ରାସ(ଡିମେନ୍‌ସିଆ) ରୋଗର ସମ୍ଭାବନା ଅଧିକ ଥିବା ଲୋକଙ୍କ ଠାରେ ଭିଟାମିନ ଅଭାବ ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେଲଙ୍ଗାନାର…

ଭିଜିଲାନ୍ସ ଜାଲରେ ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର,୧୦ା୬(ତ୍ରିନାଥ ମହାନ୍ତି): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ…

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri