Posted inଖେଳ

ବାପାଙ୍କୁ ହରାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୯: ପୂର୍ବତନ ଭାରତୀୟ ଉଇକେଟ କିପର ପାର୍ଥିବ ପଟେଲଙ୍କ ବାପାଙ୍କ ରବିବାର ଦେହାନ୍ତ ଘଟିଛି। ପାର୍ଥିବ ଟୁଇଟ୍‌ କରି ପ୍ରଶଂସକମାନଙ୍କୁ ଏହି ଖବର ବିଷୟରେ ଜଣାଇଥିଲେ। ସେ କହିଛନ୍ତି ଯେ, ମୋର ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲଙ୍କ ସେପ୍ଟେମ୍ବର ୨୬ରେ ଦେହାନ୍ତ ହୋଇଛି। ସେ ପ୍ରଶଂସକମାନଙ୍କୁ ତାଙ୍କ ବାପାଙ୍କୁ ପ୍ରାର୍ଥନାରେ ମନେ ରଖିବାକୁ କହିଥିଲେ। ପାର୍ଥିବ ପାଇଁ ଗତ ୨ ବର୍ଷ ଅତ୍ୟନ୍ତ କଷ୍ଟକର ସମୟ। ୨୦୧୯ରେ ପାର୍ଥିବ ପଟେଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଂଶ ହୋଇଥିଲେ, ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେହି ସମୟରେ ତାଙ୍କ ବ୍ରେନ୍‌ ହାମ୍‌ରେଜ୍‌ ସହିତ ଲଢୁଥିଲେ ଏବଂ ତାଙ୍କୁ ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ଏନେଇ ପାର୍ଥିବ ବହୁତ ଚିନ୍ତିତ ଥିଲେ। ବାପାଙ୍କ ମୃତ୍ୟୁ ଖବର ଦେବାବେଳେ ମଧ୍ୟ ସେ ଖରାପ ଭାଙ୍ଗି ପଡିଥିବାର ଦେଖାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ, ୧୪।୧୦: ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ୍‌ କ୍ରିକେଟ୍‌...

କୋଚ୍‌ ପଞ୍ଜିକରଣ ପାଇଁ ଓପନ୍‌ ଆପ୍ଲିକେଶନ ସବ୍‌ମିଶନ ସିଷ୍ଟମ ଆରମ୍ଭ

ନୂଆଦିଲ୍ଲୀ,୧।୭(ପି.ଟି.): କୋଚ୍‌ ଓ ଟେକ୍‌ନିକାଲ ଅଫିସିଆଲମାନଙ୍କ ପଞ୍ଚିକରଣ ପାଇଁ ହକି ଇଣ୍ଡିଆ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। ହକି ଇଣ୍ଡିଆ ଏଥିପାଇଁ ଓପନ୍‌ ଆପ୍ଲିକେଶନ...

୧୦୦ ଡେଇଁ ପାରିଲାନି ରାଜସ୍ଥାନ

ଶାରଜା,୫।୧୦: କର ବା ମର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୧୦୦ ରନ୍‌ ଡେଇଁବାକୁ ଦେଇ ନାହିଁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍‌ ଜିତି ବୋଲିଂ...

ଏକାଥରେ ପଦାର୍ପଣ କରିବେ ୪ ଖେଳାଳି

କଲମ୍ବୋ,୨୮।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ। ଘରୋଇ ଦଳର ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ବୋଲିଂ...

‘କୋହଲି-ରୋହିତ ଏକାଠି ନ ଖେଳିଲେ ଭାରତ ପାଇଁ ହେବ ବଡ଼ କ୍ଷତି’

ନୂଆଦିଲ୍ଲୀ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ କ୍ରିକେଟ୍‌ ଦଳରେ ମତଭେଦ ଉପୁଜିଛି। ଆଘାତ ହେତୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଏହା...

ବ୍ରାଜିଲିଆନ ଡିଏଗୋଙ୍କ ସହ ଓଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧ା୯(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ର ୭ମ ସଂସ୍କରଣ ପାଇଁ ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୌରିସିଓଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫସି (ଓଏଫସି)। ଭୁବନେଶ୍ୱର...

କୋହଲିଙ୍କ ବିରାଟ ‘ହୃଦୟ’, ଜିତିଲେ ପ୍ରଶଂସକଙ୍କ ମନ

ଇନ୍ଦୋର,୧୭।୧୧:ଦେଶରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଖ୍ୟା ସର୍ବାଧିକ। ଭାରତୀୟ ଦଳ ଯେଉଁଠି କି ବି ଖେଳିବାକୁ ଗଲେ, ସବୁଠି ପହଞ୍ଚି ଯାନ୍ତି କୋହଲି ପ୍ରଶଂସକ।...

ଏହି କ୍ରିକେଟର୍‌ଙ୍କୁ ସଲାମ କଲେ କୋହଲି, କହିଲେ ମାନିଗଲି

ମୁମ୍ବାଇ,୧୭।୧: ବ୍ରିସବେନ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୩୬ ରନ ସଂଗ୍ରହ କରିଛି। ଏକ ସମୟରେ ଲାଗୁଥିଲା ଯେ ଟିମ ଇଣ୍ଡିଆ ୨୨୦ ରନ୍‌ରେ ପହଞ୍ଚିବ...

Advertisement
Archives

Model This Week