Posted inଖେଳ

୩୯ ବର୍ଷ ବୟସରେ ଏହି ଭାରତୀୟ ଫୁଟବଲ ଖେଳାଳିଙ୍କ ପରଲୋକ

କୋଲକାତା,୯।୮(ପି.ଟି.): ପୂର୍ବତନ ଭାରତୀୟ ଡିପେଣ୍ଡର ତଥା ଜଣାଶୁଣା କ୍ଲବ ମୋହନ ବାଗାନ ଅଧିନାୟକ ମାନିଟୋମ୍ବି ସିଂ ମାତ୍ର ୩୯ ବର୍ଷରେ ପରଲୋକ ଗମନ କରିଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣପୁର ରାଜଧାନୀ ଇମ୍ପାଲ ନିକଟସ୍ତ ନିଜ ଗ୍ରାମରେ ସେ ମୃତ୍ୟୁ ବରଣ କରିଛନ୍ତି ବୋଲି ରବିବାର ମୋହନ ବାଗାନ ତରଫରୁ ସୂଚନା ଦିଆଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ରହିଆସୁଥିଲେ ଓ ରବିବାର ସକାଳେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ପାଖରେ ସ୍ତ୍ରୀ ଓ ୮ ବର୍ଷର ପୁଅ ଉପସ୍ଥିତ ଥିଲେ। ମାନିଟୋମ୍ବିଙ୍କ ଦେହାନ୍ତରେ ମୋହନ ବାଗାନ ପରିବାର ଅତ୍ୟାନ୍ତ ଦୁଃଖିତ ଓ ମର୍ମାହତ ବୋଲି କ୍ଲବର ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରାଯାଇଛି। ତାଙ୍କ ଆତ୍ମାର ସଦ୍‌ଗତି ହେଉି ଓ ତାଙ୍କ ପରିବାରକୁ ସମବେଦନା ଜଣାଉଛୁ ବୋଲି କ୍ଲବ ତରଫରୁ ଟୁଇଟ୍‌ କରାଯାଇଛି।
୨୦୦୩ରେ କୋଚ୍‌ ଷ୍ଟିଫେନ୍‌ କନ୍‌ଷ୍ଟଣ୍ଟିନ୍‌ଙ୍କ ତତ୍ତ୍ୱାବଧାନରେ ହୋ ଚି ମିନ୍‌ ସିଟିରେ ଘରୋଇ ଭିଏତ୍‌ନାମକୁ ୩-୨ ଗୋଲରେ ହରାଇ ଏଲଜି କପ୍‌ ହାସଲ କରିଥିଲା ଓ ମାନିଟୋମ୍ବି ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ। ୧୯୭୧ରେ ସିଙ୍ଗାପୁରରେ ୮ ନେଶନ ଟୁର୍ନାମେଣ୍ଟ ଜିତିବା ପରେ ଭାରତ ପାଇଁ ଏହା ଦ୍ୱିତୀୟ ଅନ୍ତର୍ଜାତୀୟ ସଫଳତା ଥିଲା। ସେ ମଧ୍ୟ ୨୦୦୨ ବୁସାନ ଏସିଆନ ଗେମ୍ସରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ସେହିପରି ମୋହନ ବାଗନ ତରଫରୁ ପ୍ରତିନିଧିତ୍ୱ କରି ସେ ପଦାର୍ପଣ ମ୍ୟାଚ୍‌ରେ ହିଁ ଗୋଲ ସ୍କୋର କରିଥିଲେ। ସେ କାଲକାଟା ଫୁଟବଲ ଲିଗ୍‌ ପ୍ରିମିୟର ଡିଭିଜନ୍‌ରେ ୨୦୦୩ରେ ଏହି ସଫଳତା ପାଇଥିଲେ। ୨୦୦୪ରେ ଅଲ ଏୟାରଲାଇନ୍ସ ଗୋଲ୍ଡ କପ୍‌ ମୋହନ ବାଗାନ ଚାମ୍ପିୟନ ହୋଇଥିଲା। କ୍ଲବର ଏହି ସଫଳତାରେ ତାଙ୍କର ବିଶେଷ ଭୂମିକା ରହିଥିଲା। ଆର୍ମି ବଏଜ୍‌ ଓ ସର୍ଭିସେସ୍‌ରେ ମାନିଟୋମ୍ବି ଫୁଟବଲ ଖେଳିବା ଆରମ୍ଭ କରିଥିଲେ। ଏହାପରେ ସେ ଏୟାର ଇଣ୍ଡିଆ ଓ ସାଲଗାଓକର ତରଫରୁ ଖେଳିଥିଲେ। ତେବେ ୨୦୦୩ରେ ସେ ମୋହନ ବାଗନ ପାଇଁ ଖେଳିବା ଆରମ୍ଭ କରିଥିଲେ। ଶେଷଥର ପାଇଁ ସେ ମଣିପୁର ଷ୍ଟେଟ୍‌ ଲିଗ୍‌ ୨୦୧୫- ୧୬ ସଂସ୍କରଣରେ ଖେଳିଥିଲେ ଓ ଏହାପରେ ସେ କୋଚିଂ କରିବାକୁ ମନୋ ବଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ସପ୍ତମ ସ୍ଥାନକୁ ଉଠିଲେ କୋହଲି, ତୃତୀୟରେ ରାହୁଲ ଅପରିବର୍ତ୍ତିତ

ଦୁବାଇ,୨୪।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ତାଙ୍କର ତୃତୀୟ ସ୍ଥାନ ବଜାୟ ରଖିଛନ୍ତି।...

ସୁଖଜିତଙ୍କ ଡବଲ୍‌ରେ ଭାରତ ବିଜୟୀ

ଭୁବନେଶ୍ୱର (ସ୍ପୋଟର୍‌ସ ବ୍ୟୁରୋ)/ରାଉରକେଲା ଅଫିସ୍‌,୧୧ା୩: ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚରେ ଜର୍ମାନୀକୁ ୩-୨ ଗୋଲରେ...

କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ...

ଇତିହାସ ରଚିଲେ ଦୀପିକା କୁମାରୀ

ପ୍ୟାରିସ୍‌,୨୮।୬: ପ୍ୟାରିସରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପରେ ଭାରତର ତାରକା ମହିଳା ତୀରନ୍ଦାଜ ଦୀପିକା କୁମାରୀ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱକପ ପର୍ଯ୍ୟାୟରେ ପୁନର୍ବାର ବ୍ୟକ୍ତିଗତ...

ମାର୍‌କ୍ରାମ, ମଲ୍‌ଡରଙ୍କ ଶତକ

ମହୀଶୂର, ୧୯।୯(ପି.ଟି.)- ଘରୋଇ ଭାରତ-ଏ ବିପକ୍ଷରେ ସ୍ଥାନୀୟ ଶ୍ରୀକାନ୍ତ ଦତ୍ତ ନରସୀମା ରାଜା ଓ୍ବାଡିୟର ଗ୍ରାଉଣ୍ଡରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ...

ବିଶ୍ୱର ଏକମାତ୍ର କ୍ରିକେଟର୍‌ ଭାବେ ଏମିତି ଉପଲବ୍ଧି ହାସଲ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୬:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ ହୁଏତ ପଡ଼ିଆରେ ଚାଲୁନାହିଁ, କିନ୍ତୁ ସେ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ଇନଷ୍ଟାଗ୍ରାମରେ...

ଦୀପାଙ୍କୁ ଖେଳ ରତ୍ନ, ଜାଡେଜାଙ୍କ ସମେତ ୧୯ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୮।୮(ପି.ଟି.)- ତାରକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲିକ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ...

ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନଙ୍କ ଅବସର

ସାଙ୍ଘାଇ,୪।୭: ଚାଇନାର ବ୍ୟାଡମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନ୍‌ ଶନିବାର ଅବସର ଘୋଷଣା କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇଥିବା ଲିନ୍‌ ଡାନ୍‌...

Advertisement
Archives

Model This Week