ଭିକ୍ଷାବୃତ୍ତି କରୁଥିଲେ ପୂର୍ବତନ ହୋମଗାର୍ଡ: ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ରହିଲେ

କଟକ ଅଫିସ,୧୬।୧: କଟକ ଚଣ୍ଡୀମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିବା ଜଣେ ପୂର୍ବତନ ହୋମଗାର୍ଡଙ୍କୁ ଶୁକ୍ରବାର ସେଲ୍‌ଟର ଛକସ୍ଥିତ ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ହୋମଗାର୍ଡ ବିନୋଦ ବିହାରୀ ପତି, ତାଙ୍କ ସ୍ତ୍ରୀ ଉର୍ମିଳାରାଣୀ ସପରିବାରେ କଟକ ଚଣ୍ଡୀମନ୍ଦିର ନିକଟରେ କିଛିଦିନ ହେବ ଭିକ୍ଷାବୃତ୍ତି କରୁଥିଲେ। ଏହି ଘଟଣା ଆଇନଜୀବୀ ଅଶୋକ କୁମାର ସ୍ବାଇଁଙ୍କ ଦୃଷ୍ଟିଗୋଚର ହୋଇଥିଲା। ସେ ଜିଲା ଓ ପୋଲିସ ପ୍ରଶାସନର ସହାୟତାରେ ଅର୍ବାନ ସେଲ୍‌ଟର ହୋମ୍‌ରେ ସେମାନଙ୍କୁ ଥଇଥାନ କରାଇଛନ୍ତି। ଏହି ସେଲ୍‌ଟର ହୋମକୁ ଯିବାକୁ ବିନୋଦ ରାଜି ହୋଇଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ରାଜି ହୋଇ ନ ଥିଲେ। ପରେ କ୍ୟାଣ୍ଟନମେଣ୍ଟ ଓ ମଙ୍ଗଳାବାଗ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ୪ଟି ପିସିଆର୍‌ ଭ୍ୟାନ୍‌ରେ ସେମାନଙ୍କୁ ସେଲ୍‌ଟର ହୋମକୁ ନିଆଯାଇଥିଲା।

ସୂଚନାଯୋଗ୍ୟ, ବିନୋଦ ଦିଗପହଣ୍ଡି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିବାବେଳେ କୌଣସି କାରଣବଶତଃ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। ପରେ ସେ କଟକ ଆସି ବିଭିନ୍ନ ସ୍ଥାନରେ ରହିଥିଲେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ କୌଣସି ଉପାୟ ନ ପାଇ ସେ ଭିକ୍ଷାବୃତ୍ତିକୁ ଆପଣାଇଥିଲେ। ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ବଡ଼ ଝିଅ ୧୪ ବର୍ଷର ହୋଇଥିବାବେଳେ ପୁଅଟି ୩ ମାସର ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri