Categories: ଖେଳ

ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ପରଲୋକ

ନୂଆଦିଲ୍ଲୀ, ୯ା୫ (ପି.ଟି.)- ଭାରତର ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ଶନିବାର ସକାଳେ ଲକ୍ଷ୍ନୌରେ ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କରୋନା ସଂକ୍ରମିତ ହୋଇ ସେ ଦୁଇ ସପ୍ତାହ ହେଲା ଚିକିତ୍ସିତ ହୋଇ ଆସୁଥିଲେ। ରବିନ୍ଦର ୧୯୮୦ ମସ୍କୋ ଅଲିମ୍ପିକ୍ସ ବିଜେତା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ସେ ଅବିବାହିତ ଥିଲେ। ସେ ୧୯୮୪ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସରେ ମଧ୍ୟ ଖେଳିଥିଲେ। ଏହାଛଡ଼ା ୧୯୭୯ରେ ସେ ଜୁନିୟର ବିଶ୍ୱକପ୍‌ରେ ଖେଳିଥିଲେ। ହକି ଛାଡ଼ିବା ପରେ ସେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ସୀତାପୁରରେ ଜନ୍ମଗ୍ରହଣ କରିଥିବା ସେଣ୍ଟର ହାଫ୍‌ ଖେଳାଳି ରବିନ୍ଦର ଦୁଇଟି ଅଲିମ୍ପିକ୍ସ ବ୍ୟତୀତ କରାଚୀ(୧୯୮୦ ଓ ୧୯୮୩)ରେ ଚାମ୍ପିୟନ୍ସ ଟ୍ରଫି, ୧୯୮୩ରେ ହଂକଂରେ ସିଲଭର ଜୁବିଲି ଟେନ୍‌ ନେଶନ କପ୍‌ ମୁମ୍ବାଇରେ ୧୯୮୨ ଓ ୧୯୮୩ରେ ଅନୁଷ୍ଠିତ ବିଶ୍ୱକପ୍‌ ଏବଂ ୧୯୮୨ରେ କରାଚୀରେ ଅନୁଷ୍ଠିତ ଏସିଆ କପ୍‌ ବ୍ୟତୀତ ଅନେକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏହି ଡବଲ ଅଲିମ୍ପିଆନଙ୍କ ଦେହାନ୍ତରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୋକ ପ୍ରକାଶ କରିଛନ୍ତି।

Share