Posted inଖେଳ

ପୂର୍ବତନ ଫୁଟବଲର ହାକିମ୍‌ କରୋନା ପଜିଟିଭ୍‌

ନୂଆଦଲ୍ଲୀ,୧୬।୭(ପି.ଟି.): ଧ୍ୟାନଚାନ୍ଦ ପୁରସ୍କାର ପ୍ରାପ୍ତ ପୂର୍ବତନ ଫୁଟବଲର ସୟଦ ସହିଦ୍‌ ହାକିମ୍‌ କରୋନ ପଜିଟିଭ୍‌ ବୋଲି ଟେଷ୍ଟରୁ ଜଣା ପଡିଛି। ଏବେ ସେ ହାଇଦ୍ରାବାଦ୍‌ ସ୍ଥିତ ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ୧୯୬୦ ରୋମ ଅଲିମ୍ପିକ୍ସ ଭାରତୀୟ ଦଳର ସଦସ୍ୟ ଥିବା ୮୧ ବର୍ଷୀୟ ହାକିମ୍‌ ବୁଧବାର ଏ ନେଇ ସୂଚନା ଦେଇଛନ୍ତି। ୬ ଦିନ ତଳେ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜାଣିବାକୁ ପାଇଥିଲି। ଏବେ ହାଇଦ୍ରାବାଦ୍‌ର ଏକ ହୋଟେଲରେ ରହୁଛି। ଏହି ହୋଟେଲକୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରାଜ୍ୟ ସରକାର ରୂପାନ୍ତର କରିଛନ୍ତି ହାକିମ୍‌ କହିଛନ୍ତି। ଗତ ଦୁଇଦିନ ହେବ ସ୍ବାସ୍ଥ୍ୟରେ ଉନ୍ନତି ହେଉଛି ବୋଲି ଅନୁଭବ କରୁଛି। ଖୁବ୍‌ଶୀଘ୍ର ଟେଷ୍ଟରେ ମୋ ରିପୋର୍ଟ ନେଗେଟିଭ୍‌ ବାହରିବ ଓ ସୁସ୍ଥ ହୋଇ ଘରକୁ ଫେରିବି ବୋଲି ସେ କହିଛନ୍ତି।
କର୍ନାଟକର ଗୁଲବର୍ଗା ଯାତ୍ରା କରିବା ପରେ ଅସୁସ୍ଥ ହୋଇପଡିଥିଲି। ପରୀକ୍ଷାରେ ମୋତେ ନିମୁନିଆ ହୋଇଥିଲା ବୋଲି ଜଣା ପଡିଥିଲା। ଏହାପରେ କୋଭିଡ୍‌-୧୯ ଟେଷ୍ଟ କରିବାକୁ ମୋତେ ପରାମର୍ଶ ଦିଆଯାଇଥିଲା ଓ ଏହାର ଫଳ ପଜିଟିଭ୍‌ ବାହାରିଥିଲା। ୨୦୧୭ରେ ହାକିମ୍‌ଙ୍କୁ ଜୀବନ ବ୍ୟାପୀ ସାଧାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥିଲା। ପୂର୍ବରୁ ୨୦୧୧ରେ ଅନ୍ୟତମ ଭାରତୀୟ ଖେଳାଳି ଶବୀର ଅଲି ମଧ୍ୟ ଏହି ପୁରସ୍କାର ହାସଲ କରିଥିଲେ। ଅବସର ନେବା ପରେ ସେ ରେଫରି ଦାୟିତ୍ୱ ତୁଲାଇବା ସହ ୧୯୮୯ ପର୍ଯ୍ୟନ୍ତ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ ପରିଚାଳନା କରିଥିଲେ। ଏଥିରେ କାତାରରେ ଅନୁଷ୍ଠିତ ହୋଇଥିବା ୧୯୮୮ ଏଏଫ୍‌ସି ଏସିଆନ କପ୍‌ ସାମିଲ ରହିଥିଲା। ଏହାପରେ ସେ ନିଜ ପିତା ସୟଦ ଅବଦୁଲ ରହିମ୍‌ଙ୍କ ପଦାନୁସରଣ କରି କୋଚିଂରେ ମନୋବଳାଇଥିଲେ। ହାକିମ ମଧ୍ୟ ସ୍ପୋଟର୍‌ସ ଅଥରିଟୀ ଅଫ୍‌ ଇଣ୍ଡିଆ (ସାଇ)ରେ ଚିଫ୍‌ ପ୍ରୋଜେକ୍ସ ଡାଇରେକ୍ଟର ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri