ଫ୍ଲିପ୍‌କାର୍ଟ ସହ ହାତ ମିଳାଇଲା ଓଡ଼ିଶା

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ବିକ୍ରିବଟା ଏବଂ ପ୍ରଚାର ପ୍ରସାର ଲାଗି ଦେଶର ଲୋକପ୍ରିୟ ଇ-କମର୍ସ ପ୍ଲାଟ୍‌ଫର୍ମ ‘ଫ୍ଲିପ୍‌କାଟ’ ସହ ରାଜ୍ୟ ସରକାର ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେଭ୍‌ଲପ୍‌ମେଣ୍ଟ ଅଫ୍‌ ଆର୍ଟସ୍‌ ଆଣ୍ଡ କ୍ରାଫ୍ଟସ୍‌(ଏସ୍‌ଆଇଡିଏସି) ସହ ଏହି ସହଭାଗିତା କରାଯାଇଛି। ଏହାଦ୍ୱାରା ଓଡ଼ିଶାର କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କୁ ନିଜର ହଲ୍‌ମାର୍କ ଉତ୍ପାଦକୁ ଦେଶର ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପ୍ରଦର୍ଶିତ କରାଯାଇପାରିବ। ଉଭୟ ଏସ୍‌ଆଇଡିଏସି ଏବଂ ଫ୍ଲିପ୍‌କାର୍ଟ ସମାଜର ଅଣସଂରକ୍ଷିତ ବର୍ଗର ଲୋକମାନଙ୍କ ପାଇଁ ବାଣିଜ୍ୟ ସୁଯୋଗ ଓ ବ୍ୟବସାୟ ବୃଦ୍ଧି ପାଇଁ ନୂତନ ମାର୍ଗ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ଏହାଦ୍ୱାରା ‘ମେଡ୍‌ ଇନ୍‌ ଇଣ୍ଡିଆ’ ପ୍ରୟାସକୁ ଅଧିକ ପ୍ରୋତ୍ସାହନ ମିଳିପାରିବ।
ଅନ୍ୟପକ୍ଷରେ ଏହି ଚୁକ୍ତିନାମାର ଏକ ଅଂଶ ଭାବେ ‘ବୟନିକା’, ‘ଉତ୍କଳିକା’ ଓ ‘ସମ୍ବଲପୁରୀ ବସ୍ତ୍ରାଳୟ’ ଭଳି ପ୍ରତିଷ୍ଠିତ ଓଡ଼ିଆ ବ୍ରାଣ୍ଡ ସହ ଫ୍ଲିପ୍‌କାର୍ଟ ମିଳିତ ଭାବେ କାର୍ଯ୍ୟ କରିବ। ଏହି ଚୁକ୍ତିନାମା ସମ୍ପର୍କରେ ସୂଚନା ଦେଇ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ସାହୁ କହିଛନ୍ତି, ଫ୍ଲିପକାର୍ଟ ସହ ସହବନ୍ଧିତା ଦ୍ୱାରା ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବ। ଓଡ଼ିଶାର ଅପହଞ୍ଚ ଅଞ୍ଚଳରେ ରହୁଥିବା ହସ୍ତତନ୍ତ ଏବଂ ହସ୍ତଶିଳ୍ପ କାରିଗରମାନେ ଫ୍ଲିପକାର୍ଟ ସହାୟତାରେ ସମଗ୍ର ଭାରତବର୍ଷରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାର ସୁଯୋଗ ପାଇବେ। ଏହି ସହଭାଗିତା କାରିଗରଙ୍କୁ ସେମାନଙ୍କ ଆଞ୍ଚଳିକ କଳା ଏବଂ ହଲମାର୍କ ଉତ୍ପାଦକୁ ପ୍ରଦର୍ଶନ କରିବାବେଳେ ବ୍ରାଣ୍ଡିଂ, ଡିଜିଟାଲ ମାର୍କେଟିଂ ଏବଂ ଆର୍ଥତ୍କ ପରିଚାଳନା ବିଷୟରେ ଜ୍ଞାନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଏ ନେଇ ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଚିଫ୍‌ କର୍ପୋରେଟ୍‌ ଆଫାୟାର୍ସ ଅଫିସର ରଜ୍‌ନିସ କୁମାର କହିଛନ୍ତି, ଆମେ ଓଡ଼ିଶାର କଳା, ଐତିହ୍ୟକୁ ଆମ ପ୍ଲାଟ୍‌ଫର୍ମକୁ ଆଣିବା ସହ କାରିଗର ଓ ବୁଣାକାରଙ୍କୁ ସର୍ବଭାରତୀୟସ୍ତରରେ ନିଜ ବ୍ୟବସାୟ ବିସ୍ତାର କରିବାର ସୁଯୋଗ ଦେବୁ। ଓଡ଼ିଶା ସରକାରଙ୍କ ସହିତ ହାତ ମିଳାଇବା ଆମର ସୌଭାଗ୍ୟ। ଏହି ଚୁକ୍ତି ରାଜ୍ୟରେ ହଜାର ହଜାର ହସ୍ତତନ୍ତ କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କ ପାଇଁ ଫ୍ଲିପ୍‌କାର୍ଟ ସମର୍ଥର ଲାଭ ଆଣିଦେବ। ଫ୍ଲିପ୍‌କାର୍ଟ ସମର୍ଥ ଏବେ ଦେଶବ୍ୟାପୀ ୫ ଲକ୍ଷରୁ ଅଧିକ କାରିଗର, ବୁଣାକାର ଓ କ୍ଷୁଦ୍ର ଶିଳ୍ପଗୁଡ଼ିକର ଜୀବିକାକୁ ସମର୍ଥନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri