ଫ୍ଲିପ୍‌କାର୍ଟ ସହ ହାତ ମିଳାଇଲା ଓଡ଼ିଶା

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ବିକ୍ରିବଟା ଏବଂ ପ୍ରଚାର ପ୍ରସାର ଲାଗି ଦେଶର ଲୋକପ୍ରିୟ ଇ-କମର୍ସ ପ୍ଲାଟ୍‌ଫର୍ମ ‘ଫ୍ଲିପ୍‌କାଟ’ ସହ ରାଜ୍ୟ ସରକାର ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେଭ୍‌ଲପ୍‌ମେଣ୍ଟ ଅଫ୍‌ ଆର୍ଟସ୍‌ ଆଣ୍ଡ କ୍ରାଫ୍ଟସ୍‌(ଏସ୍‌ଆଇଡିଏସି) ସହ ଏହି ସହଭାଗିତା କରାଯାଇଛି। ଏହାଦ୍ୱାରା ଓଡ଼ିଶାର କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କୁ ନିଜର ହଲ୍‌ମାର୍କ ଉତ୍ପାଦକୁ ଦେଶର ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପ୍ରଦର୍ଶିତ କରାଯାଇପାରିବ। ଉଭୟ ଏସ୍‌ଆଇଡିଏସି ଏବଂ ଫ୍ଲିପ୍‌କାର୍ଟ ସମାଜର ଅଣସଂରକ୍ଷିତ ବର୍ଗର ଲୋକମାନଙ୍କ ପାଇଁ ବାଣିଜ୍ୟ ସୁଯୋଗ ଓ ବ୍ୟବସାୟ ବୃଦ୍ଧି ପାଇଁ ନୂତନ ମାର୍ଗ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ଏହାଦ୍ୱାରା ‘ମେଡ୍‌ ଇନ୍‌ ଇଣ୍ଡିଆ’ ପ୍ରୟାସକୁ ଅଧିକ ପ୍ରୋତ୍ସାହନ ମିଳିପାରିବ।
ଅନ୍ୟପକ୍ଷରେ ଏହି ଚୁକ୍ତିନାମାର ଏକ ଅଂଶ ଭାବେ ‘ବୟନିକା’, ‘ଉତ୍କଳିକା’ ଓ ‘ସମ୍ବଲପୁରୀ ବସ୍ତ୍ରାଳୟ’ ଭଳି ପ୍ରତିଷ୍ଠିତ ଓଡ଼ିଆ ବ୍ରାଣ୍ଡ ସହ ଫ୍ଲିପ୍‌କାର୍ଟ ମିଳିତ ଭାବେ କାର୍ଯ୍ୟ କରିବ। ଏହି ଚୁକ୍ତିନାମା ସମ୍ପର୍କରେ ସୂଚନା ଦେଇ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ସାହୁ କହିଛନ୍ତି, ଫ୍ଲିପକାର୍ଟ ସହ ସହବନ୍ଧିତା ଦ୍ୱାରା ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବ। ଓଡ଼ିଶାର ଅପହଞ୍ଚ ଅଞ୍ଚଳରେ ରହୁଥିବା ହସ୍ତତନ୍ତ ଏବଂ ହସ୍ତଶିଳ୍ପ କାରିଗରମାନେ ଫ୍ଲିପକାର୍ଟ ସହାୟତାରେ ସମଗ୍ର ଭାରତବର୍ଷରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାର ସୁଯୋଗ ପାଇବେ। ଏହି ସହଭାଗିତା କାରିଗରଙ୍କୁ ସେମାନଙ୍କ ଆଞ୍ଚଳିକ କଳା ଏବଂ ହଲମାର୍କ ଉତ୍ପାଦକୁ ପ୍ରଦର୍ଶନ କରିବାବେଳେ ବ୍ରାଣ୍ଡିଂ, ଡିଜିଟାଲ ମାର୍କେଟିଂ ଏବଂ ଆର୍ଥତ୍କ ପରିଚାଳନା ବିଷୟରେ ଜ୍ଞାନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଏ ନେଇ ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଚିଫ୍‌ କର୍ପୋରେଟ୍‌ ଆଫାୟାର୍ସ ଅଫିସର ରଜ୍‌ନିସ କୁମାର କହିଛନ୍ତି, ଆମେ ଓଡ଼ିଶାର କଳା, ଐତିହ୍ୟକୁ ଆମ ପ୍ଲାଟ୍‌ଫର୍ମକୁ ଆଣିବା ସହ କାରିଗର ଓ ବୁଣାକାରଙ୍କୁ ସର୍ବଭାରତୀୟସ୍ତରରେ ନିଜ ବ୍ୟବସାୟ ବିସ୍ତାର କରିବାର ସୁଯୋଗ ଦେବୁ। ଓଡ଼ିଶା ସରକାରଙ୍କ ସହିତ ହାତ ମିଳାଇବା ଆମର ସୌଭାଗ୍ୟ। ଏହି ଚୁକ୍ତି ରାଜ୍ୟରେ ହଜାର ହଜାର ହସ୍ତତନ୍ତ କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କ ପାଇଁ ଫ୍ଲିପ୍‌କାର୍ଟ ସମର୍ଥର ଲାଭ ଆଣିଦେବ। ଫ୍ଲିପ୍‌କାର୍ଟ ସମର୍ଥ ଏବେ ଦେଶବ୍ୟାପୀ ୫ ଲକ୍ଷରୁ ଅଧିକ କାରିଗର, ବୁଣାକାର ଓ କ୍ଷୁଦ୍ର ଶିଳ୍ପଗୁଡ଼ିକର ଜୀବିକାକୁ ସମର୍ଥନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri